Advertisment

ଆସିଲେନି ପୁଅ, ମା’କୁ କାନ୍ଧ ଦେଲେ ୪ ଝିଅ

ପୁରୀ (ଓଡ଼ିଶା ରିପୋର୍ଟର): ଯେଉଁ ମା’ ତା’ର ପୁଅକୁ ପାଳନ ପୋଷଣ ବଡ଼ କଲା। ସେହି ପୁଅ ଜନ୍ମ କଲା ମା’ର ଯତ୍ନ ନେବା ତ ଦୂରର କଥା ମଲା ପରେ କାନ୍ଧ କି ମୁଖାଗ୍ନି ଦେବାକୁ ଆସିଲେନି। ଶେଷରେ ବିବାହିତା ଚାରି ଝିଅଙ୍କ କାନ୍ଧରେ ମା’କୁ ଯିବାକୁ ପଡିଲା ଶ୍ମଶାନ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ। ପୁରୀ ମଙ୍ଗଳାଘାଟର ୮୦ ବର୍ଷୀୟ ଜଟି ସାହୁଙ୍କର ଦୁଇ ପୁଅ ଅଛନ୍ତି। ବଞ୍ଚିଥିବା ବେଳେ […]

ଅଦ୍ୟତନ ହୋଇଛି
ଆସିଲେନି ପୁଅ, ମା’କୁ କାନ୍ଧ ଦେଲେ ୪ ଝିଅ

puri

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ଯେଉଁ ମା’ ତା’ର ପୁଅକୁ ପାଳନ ପୋଷଣ ବଡ଼ କଲା। ସେହି ପୁଅ ଜନ୍ମ କଲା ମା’ର ଯତ୍ନ ନେବା ତ ଦୂରର କଥା ମଲା ପରେ କାନ୍ଧ କି ମୁଖାଗ୍ନି ଦେବାକୁ ଆସିଲେନି। ଶେଷରେ ବିବାହିତା ଚାରି ଝିଅଙ୍କ କାନ୍ଧରେ ମା’କୁ ଯିବାକୁ ପଡିଲା ଶ୍ମଶାନ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ।

Advertisment

ପୁରୀ ମଙ୍ଗଳାଘାଟର ୮୦ ବର୍ଷୀୟ ଜଟି ସାହୁଙ୍କର ଦୁଇ ପୁଅ ଅଛନ୍ତି। ବଞ୍ଚିଥିବା ବେଳେ କେହି ତାଙ୍କୁ ଖାଇବାକୁ ଦିମୁଠା ଦେଉନଥିଲେ କି ପଚାରୁ ନଥିଲେ। ତେବେ ନୂଆ ବର୍ଷରେ ଜଟି ସାହୁଙ୍କର ଦେହାନ୍ତ ହୋଇଛି। ମା’ର ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଘରକୁ ଆସିବାକୁ ଉଚିତ୍ ମନେ କଲେନି ତାଙ୍କର ଦୁଇ ପୁଅ।

ଶେଷରେ ସ୍ୱାର୍ଥପରତା ଓ ବିବେକାହୀନତା ଆଗରେ ମାନବିକତା ହାର ମାନିଥିଲା। ସାହି ବାସିନ୍ଦା ମାନେ ବୃଦ୍ଧାଙ୍କର ଚାରି ଝିଅଙ୍କୁ ଡାକିଥିଲେ। ଆଉ ଝିଅମାନେ କାନ୍ଧ ଦେଇ ୪ କିଲୋମିଟର ଚାଲି ଚାଲି ମାକୁ ସ୍ୱର୍ଗଦ୍ୱାର ନେଇଥିଲେ। ସେଠାରେ ମା’ର ଅନ୍ତିମ ସଂସ୍କାର କରାଇଥିଲେ। କଥାରେ ଅଛି ମା’ର ଋଣକୁ କେହି ଶୁଝି ପାରନ୍ତି ନାହିଁ କିନ୍ତୁ ଏଠି ସ୍ୱାର୍ଥପର ଓ ବିବେକହୀନ ପୁଅଙ୍କ ପାଖରେ ହଜିଯାଇଛି ମଣିଷ ପଣିଆ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe