ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର। ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି କରାଯିବ। ମଙ୍ଗଳ ଆଳତି, ଗୋପାଳ ବଲ୍ଲଭ, ମଇଲମ, ଅବକାଶ ଆଦି ସମସ୍ତ ନୀତି ହେବ। ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ପରେ ଅପରାହ୍ନ ୪ଟାରେ ଆରମ୍ଭ ହେବ ପହଣ୍ଡି। ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ। ପ୍ରଥମେ ମଦନମୋହନ ରାମକୃଷ୍ଣ, ପରେ ସୁଦର୍ଶନ ଯିବେ। ଏହାପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ […]

puri-1

puri-1

Jitendra Garnayak
  • Published: Wednesday, 24 June 2020
  • Updated: 24 June 2020, 07:25 AM IST

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର। ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି କରାଯିବ। ମଙ୍ଗଳ ଆଳତି, ଗୋପାଳ ବଲ୍ଲଭ, ମଇଲମ, ଅବକାଶ ଆଦି ସମସ୍ତ ନୀତି ହେବ। ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ପରେ ଅପରାହ୍ନ ୪ଟାରେ ଆରମ୍ଭ ହେବ ପହଣ୍ଡି। ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ। ପ୍ରଥମେ ମଦନମୋହନ ରାମକୃଷ୍ଣ, ପରେ ସୁଦର୍ଶନ ଯିବେ। ଏହାପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ବିଜେ କରିବେ।

ଅନ୍ୟପକ୍ଷରେ ପୁରୀ ଜିଲ୍ଲାରେ କୋହଳ ହୋଇଛି କର୍ଫ୍ୟୁ। ସମଗ୍ର ପୁରୀ ଜିଲ୍ଲାରୁ କର୍ଫ୍ୟୁ ହଟାଇ ଦିଆଯାଇଥିବା ବେଳେ ପୁରୀ ସହରରେ କିନ୍ତୁ ଏହା ବଳବତ୍ତର ରହିବ। ବଡ଼ଶଙ୍ଖଠାରୁ ବସ୍‌ଷ୍ଟାଣ୍ଡ ଓ ମାଟିଆପଡ଼ା ଛକ ପର୍ଯ୍ୟନ୍ତ ଅର୍ଥାତ୍ ଗୁଣ୍ଡିଚା ମନ୍ଦିରକୁ ଲାଗି ରହିଥିବା ଅଞ୍ଚଳରେ କର୍ଫ୍ୟୁ ରହିବ। ଆଜି ରାତି ୧୦ଟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ କଟକଣା ରହିବ। କେହି ଯେପରି ଏହି ଅଞ୍ଚଳରେ ପ୍ରବେଶ ନ କରିବେ, ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos