ପୁରୀ: ଗଡ଼ନ୍ତି ଛକରୁ ଜଣେ ବ୍ୟକ୍ତିର ମୃତ ଦେହ ଉଦ୍ଧାର

ପୁରୀ:ପୁରୀ ଗଡ଼ନ୍ତି ଛକର ଏକ ଲଜ୍ ସାମ୍ନାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ଜଣକ ପୂରନ ବିଶ୍ୱାସ୍ ଓ ସେ ନଦିୟା ଅଞ୍ଚଳର ବୋଲି ଜଣାପଡିଛି। ସେ କାଳୀଚରଣ ଲଜରେ ରହୁଥିଲେ। ପୂରନ୍ ଏଠାରେ କିଛି ଦିନ ହେଲା ଫେରି ବ୍ୟବସାୟ କରୁଥିଲେ। ତାଙ୍କ ମୁଣ୍ଡରେ ଆଘାତର ଚିହ୍ନ ରହିଛି । ତାଙ୍କୁ ହତ୍କିୟା କରାଯାଇଥିବା ସନ୍ଦେହ କରାଯାଉଛି । ବାସେଳି ସାହି ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।