Advertisment

ଛିଡ଼ିଲା ତାଳଧ୍ୱଜ ରଥର ଦଉଡି, ଭୋଇ ସେବାୟତଙ୍କ ସହ ୬ ଆହତ

ଜଣେ ଭୋଇ ସେବାୟତ ସମେତ ୬ ଜଣ ଆହତ ହୋଇଛନ୍ତି। ମାର୍କେଟ ଛକ ନିକଟରେ ଦଉଡ଼ି ଛିଡ଼ିଥିଲା।

Puri

Puri

Advertisment

ମହାପ୍ରଭୁଙ୍କ ବାହାଡ଼ା ଯାତ୍ରା ବେଳେ ଅଘଟଣ ଘଟିଛି। ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦଉଡ଼ି ଛିଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି। ଜଣେ ଭୋଇ ସେବାୟତ ସମେତ ୬ ଜଣ ଆହତ ହୋଇଛନ୍ତି। ମାର୍କେଟ ଛକ ନିକଟରେ ଦଉଡ଼ି ଛିଡ଼ିଥିଲା। ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ୱସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

Advertisment

ଆଜି ମହାପ୍ରଭୁଙ୍କ ବାହାଡ଼ା ଯାତ୍ରା। ନିର୍ଦ୍ଧାରିତ ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। କୋଟିକୋଟି ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁଙ୍କ ରଥକୁ ଟାଣିନେଥିଲେ ସେବାୟତ, ପୁଲିସ ଓ ଭକ୍ତ। ତେବେ ମାର୍କେଟ ଛକରେ ଘଟିଲା ଅଘଟଣ। ବଡ଼ଭାଇ ବଳଭଦ୍ରଙ୍କ ରଥର ଦଉଡି ଛିଡ଼ି ଯିବାରୁ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି।

ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶଶେଷ ନୀତି ଶେଷ ହେବା ପରେ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ନୀତି ସଂପନ୍ନ ହୋଇଥିଲା। ପରେ ସେନାପଟା ଲାଗି ଓ ମଙ୍ଗଳାର୍ପଣ ନୀତି ପରେ ପହଣ୍ଡି ଆରମ୍ଭ ହୋଇଥିଲା।

Advertisment
Ratha Yatra Puri Shreemandir Puri Puri Ratha Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe