ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ସ୍ନାନ ଓ ଗଜବେଶ; ଜାଣନ୍ତୁ କେମିତି ହୁଏ ନୀତି, କିପରି ମିଳେ ମୁକ୍ତି

ଶ୍ରୀମନ୍ଦିରରରେ ବର୍ଷ ତମାମ ଅନେକ ଯାନିଯାତ୍ରା, ପର୍ବପର୍ବାଣି ପାଳିତ ହେଉଥିଲେ ହେଁ ମୁଖ୍ୟତଃ ବାରଟି ଯାତ୍ରାର ପ୍ରାଧାନ୍ୟ ରହିଛି।

snana purnima PhotoOR

ଶ୍ରୀଜଗନ୍ନାଥ ସ୍ନାନ କରୁଛନ୍ତି।(ଫାଇଲ୍ ଫଟୋ)

Niranjan Mishra
  • Published: Sunday, 04 June 2023
  • Updated: 04 June 2023, 07:05 AM IST

Sports

Latest News

ମଞ୍ଚ ସ୍ନାନଂ ରଥବରଗତିଃ ଶାୟନଂ ଚାୟନେ ଦ୍ୱେ

ପାର୍ଶ୍ୱ ବୃତ୍ତିଃ ଶୟନ ନିବୃତ୍ତିଃ ପାବୃତ୍ତୈଃ ପୁଷ୍ୟ ପୂଜା

ଦୋଳ ଯାତ୍ରା ଦମନକମହୋତାକ୍ଷପୂଜା ତୃତୀୟା

ଚୈକଂ ଯାତ୍ରା ବିଧିନିଗଦିତା ଦ୍ୱାଦଶୈତା ନରେନ୍ଦ୍ର।

ଏହାର ଅର୍ଥ ଶ୍ରୀମନ୍ଦିରରରେ ବର୍ଷ ତମାମ ଅନେକ ଯାନିଯାତ୍ରା, ପର୍ବପର୍ବାଣି ପାଳିତ ହେଉଥିଲେ ହେଁ ମୁଖ୍ୟତଃ ବାରଟି ଯାତ୍ରାର ପ୍ରାଧାନ୍ୟ ରହିଛି। ସେଗୁଡ଼ିକ ହେଲା- ୧. ସ୍ନାନଯାତ୍ରା, ୨. ରଥଯାତ୍ରା, ୩. ଶୟନ, ୪. ଦକ୍ଷିଣାୟନ, ୫. ପାର୍ଶ୍ୱପରିବର୍ତ୍ତନ, ଉତ୍‌ଥାପନ, ୭. ପ୍ରାବରଣ ଷଷ୍ଠୀ, ୮. ପୂଷ୍ୟପୂଜା, ୯. ଉତ୍ତରାୟଣ, ୧୦. ଦୋଳ, ୧୧. ଦମନକ ଚତୁର୍ଦ୍ଦଶୀ, ୧୨. ଅକ୍ଷୟ ତୃତୀୟା।

ତେବେ ସେଥିମଧ୍ୟରୁ ସ୍ନାନଯାତ୍ରା ଓ ରଥଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ସବୁଠାରୁ ଅଧିକ ଯାତ୍ରୀ ଭିଡ଼ ହୋଇଥାଏ। ଏହି ଯାତ୍ରାକୁ ନିୟମନିଷ୍ଠାର ସହ ରହି ଠାକୁରଙ୍କୁ ଦର୍ଶନ କରିବା ମାତ୍ରକେ ଯେକୌଣସି ଭକ୍ତକୁ ମୁକ୍ତି ମିଳିଥାଏ। ଏହା ଶ୍ରୀପୁରୁଷୋତ୍ତମକ୍ଷେତ୍ର ମହାତ୍ମ, ସ୍କନ୍ଧ ପୁରୁଣା, ମାର୍କଣ୍ଡେୟ ପୁରୁଣା ପ୍ରଭୃତିରୁ ପ୍ରମାଣ ମିଳେ। ଭକ୍ତଙ୍କ ନିମନ୍ତେ ବ୍ରତ ଆଚରଣ କରିବାର ସମସ୍ତ ବ୍ୟବସ୍ଥା ପୁରାଣରେ ବର୍ଣ୍ଣିତ କରାଯାଇଛି।

