Advertisment

ଆଡ଼ପ ମଣ୍ଡପରେ ଠାକୁର ଦର୍ଶନ ପରେ ଚାଲିଗଲା ଜୀବନ

ଆଜି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ମୃତ ଭକ୍ତ ହେଉଛନ୍ତି କାକଟପୁର ଅଞ୍ଚଳର ଲକ୍ଷ୍ମୀଧର ଖୁଣ୍ଟିଆ।

ଅଦ୍ୟତନ ହୋଇଛି
Devotee dies

Devotee dies

Advertisment

ଆଡପ ମଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ‌ ହେଲା ଶେଷ ଦର୍ଶନ। ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଦର୍ଶନ କରି ଫେରିବା ବେଳେ ଭକ୍ତଙ୍କ ମୃତ୍ୟୁ ହୋଇଛି। ଆଜି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ମୃତ ଭକ୍ତ ହେଉଛନ୍ତି କାକଟପୁର ଅଞ୍ଚଳର ଲକ୍ଷ୍ମୀଧର ଖୁଣ୍ଟିଆ।

Advertisment

ସେ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ସାରି ଫେରିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ପୁରୀ ସଦର‌ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର। ଏହି ଘଟଣା ପରେ ପରିଜନମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ତେବେ କେଉଁ କାରଣ ପାଇଁ ସେ ଅସୁସ୍ଥ ହୋଇପଡ଼ିଲେ ତାହା ଜଣାପଡ଼ିନି।

Puri Lord Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe