ନାବାଳିକା ଦୁଷ୍କର୍ମ ମାମଲାରେ ୧୭ ଦିନରେ ଦାଖଲ ହେଲା ଚାର୍ଜସିଟ୍‌

ପୁରୀ(ଓଡ଼ିଶା ରିପୋର୍ଟର): ଜାନୁଆରୀ ୨୩ ତାରିଖରେ ପୁରୀ ଟାଉନ ଥାନା ଅଞ୍ଚଳରେ ଘଟିଥିବା ୫ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିରୋଧରେ ଆଜି କୋର୍ଟରେ ଚାର୍ଜସିଟ୍‌ ହୋଇଛି। ମାମଲାର ତଦନ୍ତ କରି ଟାଉନ୍‌ ପୁଲିସ୍‌ ୧୭ ଦିନରେ ଚାର୍ଜସିଟ୍‌ ଦାଖଲ କରିଛି। ଏହି ମାମଲାରେ ଗିରଫ ହୋଇ ଜେଲରେ ଅଛି ଅଭିଯୁକ୍ତ ମହେଶ ମହାନ୍ତି। ପୀଡ଼ିତା ଘରେ ଏକାକୀ ଥିଲେ। ଏହି ସମୟରେ ଅଭିଯୁକ୍ତ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପରିବାର […]

Puri

Manoranjan Sial
  • Published: Wednesday, 09 February 2022
  • , Updated: 09 February 2022, 10:03 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଜାନୁଆରୀ ୨୩ ତାରିଖରେ ପୁରୀ ଟାଉନ ଥାନା ଅଞ୍ଚଳରେ ଘଟିଥିବା ୫ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିରୋଧରେ ଆଜି କୋର୍ଟରେ ଚାର୍ଜସିଟ୍‌ ହୋଇଛି। ମାମଲାର ତଦନ୍ତ କରି ଟାଉନ୍‌ ପୁଲିସ୍‌ ୧୭ ଦିନରେ ଚାର୍ଜସିଟ୍‌ ଦାଖଲ କରିଛି। ଏହି ମାମଲାରେ ଗିରଫ ହୋଇ ଜେଲରେ ଅଛି ଅଭିଯୁକ୍ତ ମହେଶ ମହାନ୍ତି।

ପୀଡ଼ିତା ଘରେ ଏକାକୀ ଥିଲେ। ଏହି ସମୟରେ ଅଭିଯୁକ୍ତ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପରିବାର ଲୋକେ ଜାଣିପାରି ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୀ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।

ଧାର୍ମିକ ସହର ଶ୍ରୀକ୍ଷେତ୍ରରେ ଏପରି ଅଧର୍ମ କାମକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ରାଜ ରାସ୍ତାକୁ ଓହ୍ଲାଇଥିଲେ ପୁରୀ ବାସୀ। ଏହା ପରେ ଆକ୍‌ସନ୍‌ ମୋଡ୍‌କୁ ଆସିଥିଲା ପୁଲିସ୍‌। ଅଭିଯୁକ୍ତକୁ ଗିରଫ କରିବା ପାଇଁ ଗଠନ କରିଥିଲା ସ୍ୱତନ୍ତ୍ର ଟିମ୍‌। ପୁରୀ ଏସ୍‌ପି ବିଶାଲ୍ ସିଂଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଶେଷରେ ପୁଲିସ୍‌ ଅଭିଯୁକ୍ତକୁ ଧରିଥିଲା। ପୁରୀ-ଭୁବନେଶ୍ୱର ସୀମାରରୁ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତକୁ ଗିରଫ କରିବା ପରେ ଡାକ୍ତରୀମାଇନା କରିଥିଲା। ଏହା ପରେ ଅଭିଯୁକ୍ତକୁ ଜେଲ୍‌ ପଠାଇ ଦେଇଥିଲା। ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଗତିଶୀଳ କରିଥିଲା। ଆଜି ପୁଲିସ୍‌ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି।

Related story