Advertisment

ଗାଧୋଇବାକୁ ଯାଇଥିଲେ, ଭାସିଗଲେ ଦୁଇ ଭାଇ

ପିପିଲି (ଦ୍ୱୀତିକୃଷ୍ଣ ପଟ୍ଟନାୟକ): ଗାଧୋଇବାକୁ ଯାଇଥିଲେ, ନଦୀ ସୁଅରେ ଭାସିଗଲେ। ଆଜି ଏମିତି ଏକ ଦୁଃଖଦ ଘଟଣା ଘଟିଛି ପୁରୀ ଡେଲାଙ୍ଗ ବ୍ଲକ୍ ଧନକେରା ପଞ୍ଚାୟତର ନାଗଣ ଗାଁରେ। ଗାଁ ଦୁଇ ନାବାଳକ ଭାଇ ସକାଳୁ ସକାଳୁ ଗାଧୋଇବାକୁ ଯାଇଥିବା ବେଳେ ପ୍ରବଳ ବନ୍ୟା ଜଳରେ ଦୁଇ ଜଣଙ୍କର ଗୋଡ଼ ଖସି ଯାଇଥିଲା। ଦୁହେଁ ନଦୀ ସୁଅରେ ଭାସି ଯାଇଥିଲେ। ଦୁହିଁଙ୍କୁ ହସ୍ପିଟାଲରେ ନିଆଯାଇଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ମଧ୍ୟରୁ ଜଣଙ୍କର […]

ଡଙ୍ଗା ଆଣିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ନାବାଳକ

Drowned

Advertisment

ପିପିଲି (ଦ୍ୱୀତିକୃଷ୍ଣ ପଟ୍ଟନାୟକ): ଗାଧୋଇବାକୁ ଯାଇଥିଲେ, ନଦୀ ସୁଅରେ ଭାସିଗଲେ। ଆଜି ଏମିତି ଏକ ଦୁଃଖଦ ଘଟଣା ଘଟିଛି ପୁରୀ ଡେଲାଙ୍ଗ ବ୍ଲକ୍ ଧନକେରା ପଞ୍ଚାୟତର ନାଗଣ ଗାଁରେ। ଗାଁ ଦୁଇ ନାବାଳକ ଭାଇ ସକାଳୁ ସକାଳୁ ଗାଧୋଇବାକୁ ଯାଇଥିବା ବେଳେ ପ୍ରବଳ ବନ୍ୟା ଜଳରେ ଦୁଇ ଜଣଙ୍କର ଗୋଡ଼ ଖସି ଯାଇଥିଲା। ଦୁହେଁ ନଦୀ ସୁଅରେ ଭାସି ଯାଇଥିଲେ। ଦୁହିଁଙ୍କୁ ହସ୍ପିଟାଲରେ ନିଆଯାଇଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ମଧ୍ୟରୁ ଜଣଙ୍କର ବୟସ ୭ ଓ ଅନ୍ୟ ଜଣଙ୍କର ୩ ବର୍ଷ ବୋଲି ଜଣାପଡ଼ିଛି।

Advertisment

ନାଗଣ ଗାଁର ସଦାଶିବ ପ୍ରଧାନଙ୍କ ଦୁଇ କୁନି ପୁଅ ସତ୍ୟଜିତ୍ ଓ ଶୁଭଜିତ୍ ସବୁଦିନ ଭଳି ଆଜି ଲୁଣା ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ପାଣିରେ ଦୁହେଁ ଭାସି ଯାଇଥିଲେ। ଦୁହିଁଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ଡେଲାଙ୍ଗ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ଦୁଇ ଭାଇଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe