Advertisment

ଜଙ୍ଗଲରେ ଭିନ୍ନକ୍ଷମ ନାବାଳିକାଙ୍କୁ ସିଗାରେଟ ଟାଣିବାକୁ ବାଧ୍ୟ କରି ମାଡ଼ ମାରିଲେ

କୌଶଳ କରି ଜଣେ ଭିନ୍ନକ୍ଷମ ନାବାଳିକାକୁ ଜଙ୍ଗଲକୁ ଡାକି ନେଇ ସିଗାରେଟ ଟାଣିବାକୁ ବାଧ୍ୟ କରିଥିଲେ। ମାଡ଼ ମାରିଲେ। ଗାଳି ମନ୍ଦ ବି କଲେ। ଏହାର ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
college girl

college girl

କୌଶଳ କରି ଜଣେ ଭିନ୍ନକ୍ଷମ ନାବାଳିକାକୁ ଜଙ୍ଗଲକୁ ଡାକି ନେଇ ସିଗାରେଟ ଟାଣିବାକୁ ବାଧ୍ୟ କରିଥିଲେ। ମାଡ଼ ମାରିଲେ। ଗାଳି ମନ୍ଦ ବି କଲେ। ଏହାର ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଲେ। ପ୍ରେମ ପ୍ରତାରଣାକୁ ନେଇ ଜଣେ ଯୁବତୀଙ୍କୁ ଏଭଳି ଦଣ୍ଡ ଦେବାର ଭିଡିଓ ଏବେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

Advertisment

ସେପଟେ କୃଷ୍ଣପ୍ରସାଦ ଥାନାରେ ସମ୍ପୃକ୍ତ ଭିନ୍ନକ୍ଷମ ନାବାଳିକା ଏଭଳି କାରନାମା କରିଥିବା ଦୁଇ ଜଣ ଯୁବକଙ୍କ ବିରୋଧରେ କୃଷ୍ଣପ୍ରସାଦ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏତଲାକୁ ଭିତ୍ତି କରି ଜଣଙ୍କୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଛି। ତିଦିଦିନ ତଳେ ଘଟଣାଟି ଘଟିଥିବା ବେଳେ ଦିନକ ତଳେ ପୁଲିସ ଜଣଙ୍କୁ ବାନ୍ଧିଛି।

ସୂଚନା ମୁତାବକ, କୃଷ୍ଣପ୍ରସାଦରେ ଥିବା ଏକ ମହିଳା କଲେଜରେ ଏହି ଭିନ୍ନକ୍ଷମ ନାବାଳିକା ପାଠପଢ଼ନ୍ତି। କୌଣସି ମତେ ଦୁଇଜଣ ଯୁବକଙ୍କ ସହ ଏହି ସମୟରେ ସମ୍ପର୍କ ତିଆରି ହୋଇଥିଲା। ତେବେ ଦୁଇ ଯୁବକ ପରସ୍ପରକୁ ଜାଣି ନ ଥିଲେ। ସନ୍ଦେହ ହେବାରୁ ନାବାଳିକଙ୍କ ମିଛ ଧରିବାକୁ ଚେଷ୍ଟା କରି ପରସ୍ପର ସହ ଭେଟ ହୋଇଥିଲେ। ଯାହା ପରେ ନାବାଳିକାଙ୍କ ମୁହଁରୁ ସତ ଜାଣିବାକୁ ଦୁହେଁ ଉଦ୍ୟମ କରିଥିଲେ। କୌଶଳ କରି ଜଣେ ଯୁବକ ସମ୍ପୃକ୍ତ ନାବାଳିକାଙ୍କୁ କଲେଜ ନିକଟ ଜଙ୍ଗଲକୁ ଡାକି ଆଣିବାରେ ସଫଳ ହୋଇଥିଲେ। ପରେ ଦୁଇ ଯୁବକ ଏକାଠି ହୋଇ ଭିନ୍ନକ୍ଷମ ନାବାଳିକାଙ୍କ ଉପରେ ଧୋକା ଦେବାର ଆରୋପ ଲଗାଇ ଅସଭ୍ୟ ଭାଷାରେ ଗାଳିମନ୍ଦ କରିଥିଲେ। ଧରିଥିବା ବାଡ଼ିରେ ମାଡ଼ ମାରିଥିଲେ। ଜୋର କରି ସିଗାରେଟ୍ ଟାଣିବାକୁ ଦେଇଥିଲେ। ଏହି ସମୟର ଭିଡ଼ିଓ କରିଥିଲେ। ଜୀବନ ବିପଦରେ ପଡ଼ିଥିବା ଜାଣି ଯୁବତୀ ଜଣକ ଚୁପ୍‌ଚାପ ସବୁ ସହି ଯାଇଥିଲେ। ହେଲେ ଏହି ଦୁଇ ଯୁବକଙ୍କ କବଳରୁ ଖସି ଆସିବା ପରେ ପୁଲିସର ଦ୍ୱାରସ୍ଥ ହୋଇଥିଲେ।

Advertisment

ପୁଲିସ ଏ ଘଟଣାରେ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣକୁ ଛାଡ଼ି ଦେଇଛି। ଉକ୍ତ ଯୁବକ ଜଣକ ଜଣେ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ପୁଅ ହୋଇଥିବା ଜଣାପଡ଼ିଛି।

Crime Cheat Love