Advertisment

ମହୋଦଧି ସ୍ନାନ ବେଳେ ବୁଡ଼ିଗଲେ ନାବାଳକ

ମୃତକ ରାଜସ୍ଥାନର ଦିଲରାଜ ଚାନ୍ଦ(୧୪)।

ଅଦ୍ୟତନ ହୋଇଛି
minor drowned while bathing in the sea

minor drowned while bathing in the sea

Advertisment

ପୁରୀ ସହର ଚଳଚଞ୍ଚଳ। ବଡ଼ଦାଣ୍ଡ ଠାରୁ ଆରମ୍ଭ କରି ବେଳାଭୂମି ପର୍ଯ୍ୟନ୍ତ ଯାତ୍ରୀଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ତେବେ ଆଜି ଦେବସ୍ନାନ ପୂର୍ଣ୍ଣମୀରେ ମହୋଦଧି ସ୍ନାନ କରୁଥିବା ଜଣେ ନାବଳକ ଯାତ୍ରୀ ବୁଡ଼ି ଯାଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତକ ରାଜସ୍ଥାନର ଦିଲରାଜ ଚାନ୍ଦ(୧୪)। 

Advertisment

ପୁରୀ ବେଳାଭୂମିର ସେକ୍ଟର ୭ ଚୈତନ୍ୟ ଛକ ନିକଟରେ ଘଟଣା ଘଟିଛି। ଦିଲରାଜ ପରିବାର ସହ ପୁରୀ ବୁଲିବା ସହ ଠାକୁର ଦର୍ଶନ କରିବାକୁ ଆସିଥିଲେ। ପରିବାର ଲୋକଙ୍କ ସହ ସେ ସମୁଦ୍ରସ୍ନାନ କରୁଥିବା ବେଳେ ଲହଡ଼ି ମାଡ଼ରେ ଗଭୀର ପାଣିକୁ ଭାସି ଯାଇଥିଲେ। ପରିବାର ଲୋକେ ଚିତ୍କାର କରିବାରୁ ତୁରନ୍ତ ଲାଇଫଗାର୍ଡମାନେ ନାବାଳକଙ୍କୁ ଉଦ୍ଧାର କରିବା ନିମନ୍ତେ ପାଣିକୁ ଲମ୍ପ ଦେଇଥିଲେ।

ପାଣିରୁ ତାଙ୍କୁ ଖୋଜି ବାହାର କରିବା ପରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏହି ଦୁଃଖଦ ଘଟଣା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

Advertisment

ସେପଟେ ପୁରୀ ବେଳାଭୂମିର ବ୍ଲୁଫ୍ଲାଗ୍ ବିଚ୍‌ ଅନ୍ତର୍ଗତ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଲହଡ଼ି ମାଡ଼ରେ ଭାସିଯାଇ ବୁଡ଼ି ଯାଉଥିବା ୨ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ଲାଇଫ୍‌ ଗାର୍ଡମାନେ ସଫଳ ହୋଇଛନ୍ତି।

ସୂଚନା ଥାଉକି, ଆଜି ଦେବସ୍ନାନ ପୂର୍ଣ୍ଣିମାରେ ଠାକୁର ଦର୍ଶନ ନିମନ୍ତେ ଆସିଥିବା ଜଣେ ଯାତ୍ରୀଙ୍କ ଶ୍ରୀମନ୍ଦିରରେ ମୃତ୍ୟୁ ହୋଇଥିଲା।

Unnatural Death Puri Sea Beach Puri Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe