Advertisment

ସ୍ନାନ ପୂର୍ଣ୍ଣିମାରେ ତିନି ଅଘଟଣ; ସ୍ନାନ ଚକଡ଼ା ପଡ଼ିଲା ରକ୍ତ ଛିଟା, ଠାକୁରେ ହେଲେ ଯାତ୍ରାଙ୍ଗି ମହାସ୍ନାନ

ଜଣେ ଜେଟିପି ଏହା ଦେଖିବା ପରେ ଶ୍ରୀଜିଉଙ୍କର ହେଉଛି ମହାସ୍ନାନ।

ଅଦ୍ୟତନ ହୋଇଛି
'Mahasnana' of Trinity

'Mahasnana' of Trinity

Advertisment

ସ୍ନାନ ପୂର୍ଣ୍ଣିମାରେ ବଡ଼ ଅଘଟଣ। ତିନି ତିନିଟି ଅଘଟଣ ଘଟିଛି ଶ୍ରୀମନ୍ଦିରରେ। ଶ୍ରୀମନ୍ଦିରରେ ଠାକୁର ଦର୍ଶନ ନିମନ୍ତେ ଆସିଥିବା ଜଣେ ଭକ୍ତଙ୍କର ଆଜି ମୃତ୍ୟୁ ଘଟିଥିବା ବେଳେ ଜଣେ ବିଦେଶୀ ମଧ୍ୟ ବାଇଶି ପାହାଚ ପର୍ଯ୍ୟନ୍ତ ଚଢ଼ି ଯାଇଥିଲେ। ଖାଲି ସେତିକି ନୁହେଁ, ଶ୍ରୀଜିଉଙ୍କ ଦେବସ୍ନାନ ବେଳେ ଅଘଟଣ ଘଟିଛି।  ସ୍ନାନ ମଣ୍ଡପ ଚକଡାରେ ରକ୍ତ ଛିଟା ଦେଖିବାକୁ ମିଳିଥିଲା। କିଛି ସେବାୟତ ଓ ମୁତୟନ ଜେଟିପି ଏହା ଦେଖିବା ପରେ ଶ୍ରୀଜିଉଙ୍କର ଯାତ୍ରାଙ୍ଗୀ ମହାସ୍ନାନ ହୋଇଛି। ଜଳବିଜେ ଓ ପରବର୍ତ୍ତି ଦେବସ୍ନାନ ନୀତି ପାଇଁ ଯିବା ଆସିବା ବେଳେ କୌଣସି ଜଣେ ସେବାୟତ ଆଘାତ ପାଇବାରୁ ତାଙ୍କ ଦେହରୁ ରକ୍ତ ଛିଟା ସ୍ନାନ ମଣ୍ଡପରେ ଲାଗିଥିବା ସୂଚନା ମିଳିଛି।

Advertisment

ଏଥିଯୋଗୁ ଠାକୁରଙ୍କ ହାତୀବେଶ ବିଳମ୍ବ ହେବା ଆଶଙ୍କା ଦେଖାଦେଇଛି। ପ୍ରତ୍ୟୁଷରୁ ହିଁ ମଙ୍ଗଳାର୍ପଣ ଓ ପହଣ୍ଡି ଆରମ୍ଭ ପ୍ରାୟ ୪୫ ମିନିଟ୍ ବିଳମ୍ବ ହୋଇଥିଲା। ତେଣୁ ପରବର୍ତ୍ତି ନୀତିଗୁଡ଼ିକ ସେହି ଅନୁଯାୟୀ ବିଳମ୍ବ ହୋଇଚାଲିଥିଲା। ଯାତ୍ରାଙ୍ଗୀ ମହାସ୍ନାନ ପରେ ମେକାପ ସର୍ବାଙ୍ଗ, ବେଶ ଶେଷ ହୋଇ ଛେରାପହଁରା ଆରମ୍ଭ ହେବ। ଆଜି ହାତୀବେଶ ଦିନ ୨.୪୦ରେ ସମ୍ପନ୍ନ ହେବା ନୀତି ନିର୍ଘଣ୍ଟ ହୋଇଥିବା ବେଳେ ଏଥିରେ ୨ ଘଣ୍ଟା ବିଳମ୍ବ ହେବା ଅନୁମାନ କରାଯାଉଛି। ଏଥିପାଇଁ ଭକ୍ତଙ୍କୁ ଏହି ଦୁର୍ଲଭ ଦର୍ଶନ କରିବାକୁ ପ୍ରବଳ ଗୁଳୁଭୁଳି ଭିତରେ କଷ୍ଟ ସହି କିଛି ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ।

ସେପଟେ ଆଜି ଶ୍ରୀମନ୍ଦିର ଭିତରେ ଦର୍ଶନ କରୁଥିବା ବେଳେ ଜଣେ ଭକ୍ତ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ପୁଲିସ ଉଠାଇବା ପରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏପରିକି ସିପିଆର୍ ବି ଦିଆଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ଡାକ୍ତରଖାନା ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ରାଜସ୍ଥାନର ଆମ୍ବାଲାଲ ବୋଲି ଜଣାପଡ଼ିଛି।

Advertisment

ସେହିପରି ଶ୍ରୀମନ୍ଦିର ବାଇଶି ପାହାଚ ପର୍ଯ୍ୟନ୍ତ ପଶିଯାଇଥିଲେ ଜଣେ ବିଦେଶୀ ଭକ୍ତ। ଭିଡ଼ ଭିତରେ ଜଣେ ବିଦେଶୀ ଭକ୍ତ ଭାବବିହ୍ୱଳ ହୋଇ ଠାକୁର ଦର୍ଶନ କରିବା ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରି ବାଇଶି ପାହାଚ ପର୍ଯ୍ୟନ୍ତ ଚାଲିଯାଇଥିଲେ। ପରେ ସେଠାରେ ଉପସ୍ଥିତ ପୁଲିସ ସଂପୃକ୍ତ ଭକ୍ତଙ୍କୁ ଧରି ବାହାରେ ଛାଡ଼ିଥିଲା।

Puri Shreemandir Lord Jagannath Snana Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe