ପୁରୀ: ୨ଟି ବିରଳ ବେଲେରା ମୂଷା ଉଦ୍ଧାର

ପୁରୀ: ପୁରୀ ବେଳାଭୂମି ନିକଟ ବାଲିନୋଳିଆ ସାହିରୁ ୨ଟି ବିରଳ ବେଲେରା ମୂଷା ଉଦ୍ଧାର କରାଯାଇଛି। ଏହି ବେଲେରା ମୂଷା ବା ଜିଆଣ୍ଟ ସ୍କୁଲରାଲ ସିଡ୍ୟୁଲ ୧ ଶ୍ରେଣୀ ଅନ୍ତର୍ଭୁକ୍ତ। ଉଦ୍ଧାର ହୋଇଥିବା ଏହି ମୂଷା ଦୁଇଟିକୁ ଲୁହା ପଞ୍ଜରାରେ ରଖାଯାଇଥିଲା। ଏ ସମ୍ପର୍କରେ ଖବର ପାଇବା ପରେ ଖୋର୍ଦ୍ଧା ବନ ବିଭାଗ ଓ ପୁରୀ ବନଖଣ୍ଡ ଅଧିକାରୀ ସହଯୋଗରେ ମୂଷା ଦୁଇଟିକୁ ଉଦ୍ଧାର କରାଯାଇଥିଲା। ବନ ବିଭାଗ ୱାର୍ଡେନ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, “ଉଦ୍ଧାର ମୂଷା […]

musha

musha

Rakesh Mallick
  • Published: Sunday, 06 March 2016
  • Updated: 06 March 2016, 05:39 AM IST

ପୁରୀ: ପୁରୀ ବେଳାଭୂମି ନିକଟ ବାଲିନୋଳିଆ ସାହିରୁ ୨ଟି ବିରଳ ବେଲେରା ମୂଷା ଉଦ୍ଧାର କରାଯାଇଛି। ଏହି ବେଲେରା ମୂଷା ବା ଜିଆଣ୍ଟ ସ୍କୁଲରାଲ ସିଡ୍ୟୁଲ ୧ ଶ୍ରେଣୀ ଅନ୍ତର୍ଭୁକ୍ତ। ଉଦ୍ଧାର ହୋଇଥିବା ଏହି ମୂଷା ଦୁଇଟିକୁ ଲୁହା ପଞ୍ଜରାରେ ରଖାଯାଇଥିଲା। ଏ ସମ୍ପର୍କରେ ଖବର ପାଇବା ପରେ ଖୋର୍ଦ୍ଧା ବନ ବିଭାଗ ଓ ପୁରୀ ବନଖଣ୍ଡ ଅଧିକାରୀ ସହଯୋଗରେ ମୂଷା ଦୁଇଟିକୁ ଉଦ୍ଧାର କରାଯାଇଥିଲା।

ବନ ବିଭାଗ ୱାର୍ଡେନ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, “ଉଦ୍ଧାର ମୂଷା ଦୁଇଟିକୁ ନନ୍ଦନକାନନ ପଠାଯିବ। ପରେ ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯିବ। ଏହା ଏକ ବିରଳ ପ୍ରଜାତିର ମୂଷା ହୋଇଥିବାରୁ ଏହାକୁ ରଖିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos