Advertisment

ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ୧୪୪ ଧାରା

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତକାଲି ପବିତ୍ର ଅକ୍ଷୟ ତୃତୀୟା ଓ ପବିତ୍ର ଚନ୍ଦନ ଯାତ୍ରା। କୋଭିଡ କଟକଣା ମଧ୍ୟରେ ଏହି ଦୁଇଟି ପର୍ବର ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ କରିବା ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟ ରେ ପହଞ୍ଚିଛି। ନରେନ୍ଦ୍ର ପୁଷ୍କରିଣୀରେ ଆଲୋକ ସଜ୍ଜା, ରଙ୍ଗ ଓ ନୌକା ପ୍ରସ୍ତୁତ ହୋଇ ସାରିଥିବା ବେଳେ ରଥ ଖଳାରେ କାଲି ରଥ ଅନୁକୂଳ ନୀତି ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପକ୍ଷରୁ ନରେନ୍ଦ୍ର ପୁଷ୍କରିଣୀ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ୧୪୪ ଧାରା

puri

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତକାଲି ପବିତ୍ର ଅକ୍ଷୟ ତୃତୀୟା ଓ ପବିତ୍ର ଚନ୍ଦନ ଯାତ୍ରା। କୋଭିଡ କଟକଣା ମଧ୍ୟରେ ଏହି ଦୁଇଟି ପର୍ବର ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ କରିବା ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟ ରେ ପହଞ୍ଚିଛି। ନରେନ୍ଦ୍ର ପୁଷ୍କରିଣୀରେ ଆଲୋକ ସଜ୍ଜା, ରଙ୍ଗ ଓ ନୌକା ପ୍ରସ୍ତୁତ ହୋଇ ସାରିଥିବା ବେଳେ ରଥ ଖଳାରେ କାଲି ରଥ ଅନୁକୂଳ ନୀତି ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପକ୍ଷରୁ ନରେନ୍ଦ୍ର ପୁଷ୍କରିଣୀ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ସାଧାରଣ ଭକ୍ତ ମାନଙ୍କ ସହଯୋଗ କାମନା କରାଯାଇଛି।

Advertisment

ରଥ ନିର୍ମାଣକୁ ନେଇ ଆବଶ୍ୟକୀୟ କାଠ ପହଞ୍ଚି ସାରିଥିବା ବେଳେ ନିର୍ମାଣରେ ନିୟୋଜିତ ହେବାକୁ ଥିବା ମହାରଣା ଓ ଭୋଇ ସେବକ ମାନେ ବେଶ ଉତ୍ସାହିତ ଅଛନ୍ତି। କୋଭିଡ କଟକଣା ନିୟମକୁ ମାନି ରଥ ନିର୍ମାଣ କାର୍ଯ୍ୟ ସହ ନରେନ୍ଦ୍ର ପୁଷ୍କରିଣୀରେ ଚାପ ପ୍ରସ୍ତୁତି କରାଯାଇଥିବା ବେଳେ ମହାପ୍ରଭୁଙ୍କ ଆସନ୍ତାକାଲି ସୀମିତ ସଂଖ୍ୟକ ସେବାୟତ ମାନଙ୍କୁ ନେଇ ଜଳକ୍ରୀଡ଼ା ନୀତି ବା ଚନ୍ଦନ ଯାତ୍ରା ଆଗାମୀ ୨୧ଦିନ ଧରି ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଂଚିଛି।

ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତି ସମ୍ପାଦନ ନେଇ ବ୍ୟାପକ ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ନିୟମ ଉଲଂଘନ କାରୀଙ୍କ ବିରୁଧରେ କଡା ପଦକ୍ଷେପ ନିଆଯିବ। ୬ଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ ହୋଇଥିବା ବେଳେ ଆଗାମୀ ୨୧ଦିନ ପର୍ଯ୍ୟନ୍ତ ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ୧୪୪ ଧାରା ଲଗାଯାଇଥିବା ବେଳେ ପୁରୀ ବାସୀଙ୍କ ସହଯୋଗ କାମନା କରିଛନ୍ତି ପୁରୀ ଏସପି।

Advertisment

ସେପଟେ ରଥଖଳା ସମ୍ପୂର୍ଣ୍ଣ ପ୍ରସ୍ତୁତ। ବନଯାଗ ପଦ୍ଧତିରେ ଦେଉଳ ପୁରୋହିତଙ୍କ ସହ ୧୧ଜଣ ବ୍ରାହ୍ମଣ ନୃସିଂହ ମନ୍ତ୍ର ରେ କାଠକୁ ମନ୍ତିତ କରିବେ। କୁରାଢୀକୁ ଶକ୍ତି ମନ୍ତ୍ରରେ ପୂଜା କରିବା ପରେ ରଥନିର୍ମାଣ ଅନୁକୂଳ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପୁରୋହିତ। ସୂଚନା ଯୋଗ୍ୟ ଗତ ବର୍ଷ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ନୀତି ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୋଇଥିଲା।