Advertisment

ହଟିଲା ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର କଟକଣା

ପୁରୀ (ଓଡ଼ିଶା ରିପୋର୍ଟର): ଏଣିକି ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଅଣକୋଭିଡ୍‌ ମୃତକଙ୍କ ସତ୍କାର ହୋଇପାରିବ। ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କୋଭିଡ୍‌ ନିୟମ ଅନୁସାରେ ସର୍ବାଧିକ ୧୦ ଜଣଙ୍କ ଉପସ୍ଥିତିରେ ଶବ ସତ୍କାର କରାଯାଇପାରିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତ ବଢ଼ି ଚାଲିଥିଲା। ପ୍ରତିଦିନ ଶହଶହ ଲୋକ କରୋନାରେ […]

ଅଦ୍ୟତନ ହୋଇଛି
ହଟିଲା ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର କଟକଣା

puri swargadwar

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ଏଣିକି ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଅଣକୋଭିଡ୍‌ ମୃତକଙ୍କ ସତ୍କାର ହୋଇପାରିବ। ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କୋଭିଡ୍‌ ନିୟମ ଅନୁସାରେ ସର୍ବାଧିକ ୧୦ ଜଣଙ୍କ ଉପସ୍ଥିତିରେ ଶବ ସତ୍କାର କରାଯାଇପାରିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।

Advertisment

ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତ ବଢ଼ି ଚାଲିଥିଲା। ପ୍ରତିଦିନ ଶହଶହ ଲୋକ କରୋନାରେ ଆକ୍ରାନ୍ତ ହେଉଥିଲେ। ଯାହାକୁ ନେଇ କଟକଣା ଜାରି କରିଥିଲା ଜିଲ୍ଲା ପ୍ରଶାସନ। ଜିଲ୍ଲା ବାହାର ମୃତଦେହକୁ ସ୍ୱର୍ଗଦ୍ୱାରରେ ସତ୍କାର ପାଇଁ ଅନୁମତି ଦିଆଯାଇନଥିଲା। ଆଜି ସୁଦ୍ଧା ଜିଲ୍ଲାରେ ୪୯୦୧୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୪୭୫୪୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୦୦୮ ଜଣ ବିଭିନ୍ନ କୋଭିଡ୍‌ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି। ମହାମାରୀ ଜାଲରେ ଛନ୍ଦି ହୋଇ ୪୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ରୋଗରେ ୩ ଜଣଙ୍କ ଜୀବନ ଯାଇଛି।

ସେପଟେ ଭକ୍ତ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର। ଲୋକେ ଶ୍ରୀଜିଉଙ୍କ ଦର୍ଶନ କରିପାରୁ ନାହାନ୍ତି। ବର୍ଦ୍ଧିତ କରୋନା ସଂକ୍ରମଣ ସହିତ କିଛି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଅଫିସ୍‌ର କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବା ଯୋଗୁ ଏଭଳି ପଦକ୍ଷେପ ନିଆଯାଇଛି।

Advertisment
COVID Guideline
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe