Advertisment

ରଥଯାତ୍ରାରେ କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ: ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ପୁଲିସ୍ ଏସଓପି ଉଲ୍ଲଙ୍ଘନ କରିଥିବା ୧୦ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ହରିୟାଣାର ଗୋବିନ୍ଦକ୍ରିଷ୍ଣା ଦାସ ଓ ଅତୁଲ କ୍ରିଷ୍ଣାଙ୍କ ସହ ୧୦ ଜଣ ପୁରୀରେ କର୍ଫ୍ୟୁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଥିଲା। ଗୋବିନ୍ଦ ଏବଂ ଅତୁଲଙ୍କୁ ଛାଡ଼ିଲେ ବାକି ୮ ଜଣ ପୁରୀ ସହର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛି। ବାକି […]

ରଥଯାତ୍ରାରେ କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ: ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ratha-yatra

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ପୁଲିସ୍ ଏସଓପି ଉଲ୍ଲଙ୍ଘନ କରିଥିବା ୧୦ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ହରିୟାଣାର ଗୋବିନ୍ଦକ୍ରିଷ୍ଣା ଦାସ ଓ ଅତୁଲ କ୍ରିଷ୍ଣାଙ୍କ ସହ ୧୦ ଜଣ ପୁରୀରେ କର୍ଫ୍ୟୁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଥିଲା। ଗୋବିନ୍ଦ ଏବଂ ଅତୁଲଙ୍କୁ ଛାଡ଼ିଲେ ବାକି ୮ ଜଣ ପୁରୀ ସହର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛି।

Advertisment

ବାକି ୮ ଜଣ ହେଲେ ପୁରୀର ସୋମନାଥ ସାହୁ, ରଞ୍ଜନ କୁମାର ପାତ୍ର, ସୁବ୍ରତ ପଣ୍ଡା, ଭବାନୀ ଜେନା, ମନୋରଞ୍ଜନ ମିଶ୍ର, ରାଜଦୀପ ହରିଚନ୍ଦନ, ରଘୁନାଥ ସରାଫ ଓ ବିଶ୍ୱନାଥ ସାହୁ। ଏମାନଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ ପରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛି ପୁଲିସ। ତେବେ ଆଜି ସକାଳେ ବଡ଼ଦାଣ୍ଡରେ ଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ ଅଫିସକୁ ଜିଲ୍ଲା ପ୍ରଶାସନ ସିଲ କରିଥିବା ବେଳେ ବୁଧବାର ମଧ୍ୟ ଗଙ୍ଗା ଲଜିଂକୁ ସିଲ କରିଥିଲା ପ୍ରଶାସନ। ଇସ୍କନ ଭକ୍ତ ଛାତରେ ରହି ରଥ ଦେଖିବା ଅଭିଯୋଗରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ସିଲ୍ ହୋଇଛି।

ରଥଯାତ୍ରା ପୂରା ପୁରୀ ସହରରେ ୧୪୪ ଧାରା ଜାରି ହୋଇଥିଲା। । ରଥଯାତ୍ରାର ଗୋଟିଏ ରାତି ପୂର୍ବରୁ ଓ ତା’ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହୋଇଥିଲା। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଗୁଡ଼ିକର ଛାତ ଉପରେ ରହି କୌଣସି ଲୋକ ରଥଯାତ୍ରା ଦେଖି ପାରିବେ ନାହିଁ। କାରଣ ଏହା ବି କର୍ଫ୍ୟୁ ଅଧୀନରେ ଯାଉଥିବା ଜିଲ୍ଲାପାଳ କହିଥିଲେ। ରଥଯାତ୍ରା ବେଳେ ଲୋକମାନେ ଘର ଭିତରେ ରହିବେ।

Advertisment

ଏପରିକି ବଡ଼ଦାଣ୍ଡରେ ଥିବା ହୋଟେଲ ଓ ଲଜ୍‌ ଗୁଡ଼ିକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରିବା ପାଇଁ କୁହାଯାଇଥିଲା। ସହରର ଅନ୍ୟ ଅଞ୍ଚଳରେ ଥିବା ହୋଟେଲ୍‌ ଗୁଡ଼ିକରେ ଲୋକେ ରହିପାରିବେ, କିନ୍ତୁ କର୍ଫ୍ୟୁ ବେଳେ କେହି ବାହାରକୁ ଯାଇପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, କରୋନା ଯୋଗୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟରେ କେବଳ ପୁରୀରେ ରଥଯାତ୍ରା ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe