Advertisment

ଶ୍ରୀଜଗନ୍ନାଥଙ୍କ ୩୫ ହଜାର ଏକର ଜମିର ହେବ ଡିଜିଟାଇଜେସନ, ଖର୍ଚ୍ଚ ହେବ ୧୧ କୋଟି

ସେହିପରି ଶ୍ରୀଜଗନ୍ନାଥ ଜମି ପରିଚାଳନା ନିୟମ ଲ୍ୟାଣ୍ଡ କମିଟିରେ ମଞ୍ଜୁରୀ ପାଇସାରିଛି। ଏହା ଆସନ୍ତା ପରିଚାଳନା କମିଟିରେ ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ।

ଅଦ୍ୟତନ ହୋଇଛି
sri jagannath temple

sri jagannath temple

Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଓଡ଼ିଶାରେ ରହିଥିବା ୩୫ ହଜାର ଏକର ଜମିର ହେବ ଡିଜିଟାଇଜେସନ। ଏଥିପାଇଁ ପ୍ରାୟ ୧୧ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ବେୟକୁ ଆଇନ ବିଭାଗ ମଞ୍ଜୁରୀ ଦେଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା।

Advertisment

ସେ କହିଛନ୍ତି, ମହାପ୍ରଭୁଙ୍କ ନାମରେ ଥିବା ଜମିର ଡିଜିଟାଇଜେସନ ହୋଇପାରିଲେ ଭୂଲେଖ ଭଳି ମହାପ୍ରଭୁଙ୍କ ଜମି ଚିହ୍ନଟ ସହଜ ହୋଇପାରିବ। ଲୋକେ ଅନ୍‌ଲାଇନ୍ ଜରିଆରେ ମହାପ୍ରଭୁଙ୍କ ଜମି ଭୋଗଦଖଲ ବାବଦ ରାଜସ୍ୱ ପୈଠ କରିପାରିବେ। ଏବେ କର୍ମଚାରୀ ଅଭାବରରୁ ମହାପ୍ରଭୁଙ୍କ ଜମିର ରାଜଭାଗ ବା ରାଜସ୍ୱ ଠିକ୍ ଭାବେ ଆଦାୟ ହୋଇପାରୁନି। ଖୁବ୍‌ ଶୀଘ୍ର ଲୋକଙ୍କ ଇ-ପାଉତି କାଟିବାର ସୁବିଧା ମିଳିବ।

ଆସନ୍ତା ମାର୍ଚ୍ଚ ୧୭ତାରିଖରେ ପ୍ରି-ବଜେଟ ବୈଠକରେ ଏବାବଦରେ ବିସ୍ତୃତ ଭାବରେ ନିଷ୍ପତ୍ତି ହୋଇ ଚଳିତ ବର୍ଷ ବଜେଟରେ ଉପସ୍ଥାପିତ ହେବ। ଆସନ୍ତା ୧୭ ଫାଇନାନ୍‌ସ କମିଟି ବୈଠରେ ଡିଜିଟାଇଜେସନ ଅଫ ଲ୍ୟାଣ୍ଡ ରେକର୍ଡ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ, ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ଥିବା ଜମି ରାଜ୍ୟ ସରକାରଙ୍କ ଭୂଲେଖ ଭଳି ଏକତ୍ରିତ ହେବ। ଡିଜିଟାଇଜେସନ ପାଇଁ ୧୧କୋଟି ୪୦ଲକ୍ଷ ଧାର୍ଯ୍ୟ କରାଯାଇଛି। ଓରସାକ୍ ଏହି ଡିଜିଟାଜେସନ କାମ କରିବ। ଆସନ୍ତା ବର୍ଷ ବଜେଟରେ ଏହି ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ମିଳିବ। ମହାପ୍ରଭୁଙ୍କ ନାମରେ ରାଜ୍ୟରେ ମୋଟ ୩୫ହଜାର ଏକର ଜମି ରହିଥିବାବେଳେ ଏଥିମଧ୍ୟରୁ ଖୋର୍ଦ୍ଧା ଓ ପୁରୀରେ ୨୦ହଜାର ଏକର ଜମି ରହିଛି।

Advertisment

ଚଳିତ ଆର୍ଥିକ ବର୍ଷ ମହାପ୍ରଭୁଙ୍କ ନାମରେ ପୁରୀ, ଖୋର୍ଦ୍ଧା ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ଥିବା ୨୦୭୫ ଏକର ଜମିର ପଟ୍ଟା ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଆସିସାରିଛି।

ନୂଆ ଶ୍ରୀଜଗନ୍ନାଥ ଜମି ପରିଚାଳନା ନିୟମ ଲ୍ୟାଣ୍ଡ କମିଟିରେ ମଞ୍ଜୁରୀ ପାଇସାରିଛି। ଏହା ଆସନ୍ତା ପରିଚାଳନା କମିଟିରେ ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ। ଏହା ମଞ୍ଜୁରୀ ପାଇଗଲା ପରେ ଶ୍ରୀଜଗନ୍ନାଥ ଜମି ବିକ୍ରି ସହଜ ହୋଇଯିବ। ଜିଲ୍ଲାପାଳମାନେ ଏବାବଦରେ ନିଷ୍ପତ୍ତି ନେଇପାରିବେ। ଫଳରେ ଜମି ବିକ୍ରି ଟଙ୍କା ବଢ଼ିବ ଓ କର୍ପସ ପାଣ୍ଠି ବୃଦ୍ଧି ପାଇବ। ଏବେ ଶ୍ରୀମନ୍ଦିର ପ୍ରଶାସନ କର୍ପସ ଫଣ୍ଡରେ ୩୫୭ କୋଟି ଟଙ୍କା ରହିଛି ବୋଲି ଶ୍ରୀ ଜେନା କହିଛନ୍ତି।

ସେହିପରି ଦିବ୍ୟାଙ୍ଗ ମାନଙ୍କୁ ଉତ୍ତର ଦ୍ୱାର ବାଟେ ନେଇ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ବିଷୟରେ ସେ ସୂଚନା ଦେଇଛନ୍ତି। ଯୋଜନା ଅନୁମୋଦନ ପାଇଲେ ଉତ୍ତର ଦ୍ୱାର ଠାରେ ଦିବ୍ୟାଙ୍ଗମାନେ ପହଞ୍ଚିବା ପରେ ଶ୍ରୀମନ୍ଦିରରେ କାମ କରୁଥିବା ବୋଝିଆମାନେ କାନ୍ଧରେ ବାହୁଙ୍ଗି କରି ସେମାନଙ୍କୁ ଭିତରକୁ ନେଇ ଜଗନ୍ନାଥ ଦର୍ଶନ କରାଇବେ। ଏଥିନିମନ୍ତେ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରାଯିବ। ଏନେଇ ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ସରିଛି ବୋଲି ସେ କହିଛନ୍ତି।

Puri Shreemandir Puri Temple Jagannath Temple Land Settlement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe