Advertisment

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲା; ଅନିମେଶଙ୍କୁ ନୋଟିସ୍, ପୁଲିସକୁ ମାଫ୍

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଡ୍ରୋନ୍ ଭିଡିଓ ସୋଶାଲ ମିଡ଼ିଆ ୟୁଟ୍ୟୁବରେ ଅପଲୋଡ ପରେ ଏହା ଭାଇରାଲ୍ ହେବା ସିଂହଦ୍ୱାର ଥାନାରେ ମାମଲା ରୁଜୁ। ତଦନ୍ତ ରିପୋର୍ଟ ଆଧାରରେ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି। ୧୬୦ CrPC ଆଧାରରେ ଅନିମେଶଙ୍କୁ ଥାନାରେ ହାଜର ପାଇଁ ନୋଟିସ୍ ଜାରି କରିଛି ପୁଲିସ। ଏହି ମାମଲାକୁ ଜଣେ ପୁଲିସ DSPଙ୍କ ନେତୃତ୍ୱରେ ଜଣେ IIC ଏବଂ ୨ ଜଣ ASI ତଦନ୍ତ କରୁଛନ୍ତି। ଏସପି କହିଛନ୍ତି, ସମ୍ପୃକ୍ତ […]

ଅଦ୍ୟତନ ହୋଇଛି
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲା; ଅନିମେଶଙ୍କୁ ନୋଟିସ୍, ପୁଲିସକୁ ମାଫ୍

animes

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଡ୍ରୋନ୍ ଭିଡିଓ ସୋଶାଲ ମିଡ଼ିଆ ୟୁଟ୍ୟୁବରେ ଅପଲୋଡ ପରେ ଏହା ଭାଇରାଲ୍ ହେବା ସିଂହଦ୍ୱାର ଥାନାରେ ମାମଲା ରୁଜୁ। ତଦନ୍ତ ରିପୋର୍ଟ ଆଧାରରେ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି। ୧୬୦ CrPC ଆଧାରରେ ଅନିମେଶଙ୍କୁ ଥାନାରେ ହାଜର ପାଇଁ ନୋଟିସ୍ ଜାରି କରିଛି ପୁଲିସ।

Advertisment

ଏହି ମାମଲାକୁ ଜଣେ ପୁଲିସ DSPଙ୍କ ନେତୃତ୍ୱରେ ଜଣେ IIC ଏବଂ ୨ ଜଣ ASI ତଦନ୍ତ କରୁଛନ୍ତି। ଏସପି କହିଛନ୍ତି, ସମ୍ପୃକ୍ତ ୟୁଟ୍ୟୁବରଙ୍କ ପରିଚୟ ଏବଂ ଲୋକେସନ ଜଣାପଡିଛି। ବ୍ୟବହୃତ ଡ୍ରୋନର ଯାଞ୍ଚ କରାଯିବ। ଏନେଇ ମାମଲା ରୁଜୁ ପରେ ୟୁଟ୍ୟୁବରଙ୍କୁ ନୋଟିସ୍ କରାଯାଇଛି।

ସେପଟେ ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଉତ୍ତୋଳନ ଓ ଭାଇରାଲ କରିବା ନେଇ କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ। ସୋଶାଲ୍ ମିଡିଆରେ ଏକ ଭିଡିଓ ଅପ୍ଲୋଡ କରି ମହାପ୍ରଭୁ ଜଗନ୍ନାଥ, ୪ କୋଟି ଓଡ଼ିଆ ଓ ପୋଲିସ ପ୍ରଶାସନକୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନ୍ ଅନ୍ତର୍ଗତ ବୋଲି ସେ ଜାଣିନଥିଲେ ଏପରିକି ତାଙ୍କ ଡ୍ରୋନ୍‌ରେ ସେଭଳି କିଛି ଓ୍ୱାର୍ଣ୍ଣିଂ ଦେଖାଇନଥିଲା। ତେଣୁ ଅଜାଣତରେ ଏଭଳି ଭୁଲ ହୋଇଥିବା କହିଛନ୍ତି ଅନିମେଶ।  ଏହି ଭିଡିଓ ୨ରୁ ୩ ମାସ ତଳେ ସୁଟିଂ କରିଥିଲେ ଅନିମେଶ। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସେ ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ଏହି ଭିଡିଓ ହଟାଇଦେଇଥିବା କହିଛନ୍ତି।

