Advertisment

ଶ୍ରୀଅଙ୍ଗକୁ ମୂଷା, ଅସରପା ବିପଦ! ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗର ପାଟକୁ କାଟିଦେଲା

ଗତକାଲି ଶ୍ରୀଜିଉଙ୍କ ଖସାପଡ଼ା ନୀତି ଥିଲା। ଖସାପଡ଼ା ନୀତି ପରେ ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Puri Temple

Puri Temple

Advertisment

ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବୁଲୁଛନ୍ତି ମୂଷା ଓ ଅସରପା। ଏଥିଯୋଗୁଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଦେଖାଦେଇଛି। ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗର ପାଟକୁ ମୂଷା କାଟି ଦେଇଛନ୍ତି। ହେଲେ ଶ୍ରୀଜଗନ୍ନାଥ, ଓ ଶ୍ରୀବଳଭଦ୍ରଙ୍କ କୌଣସି କ୍ଷତି ହୋଇନାହିଁ। ଗତକାଲି ଶ୍ରୀଜିଉଙ୍କ ଖସାପଡ଼ା ନୀତି ଥିଲା। ଖସାପଡ଼ା ନୀତି ପରେ ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର ଏହି ସୂଚନା ଦେଇଛନ୍ତି। 

Advertisment

ସେ କହିଛନ୍ତି, ସୁଭଦ୍ରାଙ୍କ ଶ୍ରୀଅଙ୍ଗର ପାଟରେ ଯାହା କ୍ଷତି ହୋଇଥିଲା, ତାକୁ ଭରଣା କରି ଦିଆଗଲା। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ରଙ୍କ ଶ୍ରୀଅଙ୍ଗର ପାଟରେ କ୍ଷତି ହୋଇନାହିଁ। ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ତୁରନ୍ତ ମୂଷାର ଦୋରାତ୍ମକୁ ଦୂର ନ କଲେ ଶ୍ରୀଅଙ୍ଗ ପ୍ରତି ବିପଦ ରହିଛି।

ସେହିପରି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ରଥଯାତ୍ରା ସମୟରେ ମହାପ୍ରଭୁ ମାଉସୀମା ଗଲା ପରେ ସେହି ସମୟରେ ଷ୍ଟିଲ ଜାଲି ଉପରେ ବାନ୍ଧିବାକୁ ବ୍ୟବସ୍ଥା କରାଯିବ। ଚାନ୍ଦୁଆରେ ମୂଷା ରହୁଛନ୍ତି। ମନ୍ଦିର ଖୋଲାଯିବାଠାରୁ ମନ୍ଦିର ପହୁଡ଼ ପଡ଼ିବା ପର୍ଯ୍ୟନ୍ତ ମୂଷା ଆସୁ ନାହାନ୍ତି। ପହୁଡ ପରେ ମୂଷା ଉପଦ୍ରବ କରୁଛନ୍ତି।

Advertisment

ସୂଚନାଯୋଗ୍ୟ, ଗତକାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଖସାପଡା ନୀତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ରତ୍ନସିଂହାସନ ଉପରେ ପ୍ରାୟ ପାଞ୍ଚଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିଥିଲେ। ଏଣୁ ଅପରାହ୍ନ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।

ଖସାପଡା ନୀତି ଶ୍ରୀଜିଉଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ। ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ। ବର୍ଷରେ ଦୁଇରୁ ତିନିଥର ଏହି ନିତି ସମ୍ପାଦନ କରାଯାଏ।

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe