କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା: ବାପପୁଅଙ୍କ ସମେତ ୬ ଗିରଫ, ୩୦ ଲକ୍ଷରେ ହୋଇଥିଲା ଡିଲ୍‌

ପୁରୀ(ଓଡ଼ିଶା ରିପୋର୍ଟର): ): ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ୬ ଜଣଙ୍କୁ  ବାନ୍ଧିଲା ପୁଲିସ୍‌। ସେମାନଙ୍କ ମଧ୍ୟରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ସାମିଲ ଅଛନ୍ତି।   ଗତ ୬ ଦିନ ଧରି ପୁଲିସ୍‌ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଥିବା ବେଳେ ଏପରି ସଫଳତା ମିଳିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁରୀ ଏସ୍‌ପି  । କାଳିଆ ସିଂହାରୀ ଗୁନ ସିଂହାରୀଙ୍କ ଭାଇ ହୋଇଥିବା ବେଳେ  କାଳିଆଙ୍କ ପୁଅ ହେଉଛନ୍ତି […]

puri

Niharika Rout
  • Published: Monday, 21 March 2022
  • , Updated: 21 March 2022, 03:47 PM IST

ପୁରୀ(ଓଡ଼ିଶା ରିପୋର୍ଟର): ): ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ୬ ଜଣଙ୍କୁ  ବାନ୍ଧିଲା ପୁଲିସ୍‌। ସେମାନଙ୍କ ମଧ୍ୟରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ସାମିଲ ଅଛନ୍ତି।   ଗତ ୬ ଦିନ ଧରି ପୁଲିସ୍‌ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଥିବା ବେଳେ ଏପରି ସଫଳତା ମିଳିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁରୀ ଏସ୍‌ପି  ।

କାଳିଆ ସିଂହାରୀ ଗୁନ ସିଂହାରୀଙ୍କ ଭାଇ ହୋଇଥିବା ବେଳେ  କାଳିଆଙ୍କ ପୁଅ ହେଉଛନ୍ତି ଦୋଳଗୋବିନ୍ଦ ସିଂହାରୀ ।  ଜାନୁଆରୀ ୧୯ରେ ଗୁନ ସିଂହାରୀ ମାମଲାର ରାୟ ପ୍ରକାଶ ପାଇଥିବା ବେଳେ  ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଜେଲ୍‌ରୁ ଖଲାସ  କରାଗଲା। ଏଥିଯୋଗୁ ପ୍ରତିଶୋଧ ଅଗ୍ନିରେ ଜଳୁଥିଲେ ଗୁନ ସିଂହାରୀଙ୍କ ଭାଇ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ସିଂହାରୀ  କୃଷ୍ଣଚନ୍ଦ୍ରଙ୍କୁ ମାରିବାକୁ ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ ।    ।

ଏହି ଘଟଣାରେ କାଳିଆ ଓ ଦୋଳଗୋବିନ୍ଦଙ୍କୁ ବାଦ ଦେଇ  ଅନ୍ୟ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ  ହେଲେ ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ ଓ ବାବା ମହାପାତ୍ର ।  ଆଜି ୬ ଜଣଙ୍କୁ କୋର୍ଟ ଚାଲାଣ କରାଯିବ। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଅଧିକ ପଚରାଉଚରା ପାଇଁ ଓ ସିନ୍‌ ରିକ୍ରିଏଟ ପାଇଁ ରିମାଣ୍ଡ ଆବେଦନ ହେବ ।

ଏହି ଘଟଣାରେ ସମ୍ପୃକ୍ତ ଆଉ ୩ ଜଣ ହରି ପଣ୍ଡା, କୁନିମୁନି ଓ ଟୁଟୁ ଏବେ ବି ପୁଲିସ୍‌ ପଞ୍ଝାରୁ ବାହାରେ ଅଛନ୍ତି। ତାଙ୍କୁ ଧରିବା ଲାଗି ପୁରୀ, ବ୍ରହ୍ମପୁର ସମେତ ବିଭିନ୍ନ ଜାଗାରେ ରେଡ ଚାଲିଥିବା କହିଛନ୍ତି ଏସ୍‌ପି।

[caption id="attachment_721714" align="aligncenter" width="650"] ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି ପୁରୀ ଏସ୍‌ପି ।[/caption]

ପ୍ରାଥମିକ ତଦନ୍ତରୁ  ୨୦୧୨ ଅଗଷ୍ଟ ୨୨ରେ ଗୁନ ସିଂହାରୀ ହତ୍ୟା ଘଟଣାର କୃଷ୍ଣଚନ୍ଦ୍ର ମର୍ଡର କେସ୍‌ ସହ ଲିଙ୍କ୍‌  ରହିଥିବା ସୂଚନା ମିଳିଛି । ଗୁନ ସିଂହାରୀ ହତ୍ୟା ମାମଲାରେ ଗିରଫ କୃଷ୍ଣ ପ୍ରତିହାରୀଙ୍କ ସମେତ ସମସ୍ତ ଅଭିଯୁକ୍ତ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଏହାପରେ ପ୍ରତିଶୋଧ ପରାୟଣ ହୋଇ ଗୁନ ସିଂହାରୀଙ୍କୁ ନ୍ୟାୟ ଦେବାକୁ ଏପରି କ୍ରାଇମ୍‌ ପ୍ଲଟ  ରଚା ଯାଇଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି।

ଗତ ୧୬ ତାରିଖରେ କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା କରାଯାଇଥିଲା। ଏଥିନିମନ୍ତେ ପୂର୍ବରୁ  ଥରେ ଏକ ଲଜରେ ଓ ଆଉ ଥରେ ବାଲି ହରଚଣ୍ଡୀରେ ମିଟିଙ୍ଗ ହୋଇଥିଲା। ଏପରିକି କୃଷ୍ଣଙ୍କୁ ହତ୍ୟା ନିମନ୍ତେ ପୂର୍ବରୁ ଚେଷ୍ଟା କରାଯାଇଥିବା ବେଳେ ବିଫଳ ହୋଇଥିଲେ ଷଡଯନ୍ତ୍ରକାରୀ।  ଏହାପରେ  ଏଥିନିମନ୍ତେ  କାଳୁ ପାଣିଗ୍ରାହୀଙ୍କୁ ୩୦ ଲକ୍ଷ ଟଙ୍କାର ସୁପାରୀ ଦିଆଯାଇଥିଲା ।

କାଳୁ କାଳିଆଙ୍କ ଲଜ୍‌ର ମ୍ୟାନେଜର ହୋଇଥିବା ବେଳେ ଏଥିନିମନ୍ତେ ପୂର୍ବରୁ ୨ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା। ସେଥିମଧ୍ୟରୁ ଦେଢ  ଲକ୍ଷ ଟଙ୍କା ଜବତ କରିଛି ପୁଲିସ୍‌ । ଗିରଫ ମୁନା ହତ୍ୟାକାଣ୍ଡ ପାଇଁ ୭୦ ହଜାର ଟଙ୍କା ନେଇ ବନ୍ଧୁକ ଯୋଗାଇଥିବା ବେଳେ  ସମସ୍ତ ଅଭିଯୁକ୍ତଙ୍କ ସହ ଯୋଗାଯୋଗ ରଖିବା ସହ  ହତ୍ୟାକାଣ୍ଡ ପରେ ସେମାନଙ୍କୁ ଫେରାର କରାଇବାରେ  ସନ୍ଦୀପର ଥିଲା ମୁଖ୍ୟ ଭୂମିକା । କାଳୁ ୨୦୧୪ରେ ମହେଶ୍ୱର ମହାନ୍ତିଙ୍କୁ ଗୁଳି ମାଡ଼ ଘଟଣାରେ ଗିରଫ ହୋଇ ଜେଲ୍‌ ଯାଇଥିଲା। ଏହାପରେ ଜେଲ୍‌ରୁ ବାହାରିଥିଲା ।

ନରସିଂହ ପ୍ରତିହାରୀଙ୍କ ଅଭିଯୋଗକୁ ଭିତ୍ତି କରି  ଏଫଆଇଆର ରୁଜୁ  ହୋଇଥିବା ବେଳେ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ସେଥି ମଧ୍ୟରୁ ୩ ଜଣ ବନ୍ଧା ହୋଇଥିବା ବେଳେ ଆଉ ୩ ଜଣ ଟୁଟୁ, କୁନୁମୁନି ଓ ହରି ପଣ୍ଡାକୁ ଖୋଜୁଛି ପୁଲିସ୍‌।

ଗତ ୧୬ ତାରିଖରେ ୧୦.୩୦ରୁ ୧୦.୪୦ ମଧ୍ୟରେ କୃଷ୍ଣ ପ୍ରତିହାରୀ ନରସିଂହଙ୍କୁ ଫୋନ୍‌ କରି   ବାରବାଟୀ ଜାଗାକୁ ଆସ , ଟୁଟୁ, କୁନମୁନି ଜାଗା ଦେଖିବାକୁ ଆସିଛନ୍ତି  ବୋଲି କହିଥିଲେ । ଏହାପରେ  ନରସିଂହଙ୍କୁ ଫୋନ ଆସିଲା ଜଲଦି ଆସି କୃଷ୍ଣଙ୍କୁ ଫାୟାରିଂ କରାଗଲା।

କୃଷ୍ଣଙ୍କୁ ମୁଣ୍ଡ ପଛପଟୁ ଗୁଳି କରାଯାଇଥିବା ବେଳେ କିଏ ଏହି ଗୁଳି ମାରିଥିଲା, ସେ ନେଇ ସ୍ପଷ୍ଟ ସୂଚନା ପାଇନି ପୁଲିସ୍‌। ଏଥିସହ ରକ୍ତ ଛିଟା କାଗଜ ବି ଜବତ ହୋଇଛି। ତେବେ ଗୁନ ସିଂହାରୀ ହତ୍ୟା ଘଟଣାରେ ସମ୍ପୃକ୍ତ ଆଉ କିଏ କିଏ ଏହି ଅଭିଯୁକ୍ତଙ୍କ ଟାର୍ଗେଟରେ ଥିଲେ, ସେମାନଙ୍କୁ ହଟାଇବାକୁ କ’ଣ ଯୋଜନା ପ୍ରସ୍ତୁତ ହୋଇଥିଲା ସେ ନେଇ ଖୋଳତାଡ଼ କରୁଛି ପୁଲିସ୍‌।

ସୂଚନାଥାଉ କି, ମାର୍ଚ୍ଚ ୧୬ ତାରିଖରେ ସେବାୟତ କୃଷ୍ଣଚନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା  ।   କୃଷ୍ଣଚନ୍ଦ୍ର ବାରବାଟୀ ଜାଗା   ଘରେ ବସିଥିବା ବେଳେ ଦୁବୃର୍ତ୍ତମାନେ ତାଙ୍କୁ ତିନି ରାଉଣ୍ଡ ଫାୟାରିଂ କରିଥିଲେ। ଅତି ନିକଟରୁ ତାଙ୍କୁ ଗୁଳିମାଡ଼ କରାଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ସେ ପ୍ରାଣ ହରାଇ ସାରିଥିଲେ।

https://youtu.be/NIs2PQSY9r4

 

Related story