Advertisment

ବିବାହିତାଙ୍କୁ ଗଣଦୁଷ୍କର୍ମ! ୪ ଗିରଫ

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରେ ଜଣେ ବିବାହିତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ସାଙ୍ଘାତିକ ଅଭିଯୋଗ ଆସିଛି। ନଦୀକୁ ଯାଇଥିବା ବେଳେ ମହିଳାଙ୍କୁ ଉଠାଇନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ଏହି ନୃଶଂସ ଘଟଣା ଶୁକ୍ରବାର ରାତିରେ ଘଟିଥିଲା। ନିମାପଡା ଥାନା ଅଞ୍ଚଳର ଜଣେ ବିବାହିତା ମହିଳା ନିକଟସ୍ଥ ନଦୀକୁ ଯାଇଥିଲେ। ମହିଳା ଜଣକ ଏକୁଟିଆ ନଦୀ ପଠାକୁ ଯାଇଥିବା ବେଳେ ନିଛାଟିଆର […]

author-image
Ranjit Kumar Jena
ବିବାହିତାଙ୍କୁ ଗଣଦୁଷ୍କର୍ମ! ୪ ଗିରଫ

nimapada

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରେ ଜଣେ ବିବାହିତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ସାଙ୍ଘାତିକ ଅଭିଯୋଗ ଆସିଛି। ନଦୀକୁ ଯାଇଥିବା ବେଳେ ମହିଳାଙ୍କୁ ଉଠାଇନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି।

Advertisment

ଏହି ନୃଶଂସ ଘଟଣା ଶୁକ୍ରବାର ରାତିରେ ଘଟିଥିଲା। ନିମାପଡା ଥାନା ଅଞ୍ଚଳର ଜଣେ ବିବାହିତା ମହିଳା ନିକଟସ୍ଥ ନଦୀକୁ ଯାଇଥିଲେ। ମହିଳା ଜଣକ ଏକୁଟିଆ ନଦୀ ପଠାକୁ ଯାଇଥିବା ବେଳେ ନିଛାଟିଆର ସୁଯୋଗ ନେଇ ଅଭିଯୁକ୍ତ ମାନେ ଦୁଷ୍କର୍ମ କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ଘଟଣା ସ୍ଥଳରୁ ତାଙ୍କ ସ୍ୱାମୀ ପହଞ୍ଚିବା ପରେ ଅଭିଯୁକ୍ତ ମାନେ ଦୌଡି ପଳାଇଥିଲେ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳା ଦେଇଛି। ପରେ ମହିଳାଙ୍କ ସ୍ୱାମୀ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ। ଯାହା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍ ପୀଡିତା ମହିଳାଙ୍କ ବୟାନ ରେକର୍ଡ କରି କାକଟପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ମୋଟ ୪ଜଣଙ୍କୁ ଗିରଫ କରିଛି। ପୀଡିତା ମହିଳାଙ୍କ ଡାକ୍ତରୀ ମାଇନା କରାଯାଇଛି। ଅଭିଯୁକ୍ତ ମାନଙ୍କ ଘର କାକାଟପୁର ଅଞ୍ଚଳରେ ହୋଇଥିବା ବେଳେ ସେମାନେ ନିମାପଡ଼ାରେ ବିଭିନ୍ନ ଦୋକାନରେ କାମ କରୁଥିବା ଜଣାପଡ଼ିଛି।

Advertisment