Advertisment

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ମଇଁଷି ଜଗୁଆଳିର ଜୀବନ

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କୋତରାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

electric-shock

electric-shock

Advertisment

ବିଦ୍ୟୁତ ତାର ସଂସ୍ପର୍ଶରେ ଚାଲିଗଲା ମଇଁଷି ଜଗୁଆଳିର ଜୀବନ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲାବ୍ରହ୍ମଗିରି ଥାନା ଅନ୍ତର୍ଗତ କୌଶଲ୍ୟା ପୂର ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ କୋତର। ବେହେରା(୫୫)ବର୍ଷ।

Advertisment

ଗତକାଲି ସନ୍ଧ୍ୟାରେ କୋତର। ଗହିରରୁ ମଇଁଷି ନେଇ ଘରକୁ ଫେରୁଥିଲେ। ଏହି ସମୟରେ ସେହି ନିକଟରେ ବିଦ୍ୟୁତ ତାର ଟଣାଯାଇ ଜମିକୁ ପାଣି ମଡ଼ାଯାଉଥିଲା। କୋତର। ସେହି ରାସ୍ତାଦେଇ ଆସୁଥିବା ବେଳେ ବିଦ୍ୟୁତ ତାରକୁ ମାଡ଼ି ପକାଇଥିଲେ। ଯାହାଫଳରେ ସେ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କୋତରାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ଦୁର୍ଘଟଣାରେ ମଇଁଷି ମାନଙ୍କର କିଛି ହୋଇନାହିଁ। 

Electric Shock Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe