Advertisment

ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠିଲା, ହେଲେ ଆଲୋଚନା ହେଲାନି

ପୁରୀ(ଓଡ଼ିଶା ରିପୋର୍ଟ): ଆଜି ପୁରୀ ନୀଳାଦ୍ରି ଭକ୍ତ ନିବାସରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠିଲା। ହେଲେ ପ୍ରସଙ୍ଗକୁ ନେଇ ମୁହଁ ଖୋଳିଲେନି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ। ପ୍ରସଙ୍ଗକୁ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଉପସ୍ଥାପନ କରିଥିବା ବେଳେ ବୈଠକରେ ଏହାକୁ ଏଡାଇଯାଇଥିଲେ ଗଜପତି ମହାରାଜ। ପରିଚାଳନା କମିଟି ଏଜେଣ୍ଡାରେ ନ ଥିବାରୁ ଆଲୋଚନା ହେଲାନି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ। ବୈଠକରେ କେବଳ ଚଳିତ ବର୍ଷ […]

author-image
Niranjan Mishra
ଅଦ୍ୟତନ ହୋଇଛି
ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠିଲା, ହେଲେ ଆଲୋଚନା ହେଲାନି

srimandirt-meet

ପୁରୀ(ଓଡ଼ିଶା ରିପୋର୍ଟ): ଆଜି ପୁରୀ ନୀଳାଦ୍ରି ଭକ୍ତ ନିବାସରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠିଲା। ହେଲେ ପ୍ରସଙ୍ଗକୁ ନେଇ ମୁହଁ ଖୋଳିଲେନି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ। ପ୍ରସଙ୍ଗକୁ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଉପସ୍ଥାପନ କରିଥିବା ବେଳେ ବୈଠକରେ ଏହାକୁ ଏଡାଇଯାଇଥିଲେ ଗଜପତି ମହାରାଜ। ପରିଚାଳନା କମିଟି ଏଜେଣ୍ଡାରେ ନ ଥିବାରୁ ଆଲୋଚନା ହେଲାନି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ।

Advertisment

ବୈଠକରେ କେବଳ ଚଳିତ ବର୍ଷ ୨୧ ମଇ ଓ ୬ ଅଗଷ୍ଟ ୨୦୨୨ ରେ ବସିଥିବା ବୈଠକର ବିବରଣୀ ଦୃଢ଼ିକରଣ କରାଯାଇଛି।

ସେପଟେ ନୀତି ସବ୍ କମିଟି ବୈଠକ ନିଷ୍ପତି ଅନୁଯାୟୀ କାର୍ତ୍ତିକ ନୀତି ନିର୍ଘଣ୍ଟଙ୍କୁ ପରିଚାଳନା କମିଟି ଗ୍ରହଣ କରିଥିବା ଜଣାପଡ଼ିଛି।

Advertisment

ଅନ୍ୟପଟେ ORSEC ମାଧ୍ୟମରେ ଜଗନ୍ନାଥ ଜମିର ସ୍ଥିତାବସ୍ଥା ଜାଣିବା ପ୍ରସ୍ତାବକୁ ବୈଠକରେ ଗୃହୀତ କରାଯାଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଜମିଗୁଡ଼ିକୁ ଡିଜିଟାଇଜେସନ କରାଯାଇ ସମ୍ପତ୍ତି ରେକର୍ଡ ପ୍ରସ୍ତୁତ କରାଯିବ। ଆଦର୍ଶ ଗୁରୁକୁଳ ସୋସାଇଟି ରେଜିଷ୍ଟ୍ରସନ ଲାଗି ବିର୍ଲା ସହ MOU ପାଇଁ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ସେହିପରି ଆଦର୍ଶ ଗୁରୁକୁଳ ସ୍ଥାପନା ଓ ହରଚଣ୍ଡୀ ସାହିରେ ୩ ଏକର ଜମି ଉପରେ ସେବକ ବାସଗୃହ ପ୍ରୋଜେକ୍ଟ କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଆଦର୍ଶ ଗୁରୁକୁଳ ନିମନ୍ତେ ଆବଶ୍ୟକ ଜମିକୁ ଲିଜ୍ ଆକାରରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।