ପୁରୀକୁ ବିଶ୍ୱସ୍ତରୀୟ ଷ୍ଟେସନ ପାଇଁ ଖର୍ଚ୍ଚ ହେବ ୩୬୪ କୋଟି, ୨ବର୍ଷରେ ସରିବ କାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀସ୍ଥିତ ରେଳଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧାସୁଯୋଗ ଓ ଭିତ୍ତିଭୂମି ଉପଲବ୍ଧ କରିବା ପାଇଁ କେନ୍ଦ୍ର ସରକାର ୩୬୪କୋଟି ଟଙ୍କା ମଞ୍ଜୁର କରିଛନ୍ତି ଓ ଆସନ୍ତା ୨ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଆଜି ପୁରୀ ରେଳଷ୍ଟେସନକୁ ପରିଦର୍ଶନ କରିବା ଅବସରରେ ଶ୍ରୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୁରୀ ରେଳଷ୍ଟେସନକୁ ବିଶ୍ୱସ୍ତରୀୟ ରୂପ ଦେବା ପାଇଁ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ […]

Puri-Rail-Station

Ordigital Desk
  • Published: Tuesday, 21 June 2022
  • , Updated: 22 June 2022, 12:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀସ୍ଥିତ ରେଳଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧାସୁଯୋଗ ଓ ଭିତ୍ତିଭୂମି ଉପଲବ୍ଧ କରିବା ପାଇଁ କେନ୍ଦ୍ର ସରକାର ୩୬୪କୋଟି ଟଙ୍କା ମଞ୍ଜୁର କରିଛନ୍ତି ଓ ଆସନ୍ତା ୨ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ଆଜି ପୁରୀ ରେଳଷ୍ଟେସନକୁ ପରିଦର୍ଶନ କରିବା ଅବସରରେ ଶ୍ରୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୁରୀ ରେଳଷ୍ଟେସନକୁ ବିଶ୍ୱସ୍ତରୀୟ ରୂପ ଦେବା ପାଇଁ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ । ପୁରୀ ରେଳଷ୍ଟେସନ ଓ ଏହାର ପାରିପାଶ୍ୱିର୍କ ଅଂଚଳକୁ ବିକଶିତ କରିବା ନିମନ୍ତେ ୩୬୪କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ଓ କାମ ଖୁବଶୀଘ୍ର ଆରମ୍ଭ ହେବ ଓ ପ୍ରାୟ ୨ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବ ।

ରେଳ ଷ୍ଟେସନରେ ଓଡ଼ିଶାର ସ୍ଥାପତ୍ୟ କଳାର ଡିଜାଇନ୍ ଆଧାରରେ ଯାତ୍ରୀନିବାସ ନିର୍ମାଣ କରାଯିବ । ପୁରୀ ରେଳଷ୍ଟେସନ କୋଠା ଏଭଳି ଶୈଳୀରେ ନିର୍ମାଣ ହେବ, ଯାହା ଉପରେ ୨୦୦ରୁ ୩୦୦କିମି ବେଗର ବାତ୍ୟା ପ୍ରଭାବିତ ହେବ ନାହିଁ । ଷ୍ଟେସନରେ ଗ୍ରୀନ ବିଲଡିଂ ରହିବ । ପ୍ରସ୍ତାବ ଅନୁସାରେ ଷ୍ଟେସନରେ ଫୁଡ୍ କୋର୍ଟ, ସପିଂ ଏରିଆ ଓ ୱେଷ୍ଟ ମ୍ୟାନେଜମେଣ୍ଟ ପାଇଁ ବ୍ୟବସ୍ଥା ରହିବ । ପୁରୀରେ ମୋବାଇଲ ଟିକେଟିଂ ବ୍ୟବସ୍ଥା କାର୍ଯ୍ୟକାରୀ ହେବ, ଯାହାଫଳରେ ଯାତ୍ରୀମାନେ ଧାଡ଼ିରେ ନଛିଡ଼ା ହୋଇ ଯେକୌଣସି ସ୍ଥାନରୁ ଟିକେଟ୍ କରିପାରିବେ । ଶ୍ରୀ ବୈଷ୍ଣବ ଆଜି ପୁରୀ ରେଳଷ୍ଟେସନରେ ଭିତ୍ତିଭୂମି ଆଦିର ସମୀକ୍ଷା କରୁଥିଲେ ।

ସେ ଏହି ଅବସରରେ ରଥଯାତ୍ରା ପାଇଁ ରେଳବାଇର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଚଳିତବର୍ଷ ଜୁଲାଇ ୧ ରଥଯାତ୍ରା ପାଇଁ ୨୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ରେଳବାଇ ଯୋଜନା କରିଛି । ଏହାସହିତ କୋଣାର୍କକୁ ରେଳ ସଂଯୋଗ ନିମନ୍ତେ ସର୍ଭେ କାର୍ଯ୍ୟ ଆରମ୍ଭ ହେବ । କୋଣାର୍କକୁ ପୁରୀରୁ ନା ଅନ୍ୟ ନିକଟବର୍ତ୍ତୀ କେଉଁ ସ୍ଥାନରୁ ଟ୍ରେନ ଚଳାଚଳ କରିହେବ ତାହାର ସର୍ଭେ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

Related story