ଦେବସ୍ନାନ ପୂର୍ଣ୍ଣିମା- ପ୍ରତିବର୍ଷ ଜ୍ୟେଷ୍ଠମାସ ପୂର୍ଣ୍ଣିମା ଦିନ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ନାନ ଉତ୍ସବ ପାଳନ କରାଯାଏ। ଏହି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇ ସେବକମାନଙ୍କ ଦାୟିତ୍ୱ ବଣ୍ଟନ କରାଯାଏ।

ଠାକୁରଙ୍କ ପୂଜା ଓ ନୀତି ବ୍ୟବସ୍ଥା- ଏହିଦିନ ଠାକୁରଙ୍କ ପାଖରେ ମଙ୍ଗଳାର୍ପଣ, ଡୋରଲାଗି, ପୁଷ୍ପାଞ୍ଜଳି ନୀତି ସରିବା ପରେ ପହଣ୍ଡି ଆରମ୍ଭ ଓ ଶେଷ ହୁଏ। ସ୍ନାନବେଦୀରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ ପରେ ବେଶଶେଷ ହୋଇଥାଏ। ପରେ ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା, ଜଳବିଜେ, ପୂଜା ଓ ସ୍ନାନ, ମଇଲମ, ଛେରାପହଁରା, ହାତୀବେଶ ହୋଇଥାଏ। ଏହି ନୀତି ପରେ ମହନ୍ତଙ୍କ ଶାଢ଼ିବନ୍ଧା, ସକାଳ ଧୂପ, ସାହାଣମେଲା, ପୁଷ୍ପାଞ୍ଜଳି, ଡୋରଲାଗି, ବାହୁଡା ବିଜେ, ସୁନାଚିତା ଓ ରାହୁରେଖା ମଇଲମ କରାଯାଏ। ତା’ପରେ ସମୟକୁ ଚାହିଁ ଅନ୍ୟାନ୍ୟ ନୀତି ହୋଇଥାଏ। 

ଚତୁର୍ଦ୍ଧାମୂର୍ତ୍ତି ଦାରୁବିଗ୍ରହ ସ୍ୱୟଂ ପହଣ୍ଡି ହୋଇ ଆନନ୍ଦବଜାରସ୍ଥ ସ୍ନାନବେଦୀକୁ ବିଜେ କରନ୍ତି। ଏଥିସହ ଏହାକୁ ଲକ୍ଷ୍ୟରେ ରଖି ଅନ୍ୟାନ୍ୟ ନୀତି ବଢ଼ିବାର ସମୟ ଧାର୍ଯ୍ୟ ହୋଇଥାଏ।

ଧାଡ଼ି ପହଣ୍ଡି- ସ୍ନାନପୂର୍ଣ୍ଣମୀ ଦିନ ଭୋର୍‌ରେ ପୂଜାପଣ୍ଡା, ମୁଦିରସ୍ତ ଓ ପତିମହାପାତ୍ର ତିନିବାଡ଼ରେ ମଙ୍ଗଳାର୍ପଣ କରିଥାଆନ୍ତି। ଏହାପରେ ଠାକୁରଙ୍କ ଡୋରଲାଗି ହୋଇଥାଏ। ଘଣ୍ଟ କାହାଳୀ ବାଜେ ଓ ଛତାର ଛତା ଧରେ।  ପ୍ରଥମେ ସୁଦର୍ଶନ, ତାଙ୍କ ପରେ ବଳଭଦ୍ର ଠାକୁର, ପରେ ମା’ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ସ୍ନାନ ମଣ୍ଡପକୁ ବିଜେ କରନ୍ତି। ଏହାକୁ ଠାକୁରଙ୍କ ‘ପହଣ୍ଡି ବିଜେ’ ଓ ‘ଧାଡ଼ି ପହଣ୍ଡି’ ମଧ୍ୟ କୁହାଯାଏ। ଠାକୁରମାନେ ଜଣଙ୍କ ପରେ ଜଣେ ବିଜେ କରୁଥିବାରୁ ଏହାକୁ ଧାଡ଼ି ପହଣ୍ଡି କୁହାଯାଏ। ବିଜେ ସମୟରେ ଠାକୁରମାନଙ୍କୁ ସାତ ପାହାଚ ଠାରେ ଟାହିଆ ବା ଚୂଳ ଲାଗି କରାଯାଏ। ଏହି ଦ୍ରବ୍ୟକୁ ରାଘବ ଦାସ ମଠ ପକ୍ଷରୁ ଯୋଗାଇ ଦିଆଯାଏ। 

