Advertisment

୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୩ ବନ୍ଧୁକ ଜବତ

ପୁରୀ ତାଳବଣିଆ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି।

Accussed

Accussed

Advertisment

ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ପୁରୀ ପୁଲିସ୍। ସେମାନଙ୍କ ଠାରୁ ୩ଟି ବନ୍ଧୁକ, ୧୦ଟି ଗୁଳି, ଛୁରୀ ଓ ୪ଟି ମୋବାଇଲ ଜବତ କରାଯାଇଛି।

Advertisment

ଗିରଫ ଅପରାଧୀମାନେ ହେଉଛନ୍ତି, ନରସିଂହବଲ୍ଲଭ ପାଟଣାର ମନୋରଞ୍ଜନ ମହାନ୍ତି (୩୮), ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ସୌମ୍ୟ ରଞ୍ଜନ ଆଚାର୍ଯ୍ୟ (୩୨), ପୁରୀ କୁମ୍ଭାରପଡ଼ାର ମିଲନ ମିଶ୍ର, ଦୀପକ ସୌରା (୩୨) ଓ ମାର୍କଣ୍ଡେଶ୍ୱର ସାହିର ନିଲୁ ବାରିକ।

ଏମାନେ ସମସ୍ତେ ପୁରୀ ତାଳବଣିଆ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି। ଆଉ ଗୁଇନ୍ଦା ରିପୋର୍ଟ ଆଧାରରେ ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

Advertisment

ଗିରଫ ଅପରାଧୀମାନେ ବନ୍ଧୁକ କେଉଁଠାରୁ ଆଣିଲେ, ସେ ନେଇ ତଦନ୍ତ ହେବ ବୋଲି ପୁରୀ ଏସ୍‌ପି କହିଛନ୍ତି। ସେମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବା ଜଣାପଡ଼ିଛି।

Puri Police Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe