Advertisment

ପୁରୀରେ ସବୁଠୁ ଅଧିକ ଛେଚିଛି, କଟକ ଓ ଭୁବନେଶ୍ୱର ପାଇଁ ସତର୍କ ସୂଚନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଘୁଚାପ ପ୍ରଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ଠାରୁ ପ୍ରବଳ ବର୍ଷା ହେଉଛି। ଗତକାଲି ସକାଳ ୮ଟା ୩୦ରୁ ଆଜି ସକାଳ ୮ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ପାରାଦୀପରେ ୨୧୯ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୧୯୫ ମିମି ବର୍ଷା ହୋଇଛି। ସେହିପରି ବାଲେଶ୍ୱରରେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ପୁରୀରେ ସବୁଠୁ ଅଧିକ ଛେଚିଛି, କଟକ ଓ ଭୁବନେଶ୍ୱର ପାଇଁ ସତର୍କ ସୂଚନା

Rain

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଘୁଚାପ ପ୍ରଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ଠାରୁ ପ୍ରବଳ ବର୍ଷା ହେଉଛି। ଗତକାଲି ସକାଳ ୮ଟା ୩୦ରୁ ଆଜି ସକାଳ ୮ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ଏହି ସମୟ ମଧ୍ୟରେ ପାରାଦୀପରେ ୨୧୯ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୧୯୫ ମିମି ବର୍ଷା ହୋଇଛି। ସେହିପରି ବାଲେଶ୍ୱରରେ ୨୪ ମିମି, ଗୋପାଳପୁରରେ ୬୪ ମିମି ଓ ଚାନ୍ଦବାଲିରେ ୪୬ ମିମି ବର୍ଷା ରେକର୍ଡ କରାଯାଇଛି।

ଲଗାଣ ବର୍ଷା ଯୋଗୁ ଭୁବନେଶ୍ୱରରେ ରାସ୍ତାଘାଟରେ ଲହଡ଼ି ମାରୁଛି ପାଣି। ଅନେକ ଅଞ୍ଚଳରେ ରାସ୍ତା ଉପରେ ପାଣି ଭରି ଯାଇଥିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ସାଙ୍ଗକୁ ହାଲୁକା ପବନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିପରି ଲଗାଣ ବର୍ଷା ଯୋଗୁ କଟକ ସହରର ସ୍ଥିତି ବେହାଲ ହୋଇଯାଇଛି। ବାଦାମବାଡ଼ି ସମେତ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି।

Advertisment

କଟକ ଓ ଭୁବନେଶ୍ୱରରେ ଆହୁରି ବର୍ଷା ହେବ। ସେଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୬ ଘଣ୍ଟା ପାଇଁ ସତର୍କ ରହିବାକୁ ଏହି ଦୁଇ ସହରବାସୀଙ୍କୁ ପରାମର୍ଶ ଦିଆଯାଇଛି। ଘଣ୍ଟାକୁ ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରାଯାଇଛି। ଏଥିଯୋଗୁ ଦୁଇ ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ। ତେଣୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ଯଥାସମ୍ଭବ ବାହାରକୁ ନବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ପାରାଦୀପରେ ଜୋରରେ ବର୍ଷା ହେଉଥିବା ବେଳେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ବର୍ଷା ସାଙ୍ଗକୁ ପବନ ହେଉଥିବା ଯୋଗୁଁ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ମଧୁବନ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇଯାଇଛନ୍ତି। ଅନେକ ତଳିଆ ଅଞ୍ଚଳରେ ପାଣି ଜମି ଯାଇଛି। ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। କୁଜଙ୍ଗରେ ଗଛ ସାଙ୍ଗକୁ କେତେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି।

ଅନ୍ୟପକ୍ଷରେ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇ ଆଜି ସକାଳେ ଚାନ୍ଦବାଲି ଠାରେ  ଉତ୍ତର ଓଡ଼ିଶା ଉପକୂଳକୁ ଅତିକ୍ରମ କରିଛି।

ବଢ଼ୁଛି ନଦୀର ଜଳସ୍ତର

ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ୁଛି। ମହାନଦୀ ଓ ଏହାର ଶାଖା ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି। ଦେବୀ, କୁଶଭଦ୍ରା, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧରା ଏବଂ ରୁଷିକୂଲ୍ୟା ନଦୀ ଫୁଲିବାରେ ଲାଗିଛି। ମଥାନୀ ଠାରେ ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ତେବେ ଅନ୍ୟ ନଦୀରେ ଜଳ ସ୍ତର ବଢ଼ୁଥିଲେ ବି ବିପଦ ସଂକେତ ତଳେ ପ୍ରବାହିତ ହେଉଛନ୍ତି।

ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଅବବାହିକା ନେଇ ସେଣ୍ଟ୍ରାଲ ୱାଟର କମିଶନ ସତର୍କତା ପରାମର୍ଶ ଜାରି କରିଛି।  ବ୍ରାହ୍ମଣୀ ଓ ଏହାର ଶାଖା ନଦୀ ବଢ଼ୁଥିବାରୁ ୬ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି। ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ଯାଜପୁର ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ବୈତରଣୀର ଜଳ ସ୍ତର ବୃଦ୍ଧି ପାଇବା ସମ୍ଭାବନା ରହିଛି।

Weather Report