ମେଘନାଦ ପାଚେରୀ ଚାରିପାଖରୁ ଉଠିବେ ଦୋକାନୀ
- Published: Sunday, 22 October 2017
- , Updated: 22 October 2017, 09:11 PM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ସୁରକ୍ଷା ଲାଗି ମେଘନାଦ ପାଚେରୀ ଚାରିପାଖରୁ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଉଚ୍ଛେଦ ହେବ। ମେଘନାଦ ପାଚେରୀକୁ ଲାଗି ରହିଛି ଜୋତା ଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ୍ ଓ ବିଭିନ୍ନ ଖଜା ଦୋକାନ। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି ଏନଏସଜି।</p>
<p>ଜୋତାଷ୍ଟାଣ୍ଡ ଗୁଡ଼ିକୁ ସିଂହଦ୍ୱାର ଥାନା ପାଖକୁ ସ୍ଥାନାନ୍ତର କରାଯିବ ବୋଲି ପୁରୀ ଏସ୍‌ପି କହିଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା ଲାଗି ପୋଲିସ ପ୍ରଶାସନର ଏଭଳି ପଦକ୍ଷେପକୁ ଭକ୍ତମାନେ ସ୍ୱାଗତ କରିଛନ୍ତି। ଉଚ୍ଛେଦ ପୂର୍ବରୁ ବ୍ୟବସାୟୀ ଓ ଦୋକାନୀଙ୍କ ଲାଗି ବିକଳ୍ପ ବ୍ୟବସ୍ଥା କରାଯିବା ଦରକାର ବୋଲି ବ୍ୟବସାୟୀ କହିଛନ୍ତି।</p>