Advertisment

ସଂକୀର୍ତ୍ତନ ବେଳେ ମାଡ଼ିଗଲା କାର୍: ଜଣେ ମୃତ, ୬ ଗୁରୁତର

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ସଂକୀର୍ତ୍ତନ ବେଳେ ମାଡ଼ିଗଲା ଦ୍ରୁତଗାମୀ କାର୍। ଆଉ ଚାହୁଁ ଚାହୁଁ ଚାଲିଗଲା ଜଣଙ୍କ ଜୀବନ। ଆଉ ଏହି ଦୁର୍ଘଟଣାରେ ୬ ଗୁରୁତର ଆହତ ମଧ୍ୟ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସାତପଡ଼ା ରାଜପଥ ରେବଣା ନୂଆ ଗାଁଠାରେ। ଦୁର୍ଘଟଣା ଘଟାଇଥିବା କାର୍ ଜବତ କରାଯାଇଥିବା ବେଳେ ଏହାର ଡ୍ରାଇଭରକୁ ଅଟକ ରଖାଯାଇଛି। ଶୁକ୍ରବାର ରାତି ପ୍ରାୟ ଆଠଟା ବେଳେ ପୂରୀ ସାତପଡ଼ା ରାଜ ପଥ ରେବଣା ନୂଆଗାଁ ଗ୍ରାମ ଭିତରେ […]

ସଂକୀର୍ତ୍ତନ ବେଳେ ମାଡ଼ିଗଲା କାର୍: ଜଣେ ମୃତ, ୬ ଗୁରୁତର

puri

Advertisment

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ସଂକୀର୍ତ୍ତନ ବେଳେ ମାଡ଼ିଗଲା ଦ୍ରୁତଗାମୀ କାର୍। ଆଉ ଚାହୁଁ ଚାହୁଁ ଚାଲିଗଲା ଜଣଙ୍କ ଜୀବନ। ଆଉ ଏହି ଦୁର୍ଘଟଣାରେ ୬ ଗୁରୁତର ଆହତ ମଧ୍ୟ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସାତପଡ଼ା ରାଜପଥ ରେବଣା ନୂଆ ଗାଁଠାରେ। ଦୁର୍ଘଟଣା ଘଟାଇଥିବା କାର୍ ଜବତ କରାଯାଇଥିବା ବେଳେ ଏହାର ଡ୍ରାଇଭରକୁ ଅଟକ ରଖାଯାଇଛି।

Advertisment

ଶୁକ୍ରବାର ରାତି ପ୍ରାୟ ଆଠଟା ବେଳେ ପୂରୀ ସାତପଡ଼ା ରାଜ ପଥ ରେବଣା ନୂଆଗାଁ ଗ୍ରାମ ଭିତରେ ସଂକୀର୍ତ୍ତନ ଚାଲିଥିଲା। ଏହି ସମୟରେ ଏକ Suzuki ertiga କାର୍ ଦ୍ରୁତ ଗତିରେ ମାଡ଼ି ଆସି ଏକ ସଂକୀର୍ତ୍ତନ ମଣ୍ଡଳୀ ଉପରକୁ ଚଢାଇ ଦେଇଥିଲା। ଯାହା ପରେ କାରଟି ସିଧା ଏକ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସଂକୀର୍ତ୍ତନ ମଣ୍ଡଳୀର ୬ ଜଣ ଗୁରୁତର ହେବା ସହିତ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ଜଗନ୍ନାଥ ସାହୁ ବୋଲି ଜଣାପଡ଼ିଛି।

ସମସ୍ତ ଗୁରୁତର ଓ ମୃତ ରେବଣା ନୂଆଗାଁର ବୋଲି ଜଣାପଡ଼ିଛି। ଘଟଣା ପରେ ଗାଁ ଲୋକେ ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ରେବଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ପୁଲିସ୍ କାର୍ ଡ୍ରାଇଭର ଓ ଏହାର ମାଲିକକୁ ଅଟକ ରଖି ପଚରାଉଚରେ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe