Advertisment

ସମୁଦ୍ର ସ୍ନାନ ବେଳେ ଭାସିଗଲେ ଦୁଇ ସାଙ୍ଗ, ଜଣେ ନିଖୋଜ

ଗୁରୁତରଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ହେଲେ ଆମ୍ବୁଲାନ୍ସ ପହଞ୍ଚିବାକୁ ପ୍ରାୟ ଦେଢ଼ ଘଣ୍ଟା ଲାଗି ଯାଇଥିଲା।

Tourist Goes Missing

Tourist Goes Missing

Advertisment

ସମୁଦ୍ର ସ୍ନାନ କରିବାକୁ ଯାଇଥିବା ୩ ସାଙ୍ଗ ଭିତରୁ ଭାସିଗଲେ ୨ ଜଣ। ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି। ଆଜି ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀର ଜାହାନିଆରେ ଏହି ଅଘଟଣ ଘଟିଛି। ଜଗତସିଂହପୁର ପଣସପଡ଼ା ଅଞ୍ଚଳରୁ ଏହି ତିନିହେଁ ପୀରଜାହାନିଆକୁ ପିକନିକ୍ କରିବାକୁ ଆସିଥିଲେ। ନିଖୋଜଙ୍କ ନାଁ ସେଖୋ ଆଜାଦ୍ ଅଲ୍ଲୀ ଓ ଉଦ୍ଧାର ଯୁବକଙ୍କ ନାଁ ସେଖ୍ ଯାକିର।

Advertisment

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, ତିନିହେଁ ସମୁଦ୍ର ସ୍ନାନ କରୁଥିବା ବେଳେ ହଠାତ୍ ସେମାନଙ୍କ ଭିତରୁ ୨ ଜଣ ଲହଡ଼ି ମାଡ଼ରେ ପାଣି ଭିତରକୁ ଭାସି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପାଣି ଭିତରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ହେଲେ ଅନ୍ୟଜଣଙ୍କ ପତ୍ତା ମିଳି ନ ଥିଲା। ଗୁରୁତରଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ହେଲେ ଆମ୍ବୁଲାନ୍ସ ପହଞ୍ଚିବାକୁ ପ୍ରାୟ ଦେଢ଼ ଘଣ୍ଟା ଲାଗି ଯାଇଥିଲା। ସେତେବେଳକୁ ଲୋକଙ୍କ ଠାରୁ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ଅସ୍ତରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।

ପରେ ତାଙ୍କୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ପୀରଜାହାନିଆ ଏକ ପର୍ଯ୍ୟଟକ ଭିଡ଼ ରହୁଥିବା ବେଳାଭୂମି। ପ୍ରତିଦିନ ବହୁ ସଂଖ୍ୟକ ଦେଶୀବିଦେଶୀ ପର୍ଯ୍ୟଟକ ଏଠାକୁ ଆସନ୍ତି। ଭୋଜି କରି ଖାଇବା ସହ ସମୁଦ୍ର ସ୍ନାନ କରନ୍ତି। ମାତ୍ର ଏଠାରେ ଲାଇଫ୍ ଗାର୍ଡ କିମ୍ବା ଆମ୍ବୁଲାନ୍ସ ମୁତୟନ ବ୍ୟବସ୍ଥା ନାହିଁ। ତେଣୁ ଆଜି ଏଭଳି ଅଘଟଣ ଘଟିଲା ବୋଲି ଅଭିଯୋଗ ହୋଇଛି।

Advertisment
Tourist Destinations
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe