ଆଜିଠୁ ସମସ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର, ରତ୍ନସିଂହାସନରେ ମିଳିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ୪ ମାସର ପ୍ରତିକ୍ଷା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦେଖିବାର ସୌଭାଗ୍ୟ ପାଇଛନ୍ତି ସର୍ବସାଧାରଣ । ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର । କରୋନାର ଦ୍ୱିତୀୟ ଲହର କମିବା ପରେ ସେବାୟତ, ତାଙ୍କ ପରିବାର ଓ ପୁରୀବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ। ତେବେ ଆଜିଠାରୁ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ଭକ୍ତ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିପାରିବେ। ସରକାରୀ ଗାଇଡଲାଇନ୍‌ ଅନୁଯାୟୀ,  ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ […]

puri temple

Niharika Rout
  • Published: Monday, 23 August 2021
  • , Updated: 23 August 2021, 01:17 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ୪ ମାସର ପ୍ରତିକ୍ଷା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦେଖିବାର ସୌଭାଗ୍ୟ ପାଇଛନ୍ତି ସର୍ବସାଧାରଣ । ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର । କରୋନାର ଦ୍ୱିତୀୟ ଲହର କମିବା ପରେ ସେବାୟତ, ତାଙ୍କ ପରିବାର ଓ ପୁରୀବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ। ତେବେ ଆଜିଠାରୁ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ଭକ୍ତ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିପାରିବେ।

ସରକାରୀ ଗାଇଡଲାଇନ୍‌ ଅନୁଯାୟୀ,  ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା କରୋନା ଟିକାର ୨ଟି ଡୋଜ୍ ନେଇଥିବାର ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଆଧାର କାର୍ଡ ପରି ପରିଚୟ ପତ୍ର ବି ଆବଶ୍ୟକ ।

ଶୃଙ୍ଖଳିତ  ଦର୍ଶନ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି । ହାତ ସାନିଟାଇଜ୍ ପାଇଁ କରାଯାଇଛି ୮ଟି କିଓସ୍କ । ବୃଦ୍ଧ ଓ ଦିବ୍ୟାଙ୍ଗ ଯେମିତି ସୁରୁଖୁରୁରେ ଦର୍ଶନ କରିପାରିବେ, ତାର ମଧ୍ୟ ବ୍ୟବସ୍ଥା ହୋଇଛି।  ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ।

[caption id="attachment_669159" align="aligncenter" width="650"] ଭକ୍ତଙ୍କ ପରିଚୟ ପତ୍ର ଯାଞ୍ଚ ହେଉଛି।[/caption]

ସେହିପରି  ଆଜି ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି। ହେଲେ ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର।  କୋଭିଡ୍ ନିୟମ ମାନି ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି।  ତେବେ କୌଣସି ଶ୍ରଦ୍ଧାଳୁଙ୍କୁ ମନ୍ଦିରର ଗର୍ଭଗୃହ ଭିତରକୁ ଛଡ଼ାଯିବ ନାହିଁ । ନିରାପଦ ଦୂରତାରେ ରହି ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ  । ମସିଜିଦ୍, ଚର୍ଚ୍ଚ ଓ ଅନ୍ୟ ଧର୍ମାନୁଷ୍ଠାନରେ ମଧ୍ୟ କୋଭିଡ୍ କଟକଣାରେ ଶ୍ରଦ୍ଧାଳୁମାନେ ଭିତରକୁ ଯାଇ ପ୍ରାର୍ଥନା ଓ ନମାଜ କରିପାରିବେ ।

ତେବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଯେମିତି ସାମାଜିକ ଦୂରତା ରହିବ ସେ ଦାୟିତ୍ୱ ସଂପୃକ୍ତ ଧର୍ମାନୁଷ୍ଠାନର କର୍ତ୍ତୃପକ୍ଷ ନେବେ । ତେବେ ଧର୍ମାନୁଷ୍ଠାନରେ ଏକା ସଙ୍ଗରେ ୨୫ ଜଣରୁ ଅଧିକ ଏକାଠି ହେବାକୁ ବାରଣ କରାଯାଇଛି।  ଧର୍ମାନୁଷ୍ଠାନର ସେବାୟତ RTPCR ନେଗେଟିଭ ବା ଦୁଇ ଡୋଜ୍ କୋଭିଡ୍ ଭ୍ୟାକ୍ସିନ ନେଇଥିବା ଜରୁରୀ  । ସମସ୍ତ ସେବାୟତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।  ଶ୍ରଦ୍ଧାଳୁମାନେ ଧର୍ମାନୁଷ୍ଠାନରେ ପ୍ରବେଶ ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ଗାଇଡ୍ଲାଇନ୍‌ରେ ଉଲ୍ଲେଖ ଅଛି।

Related story