Advertisment

କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା: ଆଉ ୪ ଅଟକ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀ ବାପପୁଅଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ୪ ଜଣଙ୍କୁ ଅଟକ ରଖିଛି ପୁଲିସ୍ । ଏ ନେଇ ପୁରୀ ଏସ୍‌ପି କନଓ୍ୱର ବିଶାଲ ସୂଚନା ଦେଇଥିବା ବେଳେ  ଅଟକ ୪ ଜଣ ହେଲେ କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଓ ଜଗନ ଖଟେଇ। ଏହି ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ କାଳିଆ ସିଂହାରୀ ଓ […]

ପୁରୀରେ ଜଘନ୍ୟ କାଣ୍ଡ; ଶ୍ରୀମନ୍ଦିର ସେବାୟତଙ୍କୁ ବୀଭତ୍ସ ହତ୍ୟା

firing

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀ ବାପପୁଅଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ୪ ଜଣଙ୍କୁ ଅଟକ ରଖିଛି ପୁଲିସ୍ । ଏ ନେଇ ପୁରୀ ଏସ୍‌ପି କନଓ୍ୱର ବିଶାଲ ସୂଚନା ଦେଇଥିବା ବେଳେ  ଅଟକ ୪ ଜଣ ହେଲେ କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଓ ଜଗନ ଖଟେଇ। ଏହି ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ସିଂହାରୀ ,ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ ଓ ବାବା ମହାପାତ୍ର  ।

Advertisment

ପୁରୀ ଏସ୍‌ପିଙ୍କ ସୂଚନା ଅନୁଯାୟୀ,  ଗୁନ ସିଂହାରୀ ହତ୍ୟା ମାମଲା ସହ ରହିଛି ଏହି ମାମଲାର ଲିଙ୍କ୍‌ । ଜାନୁଆରୀ ୧୯ରେ ଗୁନ ସିଂହାରୀ ମାମଲାର ରାୟ ପ୍ରକାଶ ପାଇଥିବା ବେଳେ  ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଜେଲ୍‌ରୁ ଖଲାସ  କରାଗଲା। ଏଥିଯୋଗୁ ପ୍ରତିଶୋଧ ଅଗ୍ନିରେ ଜଳୁଥିଲେ ଗୁନ ସିଂହାରୀଙ୍କ ଭାଇ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ସିଂହାରୀ  କୃଷ୍ଣଚନ୍ଦ୍ରଙ୍କୁ ମାରିବାକୁ ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ ।

ଗତ ୧୬ ତାରିଖରେ କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା କରାଯାଇଥିଲା।  ହେଲେ  ପୂର୍ବରୁ ଏଥିନିମନ୍ତେ  ଥରେ ଏକ ଲଜରେ ଓ ଆଉ ଥରେ ବାଲି ହରଚଣ୍ଡୀରେ ମିଟିଙ୍ଗ ହୋଇଥିଲା। ଏପରିକି କୃଷ୍ଣଙ୍କୁ ହତ୍ୟା ନିମନ୍ତେ ପୂର୍ବରୁ ଚେଷ୍ଟା କରାଯାଇଥିବା ବେଳେ ବିଫଳ ହୋଇଥିଲେ ଷଡଯନ୍ତ୍ରକାରୀ।  ଏହାପରେ  ଏଥିନିମନ୍ତେ କାଳିଆଙ୍କ ଲଜ୍‌ର ମ୍ୟାନେଜର କାଳୁ ପାଣିଗ୍ରାହୀଙ୍କୁ ୩୦ ଲକ୍ଷ ଟଙ୍କାର ସୁପାରୀ ଦିଆଯାଇଥିଲା ।

Advertisment

ଏପରିକି ପୂର୍ବରୁ ୨ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିବା ବେଳେ ସେଥିରୁ  ଦେଢ  ଲକ୍ଷ ଟଙ୍କା ଜବତ କରିଛି ପୁଲିସ୍‌ । ଗିରଫ ମୁନା ହତ୍ୟାକାଣ୍ଡ ପାଇଁ ୭୦ ହଜାର ଟଙ୍କା ନେଇ ବନ୍ଧୁକ ଯୋଗାଇଥିବା ବେଳେ  ସମସ୍ତ ଅଭିଯୁକ୍ତଙ୍କ ସହ ଯୋଗାଯୋଗ ରଖିବା ସହ  ହତ୍ୟାକାଣ୍ଡ ପରେ ସେମାନଙ୍କୁ ଫେରାର କରାଇବାରେ  ସନ୍ଦୀପର ଥିଲା ମୁଖ୍ୟ ଭୂମିକା ।

ମାର୍ଚ୍ଚ ୧୬ ତାରିଖରେ ସେବାୟତ କୃଷ୍ଣଚନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା  ।   କୃଷ୍ଣଚନ୍ଦ୍ର ବାରବାଟୀ ଜାଗା   ଘରେ ବସିଥିବା ବେଳେ ଦୁବୃର୍ତ୍ତମାନେ ତାଙ୍କୁ ତିନି ରାଉଣ୍ଡ ଫାୟାରିଂ କରିଥିଲେ। ଅତି ନିକଟରୁ ତାଙ୍କୁ ଗୁଳିମାଡ଼ କରାଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ସେ ପ୍ରାଣ ହରାଇ ସାରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe