Advertisment

ଏମାର ମଠରୁ ୪୫ରୁପା ଇଟା ଉଦ୍ଧାର

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଏମାରମଠରୁ ଦେବୋତ୍ତର ବିଭାଗ ୪୫ ଖଣ୍ଡ ରୁପା ଇଟାକୁ ଉଦ୍ଧାର କରିଛି। ଏହି ରୁପା ଇଟା ଗୁଡିକ ମଠ ପରିସରରେ ଥିବା ଏକ ବନ୍ଦ କୋଠରୀର ମାଟିତଳୁ ଉଦ୍ଧାର କରାଯାଇଛି। ଦେବୋତ୍ତର ନୀରିକ୍ଷକ ନୂଆ ଟ୍ରଷ୍ଟବୋର୍ଡ ଓ ପୁଲିସ ଉପସ୍ଥିତିରେ ଗୁପ୍ତ କୋଠରୀର ଚଟାଣକୁ ଖୋଳାଯାଇ ଜରି ଅଖା ଭିତରେ ଥିବା ରୁପା ଇଟାକୁ ଉଦ୍ଧାର କରାଯାଇଛି।  2010 ମସିହାରେ ଏମାରମଠକୁ ଦେବୋତ୍ତର ବିଭାଗ ଦ୍ୱାରା ଇନଭେଣ୍ଟରି କରାଯାଇ ମଠର ସମସ୍ତ ଆସବାବପତ୍ରର […]

author-image
Tapas Behera
ଏମାର ମଠରୁ ୪୫ରୁପା ଇଟା ଉଦ୍ଧାର

6bn

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଏମାରମଠରୁ ଦେବୋତ୍ତର ବିଭାଗ ୪୫ ଖଣ୍ଡ ରୁପା ଇଟାକୁ ଉଦ୍ଧାର କରିଛି। ଏହି ରୁପା ଇଟା ଗୁଡିକ ମଠ ପରିସରରେ ଥିବା ଏକ ବନ୍ଦ କୋଠରୀର ମାଟିତଳୁ ଉଦ୍ଧାର କରାଯାଇଛି। ଦେବୋତ୍ତର ନୀରିକ୍ଷକ ନୂଆ ଟ୍ରଷ୍ଟବୋର୍ଡ ଓ ପୁଲିସ ଉପସ୍ଥିତିରେ ଗୁପ୍ତ କୋଠରୀର ଚଟାଣକୁ ଖୋଳାଯାଇ ଜରି ଅଖା ଭିତରେ ଥିବା ରୁପା ଇଟାକୁ ଉଦ୍ଧାର କରାଯାଇଛି।  2010 ମସିହାରେ ଏମାରମଠକୁ ଦେବୋତ୍ତର ବିଭାଗ ଦ୍ୱାରା ଇନଭେଣ୍ଟରି କରାଯାଇ ମଠର ସମସ୍ତ ଆସବାବପତ୍ରର ତାଲିକାଭୁକ୍ତ କରାଯାଇ ମଠରେ ରଖାଯାଇଥିଲା।

Advertisment

ଏହି ତାଲିକାରେ ୪୫ ଖଣ୍ଡ ରୁପା ଇଟା ମଧ୍ୟ ରହିଥିଲା। ମଠ ଅସୁରକ୍ଷିତ ଥିବାରୁ ମଠ ମହନ୍ତ ରାଜଗୋପାଲ୍ ରାମାନୁଜ ଦାସ୍ ଏହାକୁ ଏକ ଗୁପ୍ତ କୋଠରୀ ଭିତରେ ଚଟାଣ ତଳେ ପୋତି ରଖିଥିଲେ। ମଠ ମହନ୍ତଙ୍କ ସହଯୋଗରେ ଏହାକୁ ଖୋଳାଯାଇ ଉଦ୍ଧାର କରାଯାଇଛି। ପ୍ରତି ଇଟାର ଓଜନ ୩୦ କିଲୋରୁ ଅଧିକ ବୋଲି ଚର୍ଚ୍ଚା ହେଉଛି।

ଏସମସ୍ତ ଇଟା ଗୁଡିକର ମାପ ଓ ଓଜନ କରାଯାଇ ଏହାକୁ ନୂତନ ଟ୍ରଷ୍ଟବୋର୍ଡକୁ ହସ୍ତାନ୍ତର କରାଯିବା ପରେ ଉକ୍ତ ରୁପା ଇଟାକୁ କଡା ସୁରକ୍ଷା ବଳୟ ମଧ୍ୟରେ ଜିଲ୍ଲା ଟ୍ରେଜେରୀକୁ ସ୍ଥାନାନ୍ତର କରାଯିବ। ନୂତନ ଟ୍ରଷ୍ଟ ବୋର୍ଡ ସଦସ୍ୟ ନରେଶ ଦାସ ଏହି ସୂଚନା ଦେଇଛନ୍ତି। ସୂଚନଥାଉକି ୨୦୧୧ ମସିହାରେ ଏହି ତାଲିକା ବାହାରେ ୫୨୨ ଖଣ୍ଡ ରୁପା ଇଟା ମଠ ପରିସରରୁ ଜବତ ହୋଇଥିଲା।

Advertisment