୧୦୮ ଗରା ଜଳ ଲାଗି- ଦିଅଁମାନେ ସ୍ନାନବେଦୀରେ ବିଜେ ହେବା ପରେ ଘଣ୍ଟାର, ଛତାର, କାହାଳିଆ, ସୁନାଗୋସାଇଁଙ୍କ ନିକଟକୁ ଯିବେ। ସୁନା ଗୋସାଇଁ ଓ ମୁଦିରସ୍ତ ସୁନାକୂଅ(ଶୀତଳାଙ୍କ କୁଅ)ରୁ ୧୦୮ ଗରା ଜଳ ଆଣି ଜଳ ଅଧିବାସ ଗୃହରେ ରଖିବେ। ଏହି କୂପର ପବିତ୍ର ଜଳ କେବଳ ଦେବସ୍ନାନ ପାଇଁ ଉଦ୍ଦିଷ୍ଟ। ତେଣୁ ଏ କୂପର ମହାତ୍ମ ରହିଛି। ଏହି ୧୦୮ ଜଳକୁମ୍ଭ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ୩୫ କୁମ୍ଭ, ଶ୍ରୀବଳଭଦ୍ରଙ୍କ ନିମନ୍ତେ ୩୩ କୁମ୍ଭ, ଦେବୀ ସୁଭଦ୍ରାଙ୍କ ନିମନ୍ତେ ୨୨ କୁମ୍ଭ ଓ ସୁଦର୍ଶନଙ୍କ ନିମନ୍ତେ ୧୮ କୁମ୍ଭ ଜଳ ରଖାଯିବ। ପୃଥକ ଭାବରେ ଚନ୍ଦନ, କର୍ପୂର ଓ କେଶର ଆଦି ଉପରୋକ୍ତ କୁମ୍ଭ ପାଣିରେ ସମାନ ଭାବ ହୋଇ ମିଶାଯିବ। ଗରାବଡ଼ୁ ସେବକମାନେ ୧୦୮ ଜଳକୁମ୍ଭ ଉପରେ ଗୋଟିଏ ଲେଖାଏଁ ନଡ଼ିଆ ଓ ଖଣ୍ଡେ ଲେଖାଏଁ କରିଆ ରଖିବେ। ଏହିପରି ଭାବେ ଗୋଟାଏ ପଟେ ଜଳ ଅଧିବାସ ହେଉଥିବା ବେଳେ ଅନ୍ୟପଟେ ସ୍ନାନ ମଣ୍ଡପରେ ଦିଅଁମାନଙ୍କର ରୁନ୍ଧା ନୀତି(ଠାକୁରଙ୍କୁ ବସାଇବା) ବଢ଼ିବ।

ସ୍ନାନମଣ୍ଡରେ ଚାଲିବ ଦୈନଦିନ ଭଳି ସବୁ ନୀତି- ଠାକୁରମାନେ ସ୍ନାନମଣ୍ଡପରେ ବିଜେ ପରେ ଦୈନଦିନ ନୀତି ଓ ମଙ୍ଗଳ ଆଳତି ହୋଇଥାଏ। ମଇଲମ ହୋଇ ତଡପଲାଗି ହୋଇଥାଏ। ଏହାପରେ ଅବକାଶ ପୂଜା ଠା’ ହୋଇଥାଏ। ଦତ୍ତମହାପାତ୍ର ରୁପା ପିଙ୍ଗଣରେ କର୍ପୂର ଜଳ ନେଇ ତିନି ବାଡରେ ଶ୍ରୀମୁଖ ଧୋପଖାଳ କରିଥାଆନ୍ତି (ମୁଖ ଧୋଇବା)। ପରେ ଦିଅଁମାନଙ୍କର ଅବକାଶ ଓ ବେଶ ହେବା ସମୟରେ ରୋଷ ଧୋପଖାଳ ହୋଇଥାଏ। ପରେ ଅବକାଶ ନୀତି ହୋଇଥାଏ। ଦିଅଁମାନଙ୍କ ଅବକାଶ ଓ ବେଶ ହେବା ସିମୟରେ ରୋଷ ଧୋପଖାଳ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ହୁଏ। ବେଶ ଶେଷ ହେବା ପରେ ପାଳିଆ ପ୍ରତିହାରୀ ସ୍ନାନମଣ୍ଡପର ଚାରିପଟେ ଥିବା ଖମ୍ବମାନଙ୍କରେ ଟେରା ବାନ୍ଧନ୍ତି। ଏହାପରେ ସୁଆରବଡ଼ୁ ପାଣି ପକାଇ ଧୋପଖାଳ(ଧୋଇବା) କଲା ପରେ ପତ୍ରିବଡ଼ୁ ଜଳ ଛେକ ସକାଶେ ଠା’(ବସନ୍ତି) କରନ୍ତି। ତା’ ପରେ ପାଳିଆ ପଢ଼ିଆରୀ ଜଳଛେକ ଆସିବା ସକାଶେ ଡାକି ଯିବେ।

ମୁହାଁବାନ୍ଧି ଆଣନ୍ତି ଜଳକୁମ୍ଭ- ଡାକରା ପାଇବା ପରେ ଗରାବଡ଼ୁ ସେବକମାନେ ମୁହଁରେ ମୁହାଁବାନ୍ଧି ଜଳକୁମ୍ଭ ହାତରେ ଧରି ଆସିବେ। ସେମାନଙ୍କ ଆଗରେ ତଳିଚ୍ଛ ଓ ପ୍ରଧାନୀ ହାତ ପୈଠ (ବାଟ କଢ଼ାଇ ଆଣୁଥିବେ) ହୋଇ ଚାଲୁଥିବେ। ଘଣ୍ଟ କାହାଳୀ ବାଜୁଥିବ ଓ ଛତାର ଛତ୍ର ଧରିଥିବେ। ଚାରିବାଡ଼(ଚାରି ଠାକୁରଙ୍କ ପାଖରେ)ରେ ଜଳଛେକ ବିଜେ ହୋଇ ଆସି ସଜ୍ଜିତ ହୋଇ ରହିବା ପରେ ତିନିଜଣ ପୂଜାପଣ୍ଡା ପୂଜାରେ ବସିବେ।

ଷୋଡ଼ଉପଚାରରେ ପୂଜା- ଠାକୁରଙ୍କ ଷୋଡ଼ଉପଚାରରେ ପୂଜା ହୋଇସାରିବା ପରେ ଗରାବଡ଼ୁମାନେ ଜଳକୁମ୍ଭମାନ ହାତରେ ଧରି ତିନିଜଣ ମେକାପ ଧରିଥିବା ରୁପା ପିଙ୍ଗଣରେ ଜଳ ଦେବେ। ପୂଜାପଣ୍ଡାମାନେ ମେକାପମାନଙ୍କ ଠାରୁ ଉକ୍ତ ପିଙ୍ଗଣମାନ ନେଇ ତିନି ବାଡରେ(ତିନି ଠାକୁରଙ୍କ ଉପରେ) ଜଳ ଲାଗି କରିବେ। ଏହିପରି ରୀତିରେ ସମସ୍ତ କୁମ୍ଭର ଜଳ ଲାଗି କରାଯିବ। ଜଳଲାଗି ବେଳେ ଘଣ୍ଟ, କାହାଳୀ ଓ ବାଜା ବାଜୁଥିବ।

