Advertisment

ପୁରୀ ବଡ଼ ଦାଣ୍ଡରେ ହଣାହଣି, ୩ ଗୁରୁତର

ସମସ୍ତ ଗୁରୁତରଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଯୁବକଙ୍କ ପରିଚୟ ମିଳି ନାହିଁ। ସେମାନଙ୍କ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।

ଅଦ୍ୟତନ ହୋଇଛି
Puri

Puri

Advertisment

 ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ  ଘଟି  ଉଭୟ ଗୋଷ୍ଠୀର ୩ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।  ଆହତ ଯୁବକମାନେ ହେଲେ ଦଇତାପଡ଼ା ସାହିର ହୃଷିକେଶ ପଣ୍ଡା, ପଞ୍ଚ ଚଉଁରା ଛକର ଖଗେଶ୍ୱର ସାହୁ ଓ ନୂଆପାଟଣାର ବଣୁଆଗଳିର ସମୀର ଦାଶ।

Advertisment

 ହୃଷିକେଶ ଓ  ଖଗେଶ୍ୱରଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସମୀରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସମୀରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଖଗେଶ୍ୱର ଓ ହୃଷିକେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।

ଗତକାଲି ଖଡ଼ିପଦା ମେଲଣରେ ଦୁଇ ଗୋଷ୍ଠୀ ଜୁଆ ଖେଳୁଥିଲେ। ଜୁଆ ଖେଳ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବୁଝାସୁଝା ପରେ  ପରିସ୍ଥିତି ଶାନ୍ତ ପଡ଼ିଥିଲା।

Advertisment

ଆଜି ସକାଳେ ଏକ ଗୋଷ୍ଠୀର କିଛି ଯୁବକ ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ବସି ଚାହା ପିଉଥିଲେ। ଏହି ସମୟରେ ଅନ୍ୟ ଗୋଷ୍ଠୀର କିଛି ଯୁବକ ବାଇକ୍‌ରେ ଆସି ଅନ୍ୟ ଗୋଷ୍ଠୀର ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ହଣାହଣିରେ ୩ ଯୁବକ ଆହତ ହୋଇଥିଲେ।  ପୁଲିସ ପହଞ୍ଚି ୩ ଜଣ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା।

ଏହି ଘଟଣାର  ତଦନ୍ତ କରିବା ପାଇଁ  ପୁରୀ ଏସ୍‌ପିଙ୍କ ନେତୃତ୍ୱରେ ୩ଟି ଗଠନ କରାଯାଇଛି।  ଟାଉନ ଥାନା ପୁଲିସ ଏହି ଘଟଣାରେ ୨ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

 ପୂର୍ବ ଶତ୍ରୁତାକୁକୁ ନେଇ ଏହି ଘଟଣା ଘଟିଛି ନା ଆଉ କିଛି କାରଣ ଅଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଅପରପକ୍ଷରେ  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପୁରୀ ଅତିରିକ୍ତ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି। 

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe