ପଶ୍ଚିମଦ୍ୱାର ଦେଇ ଭକ୍ତ ଯିବେ ଶ୍ରୀମନ୍ଦିର, ସ୍ଥାନାନ୍ତର ହେବ ସେଡ୍

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ ତାରିଖରୁ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇପାରିବେ ଭକ୍ତ। ସିଂହଦ୍ୱାର ଆଗରେ ଲଗାଯାଇଥିବା ସମସ୍ତ ଅସ୍ଥାୟୀ ସେଡ୍ ଖୋଲାଯାଇ ପଶ୍ଚିମଦ୍ୱାର ବାହାରେ ଲଗାଇ ଦିଆଯିବ। ଶୁକ୍ରବାର ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେଣୁ ଆଗକୁ ଭକ୍ତ ପୂର୍ବ ପଟ ସିଂହଦ୍ୱାର ଓ ପଶ୍ଚିମ ପଟ ବାଘ୍ରଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇ ଦାରବ୍ରହ୍ମମାନଙ୍କ ଦର୍ଶନ କରିପାରିବେ। ଉତ୍ତର ଓ ଦଣିକ୍ଷ ଦ୍ୱାର ଦେଇ ଶ୍ରୀମନ୍ଦିରରୁ ପ୍ରସ୍ଥାନ କରିବେ। ରଥଯାତ୍ରା […]

MC-meeting

MC-meeting

Niranjan Mishra
  • Published: Friday, 22 April 2022
  • Updated: 23 April 2022, 12:24 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ ତାରିଖରୁ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇପାରିବେ ଭକ୍ତ। ସିଂହଦ୍ୱାର ଆଗରେ ଲଗାଯାଇଥିବା ସମସ୍ତ ଅସ୍ଥାୟୀ ସେଡ୍ ଖୋଲାଯାଇ ପଶ୍ଚିମଦ୍ୱାର ବାହାରେ ଲଗାଇ ଦିଆଯିବ। ଶୁକ୍ରବାର ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେଣୁ ଆଗକୁ ଭକ୍ତ ପୂର୍ବ ପଟ ସିଂହଦ୍ୱାର ଓ ପଶ୍ଚିମ ପଟ ବାଘ୍ରଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇ ଦାରବ୍ରହ୍ମମାନଙ୍କ ଦର୍ଶନ କରିପାରିବେ। ଉତ୍ତର ଓ ଦଣିକ୍ଷ ଦ୍ୱାର ଦେଇ ଶ୍ରୀମନ୍ଦିରରୁ ପ୍ରସ୍ଥାନ କରିବେ। ରଥଯାତ୍ରା କାମ ଆରମ୍ଭ କରିବାକୁ ପରିଚାଳନା କମିଟି ନିଷ୍ପତ୍ତି ନେବା ସହ ସେଡ୍ ସ୍ଥାନାନ୍ତର କରିବାକୁ ପଦେକ୍ଷପ ନେଇଛି।

ସେହିଭଳି ନୀତି ସବକମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଓ ଚନ୍ଦନଯାତ୍ରା ନୀତିର୍ନିଘଣ୍ଟକୁ ପରିଚାଳନା କମିଟି ମୋହର ମାରିଛି। ଚନ୍ଦନଯାତ୍ରା ପୂର୍ବରୁ ବଡଦାଣ୍ଡରେ ଥିବା ସେଡ୍ ଖୋଲାଯିବ।

ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍ ସମ୍ପର୍କରେ ଆଲୋଚନା ହୋଇଛି। ମୋଟ ବଜେଟ ୨ଶହ ୩୭ କୋଟି ୫୮ ଲକ୍ଷ ଟଙ୍କା ରହିଛି। ଏଥିରେ ୧୨୬ କୋଟି ୭୩ ଲକ୍ଷ ଟଙ୍କା ଆୟ ରହିଛି। ଜମା ପୁଞ୍ଜିରୁ ମୋଟ ୧୧୦ କୋଟି ୮୫ ଲକ୍ଷ ଟଙ୍କା ଆୟ ହୋଇଛି। ୩୩ କୋଟି ୬୨ ଲକ୍ଷ ଟଙ୍କା ବଳକା ବଜେଟ ପ୍ରସ୍ତୁତି କରାଯାଇଛି। ତେବେ ଏହା ପୂର୍ଣ୍ଣାଙ୍ଗ ହୋଇପାରି ନ ଥିବାରୁ ଆସନ୍ତା ୨୫ ତାରିଖରେ ବଜେଟ୍ ବୈଠକ ବସିବ। ଆଲୋଚନା ପରେ ବିସ୍ତୃତ ବିବରଣୀ ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପପ୍ରଶାସକ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଏସପି ଓ ଅନ୍ୟ ସଦସ୍ୟମାନେ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story