ହାତୀବେଶ ଆରମ୍ଭ ଓ ମୁଦିରସ୍ତଙ୍କ ରାଜନୀତି- ଜଳଲାଗି ଶେଷ ପରେ ହାତୀ ବେଶର ଉପକରଣମାନ ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠରୁ ଆଣିବାକୁ ସମ୍ପୃକ୍ତ ସେବକମାନେ ଯିବେ। ଇତି ମଧ୍ୟରେ ମୁଦିରସ୍ତ ’ରାଜନୀତି’ କରିବେ। ଗଜପତି ମହାରାଜା ସ୍ନାନ ବେଦୀରେ ପହଞ୍ଚି ଛେରାପହଁରା କରିବେ। ତାଙ୍କର ଉପସ୍ଥିତିରେ ମୁଦିରସ୍ତ ଏହି ରାଜନୀତି କରନ୍ତି। ଛେରାପହଁରା ସମାପନ ପରେ ପୁଷ୍ପାଳକ ଓ ଦଇତାପତିମାନେ ତିନିଦିଅଁଙ୍କୁ ହାତୀବେଶ କରିବେ। ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ଯଥାକ୍ରମେ ଧଳା ଓ କଳା ହସ୍ତୀ ବେଶରେ ସଜ୍ଜିତ ହେବେ। ଓଡ଼ିଶାରେ ଗଙ୍ଗବଂଶର ଶେଷ ରାଜା ଭାନୁଦେବ(୪ର୍ଥ)ଙ୍କ ରାଜତ୍ୱକାଳରେ(ଖ୍ରୀ ୧୪୧୪-୧୪୩୫)ରେ ଏହି ହାତୀବେଶ ଆରମ୍ଭ ହୋଇଥିବା କୁହାଯାଏ। ବେଶ ଶେଷ ପରେ ପୁଷ୍ପାଳକ କର୍ପୂର ଲାଗି କରିବେ। ଏହାପରେ ରାଘବ ଦାସ ମଠ ମହନ୍ତଙ୍କୁ ଭିରଚ୍ଛ ମହାପାତ୍ର ଶାଢ଼ି ବାନ୍ଧିବେ।

Hati Besaହାତୀବେଶ(ଫାଇଲ୍ ଫଟୋ)

ସର୍ବସାଧାରଣ ଦର୍ଶନ- ଏହାପରେ ସକାଳ ଧୂପ ହେବ। ତିନି ପୂଜାପଣ୍ଡା ସକାଳ ଧୂପ ପୂଜା କରିବେ। ଏହା ସରିବା ପରେ ତିନିବାଡ଼ରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ବନ୍ଦାପନା କରିବେ। ଏହାପରେ ସ୍ନାନ ମଣ୍ଡପ ପାଖରେ ସାହାଣମେଲା ବା ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।

ଗୋଟି ପହଣ୍ଡିରେ ଫେରିବେ ଠାକୁରେ- ସାହାଣମେଲା ଶେଷ ହେବା ପରେ ହାତୀବେଶ ମଇଲମ ହୁଏ ଓ ତିନିବାଡ଼ରେ ପୁଷ୍ପାଞ୍ଜଳି, ଡୋରଲାଗି ହେବ। କାହାଳୀ ବାଜିବା ପରେ ଠାକୁରମାନଙ୍କ ‘ଗୋଟି ପହଣ୍ଡି’ ହେବ। ପ୍ରତ୍ୟେକ ଠାକୁର ବିଜେ ହୋଇ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ଠାକୁର ତାଙ୍କ ଆସନ ଛାଡ଼ି ପହଣ୍ଡି ବିଜେ ହୁଅନ୍ତି, ତାକୁ ଗୋଟି ପହଣ୍ଡି କୁହାଯାଏ। ପହଣ୍ଡି ବିଜେ ବେଳେ ସ୍ନାନବେଦୀ ପାହାଚ ଠାରେ ଦିଅଁମାନେ ରାଘଦାସ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିବା ଟାହିଆ ଓ ଚୂଳ ଠାକୁରଙ୍କ ଲାଗି କରାଯିବ। ପତି ମହାପାତ୍ର ତିନି ଠାକୁରଙ୍କୁ ବନ୍ଦପନା କରି ବିଡ଼ିଆ ଲାଗି କରିବେ। ଗୋଟି ପହଣ୍ଡିରେ ଯିବା ବେଳେ ଶୁଆଶାରୀ ମନ୍ଦିର ଓ ଗରୁଡ଼ସ୍ତମ୍ଭ ନିକଟରେ ଠାକୁରମାନଙ୍କ ବନ୍ଦପନା କରାଯିବ।

ଅଣସରପିଣ୍ଡିରେ ଠାକୁରଙ୍କ ବିଜେ ଓ ସ୍ନାନଯାତ୍ରା ଶେଷ- ପହଣ୍ଡି ହୋଇ ଠାକୁମାନେ ଅଣସର ପିଣ୍ଡିରେ ବିଜେ କଲାପରେ ସ୍ନାନଯାତ୍ରା ବିଧି ସମାପ୍ତ ହେବ। ଏଥିସହ ମହାଜନମାନେ ମଦନମୋହନଙ୍କୁ ସ୍ନାନ ମଣ୍ଡପରୁ ଦକ୍ଷିଣଘରକୁ ବିଜେ କରାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story