ମା’ ଶ୍ୟାମାକାଳୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ: ଦୀପାବଳି ଅବସରରେ ପୁରୀର ମା’ ଶ୍ୟାମାକାଳୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ଏଥିପାଇଁ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ମା’ଙ୍କୁ ମହାସ୍ନାନ କରାଯିବା ପରେ ଚଣ୍ଡୀପାଠ କରାଯାଇଥିଲା। ଗଜପତି ମହାରାଜ ଓ ତାଙ୍କ ରାଜଗୁରୁ ଶ୍ୟାମାକାଳୀଙ୍କୁ ଦର୍ଶନ କରିବେ।  ପୁରୀ ବାଲିସାହିରେ ଥିବା ଶ୍ୟାମାକାଳୀଙ୍କ ପୀଠ ଶ୍ରୀନଅରର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠ ଭାବେ ଜଣାଶୁଣା।