Advertisment

ତେଣେ ଏହି ଭିଡିଓ ଜଣେ ପୁଲିସ କର୍ମଚାରୀଙ୍କୁ ପଚାରି କରିଥିବା ନେଇ ଗତକାଲି ଦେଇଥିବା ମତକୁ ସେ ଆଜି ଭୁଲରେ କହିଥିବା ମଧ୍ୟ ସ୍ୱୀକାର କରିଛନ୍ତି। ସେ ୟୁଟ୍ୟୁବ୍‌ରେ ଭିଡିଓ କରି ଅପ୍‌ଲୋଡ କରିବା ପରେ ବହୁ ଲୋକ ଏହାକୁ ଦେଖିଥିଲେ ଏବଂ ଭିଡିଓ ଦେବାକୁ ଫୋନ୍ ଯୋଗେ କହିଥିଲେ। ଏହି ସମୟରେ ସେ ଗୋଟିଏ ଗୋଟିଏ ୟାଙ୍ଗେଲର ଫୁଟେଜ ପିଛା କୋଡିଏ ହଜାର ଦାବି କରିଥିବା ମଧ୍ୟ ଜଣାପଡ଼ିଛି।

ହେଲେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡି ଚାରିଦିଗରୁ ଘଣ୍ଟାଘଣ୍ଟା ଧରି ଭିଡିଓ ଉତ୍ତୋଳନ କରୁଥିବା ବେଳେ ପୁଲିସ କିପରି ଜାଣିପାରିଲାନି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପୁଲିସର ସୁରକ୍ଷା ବ୍ୟବସ୍ଥାରେ ଥିବା ସମସ୍ତ ତ୍ରୁଟିକୁ ପଦାରେ ପକାଇଛି। ପ୍ରତିଦିନ ଶ୍ରୀଜଗନ୍ନାଥ ମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଅନବରତ ପ୍ରବଳ ଭିଡ଼ ଥିବା ଏହି ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଭୟ ରହିଛି। ଏନେଇ ପ୍ରତିବର୍ଷ ଏନ୍‌ଏସ୍‌ଜି ଗସ୍ତ କରି ସୁରକ୍ଷା ବ୍ୟବସ୍ଥାକୁ ପରୀକ୍ଷା କରିଥାଏ। ପୁଲିସ ପ୍ରଶାସନକୁ ସତର୍କ ରହିବାକୁ ଚେତାଇ ଦେଇଥାଏ। ହେଲେ ପୁଲିସ ବାବୁଙ୍କ ଦାୟିତ୍ୱହୀନତା ପଦାରେ ପଡ଼ିଛି।

ଶ୍ରୀମନ୍ଦିରରେ ପ୍ରତିଦିନ ଶହେରୁ ଅଧିକ ପୁଲିସ କର୍ମଚାରୀ ମୁତୟନ ରହିଥାନ୍ତି। ଚାରି ଦ୍ୱାର ସମେତ ମେଘନାଦ ପାଚେରୀ ଚାରି କୋଣରେ ଥିବା ୱାର୍ଚ ଟାୱାରରେ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ ରହିଥାନ୍ତି। ମାତ୍ର କର୍ମଚାରୀମାନେ ଢିଲା ମାରୁଥିବା ବେଳେ ବଡ଼ ବାବୁମାନେ ନଜର ଅନ୍ଦାଜ କରି ଦାୟିତ୍ୱ ହୁଡ଼ି ଚାଲିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ଜଣେ ଅତିରିକ୍ତ ଏସ୍‌ପିଙ୍କୁ ସ୍ୱତନ୍ତ୍ର ଭାବେ ସୁରକ୍ଷା ପ୍ରଶାସକ ଦାୟିତ୍ୱ ଦିଆଯାଇଛି। ଏହାଛଡ଼ା ଖୋଦ୍ ଏସ୍‌ପି ଓ ଏସିଆ ମହାଦେଶର ସବୁଠାରୁ ବଡ଼ ଥାନା କୁହାଯାଉଥିବା ସିଂହଦ୍ୱାର ଥାନାର ଅଧିକାରୀମାନଙ୍କ ନଜର ଶ୍ରୀମନ୍ଦିର ଉପରେ ରହିଥାଏ। ଗୋଟାଏ ପଟେ ବିପି ଦାସ କମିଶନଙ୍କ ରିପୋର୍ଟ ଓ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ସରକାର ଶ୍ରୀମନ୍ଦିରେ ସୁରକ୍ଷା ସହ ଶୃଙ୍ଖଳା ଆଣୁଥିବାର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ନେଡିଗୁଡ଼ କହୁଣିରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ସୁରକ୍ଷାରେ ଢିଲା କରିଥିବା କର୍ମଚାରୀ କିମ୍ବା ଅଧିକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହା ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe