Advertisment

ପିପିଲିରେ ମୁତୟନ ହେବେ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନକୁ ମୁକ୍ତ,ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ପିପିଲିରେ ୧୭ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ସୁରକ୍ଷା ଦାୟିତ୍ୱରେ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଓ ୧୮ ପ୍ଳାଟୁନ୍ ଓଏସଏପି ଯବାନଙ୍କୁ ମୁତୟନ କରାଯିବ। ରାଜ୍ୟ ପୁଲିସ ଅତିରିକ୍ତ ଡିଜି(ଆଇନଶୃଙ୍ଖଳା) ଯଶବନ୍ତ ଜେଠୱା ଆଜି ପିପିଲି ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ସୂଚନା ଦେଇ କହିଛନ୍ତି ଯେ, […]

ଅଦ୍ୟତନ ହୋଇଛି
ପିପିଲିରେ ମୁତୟନ ହେବେ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ

Yashwant-Jethwa

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନକୁ ମୁକ୍ତ,ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ପିପିଲିରେ ୧୭ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ସୁରକ୍ଷା ଦାୟିତ୍ୱରେ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଓ ୧୮ ପ୍ଳାଟୁନ୍ ଓଏସଏପି ଯବାନଙ୍କୁ ମୁତୟନ କରାଯିବ।

Advertisment

ରାଜ୍ୟ ପୁଲିସ ଅତିରିକ୍ତ ଡିଜି(ଆଇନଶୃଙ୍ଖଳା) ଯଶବନ୍ତ ଜେଠୱା ଆଜି ପିପିଲି ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ସୂଚନା ଦେଇ କହିଛନ୍ତି ଯେ, ଖୁବଶୀଘ୍ର ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ପିପିଲିରେ ପହଂଚିବେ। ୧୮ ପ୍ଲାଟୁନ ଓଏସଏପି ଯବାନଙ୍କୁ ନିର୍ବାଚନ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ପାଇଁ ପ୍ରସ୍ତୁତ ରଖାଯାଇଛି । କୋଭିଡ୍ ଗାଇଡଲାଇନକୁ ପାଳନ କରି ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ଉପରେ ଶ୍ରୀ ଜେଠୱା ଗୁରୁତ୍ୱ ଦେଇଥିଲେ।

୧୭ରେ ଭୋଟ୍ ଗ୍ରହଣ ଥିବାରୁ ତା’ ପୂର୍ବରୁ ଅସାମାଜିକ ବ୍ୟକ୍ତି, ବେଆଇନ ଅସ୍ତ୍ରଶସ୍ତ୍ର ଜବତ କାର୍ଯ୍ୟକୁ ଜୋରଦାର କରିବା ପାଇଁ ସ୍ଥାନୀୟ ପୁଲିସକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଅପରାଧିକ ରେକର୍ଡ ଥିବା ବା ଜାମିନବିହୀନ ଗିରଫ ପରୱାନା ଥିବା ଅପରାଧୀମାନଙ୍କୁ ଗିରଫ କରିବାକୁ ମଧ୍ୟ ପରାମର୍ଶ ଦେଇଥିବା ଜଣାପଡ଼ିଛି।

Advertisment

ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୭ତାରିଖରେ ପିପିଲି ନିର୍ବାଚନ ମଣ୍ଡଳୀରେ ମୋଟ ୨ଲକ୍ଷ ୨୯ହଜାର ୫୮୩ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବାର ସମ୍ଭାବନା ରହିଛି। ଭୋଟଗ୍ରହଣ ନିମନ୍ତେ ପିପିଲି ବ୍ଲକ ଓ ଏନଏସିରେ ମୋଟ ୧୯୯ଟି ବୁଥ୍ ହୋଇଥିବାବେଳେ ଡେଲାଙ୍ଗ ବ୍ଲକରେ ୧୩୯ଟି ବୁଥ୍ ରହିଛି। ତେବେ ଏହି ବୁଥଗୁଡ଼ିକ ମଧ୍ୟରୁ କିଏ ଅଧିକ ସମ୍ବେଦନଶୀଳ ତାହା ଏପର୍ଯ୍ୟନ୍ତ ଘୋଷଣା ହୋଇନି। ନିର୍ବାଚନ କମିଶନ ଆସନ୍ତା ୨-୩ଦିନ ମଧ୍ୟରେ ଏସବୁ ବୁଥଗୁଡ଼ିକର ବର୍ଗୀକରଣ କରିବେ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe