Advertisment

ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଥିବା ବ୍ୟାଟେରୀ ଚାଳିତ କାରକୁ କ୍ରିୟାଶୀଳ କରିବାକୁ ସ୍ୱତନ୍ତ୍ର ଖସଡା

ପୁରୀ (ଓଡ଼ିଶା ରିପୋର୍ଟର): ଦୂରଦୂରାନ୍ତରୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀକୁ ଆସୁଥିବା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାଟେରୀ ଚାଳିତ କାର ବ୍ୟବସ୍ଥା। କିନ୍ତୁ ଯାତ୍ରୀଙ୍କ ସଂଖ୍ୟା ତୁଳନାରେ ବ୍ୟାଟେରୀ କାର ପର୍ଯ୍ୟାପ୍ତ ହେଉନି। ଏହାକୁ ଅଧିକ କ୍ରିୟାଶୀଳ ପାଇଁ ସ୍ୱତନ୍ତ୍ର ଖସଡା ପ୍ରସ୍ତୃତ ହୋଇଛି। ଆଇକନିକ ସିଟି ଯୋଜନାରେ ଏହାକୁ ଅର୍ନ୍ତଭୁକ୍ତ କରାଯାଇଥିବା ବେଳେ ଆଗକୁ ୨୫ଟି ବ୍ୟାଟେରୀ ଚାଳିତ କାର ନାଲକୋ ପକ୍ଷରୁ ପ୍ରଦାନ କରାଯାଉଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହି ବ୍ୟାଟେରୀ ଚାଳିତ କାର ଯାତ୍ରୀଙ୍କୁ ଛାଡିବା ପରେ ପୂର୍ବରୁ ନେଇଥିବା ଯାତ୍ରୀ ଓ ଭକ୍ତମାନଙ୍କୁ ଆଣି ଜଗନ୍ନାଥ ବଲ୍ଲଭ ପାର୍କିଂ ପ୍ଳେସରେ ଛାଡିବାକୁ ବ୍ୟବସ୍ଥା ରହିଛି। ଏଭଳି ବ୍ୟବସ୍ଥା ୨୦୧୦ ମସିହାରେ ଶ୍ରୀଜଗନ୍ନାଥ ଭକ୍ତ ସେବା ସଂସ୍ଥା ପକ୍ଷରୁ ଆରମ୍ଭ କରାଯାଇଥଲା। ଏହି ସଂସ୍ଥା ଦ୍ୱାରା ଶ୍ରୀଜଗନ୍ନାଥ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ୨ଟି କାର ଚଳାଚଳ କରୁଛି। ମୋଟ ୫ଟି ବ୍ୟାଟେରୀ ଚାଳିତ କାରରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଯିବା ଆସିବା କରୁଛନ୍ତି।

ଯେଉଁ ବ୍ୟାଟେରୀ ଚାଳିତ ଗାଡି ଚାଲୁଛି, ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଆଇକନିକ ସିଟି ସମୀକ୍ଷା ବୈଠକରେ ବିଶେଷ ଭାବେ ଆଲୋଚନା କରାଯାଇଛି। ନାଲକୋର ସିଏମ୍‌ଡି ଏଥିପାଇଁ ୨୫ଟି ବ୍ୟାଟେରୀ ଚାଳିତ କାର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି ବୋଲି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe