Advertisment

ବିବାହ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଅନନ୍ତ ଅମ୍ୱାନୀ

ଅନନ୍ତ ଅମ୍ୱାନୀ ବାଇଶି ପାହାଚ ବାଟେ ଘଣ୍ଟି ଦ୍ୱାର ଦେଇ ଜଗମୋହନରେ ପ୍ରବେଶ କରିଥିଲେ। ସେ ଭିତର କାଠ ନିକଟରେ ୧୦ ମିନିଟ୍‌ ଛିଡ଼ା ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ

Anant Ambani

Anant Ambani

Advertisment

ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷାରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଅନନ୍ତ ବିବାହ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି।

Advertisment

ସିଂହଦ୍ୱାର ସମ୍ମୁଖରେ ଅନନ୍ତ ଅମ୍ବାନୀ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ବସ୍ତ୍ର, ଶ୍ରୀମନ୍ଦିର କ୍ୟାଲେଣ୍ଡର ଆଦି ପ୍ରଦାନ କରାଯାଇଥିଲା। ଏହା ପରେ ସେ ବାଇଶି ପାହାଚ ବାଟେ ଘଣ୍ଟି ଦ୍ୱାର ଦେଇ ଜଗମୋହନରେ ପ୍ରବେଶ କରିଥିଲେ। ସେ ଭିତର କାଠ ନିକଟରେ ୧୦ ମିନିଟ୍‌ ଛିଡ଼ା ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ମୁକ୍ତି ମଣ୍ଡପରେ ବ୍ରାହ୍ମଣଙ୍କ ଆଶୀର୍ବାଦ ନେଇ ମାଆ ବିମଳା ମନ୍ଦିର, ପଶ୍ଚିମ ଦ୍ୱାର ସ୍ଥିତ କାନପତା ହନୁମାନ ଓ ମାଆ ମହାଲକ୍ଷ୍ମୀଙ୍କ ଦର୍ଶନ ସାରି ବାଇଶି ପାହାଚ ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ।

ଗତ ୧୯ ତାରିଖରେ ମୁମ୍ବାଇରେ ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆରେ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ନିର୍ବନ୍ଧ ହୋଇଥିଲା। ଅନନ୍ତ ଆସନ୍ତା କିଛି ମାସ ମଧ୍ୟରେ ବିବାହ କରିବେ। ତା’ପୂର୍ବରୁ ସେ ଦେଶର ବିଭିନ୍ନ ପ୍ରସିଦ୍ଧ ମନ୍ଦିରକୁ ଯାଇ ଆଶୀର୍ବାଦ ନେଉଛନ୍ତି।

Advertisment

ଅମ୍ୱାନୀ ପରିବାରର କୌଳିକ ପଣ୍ଡା କହିଛନ୍ତି, ଅନନ୍ତ ଅମ୍ୱାନୀ ବାଇଶି ପାହାଚ କିର୍ତ୍ତନ ଚକଡ଼ା ଦେଇ ଶ୍ରୀମନ୍ଦିର ଗର୍ଭ ଗୃହକୁ ପ୍ରବେଶ କରିଥିଲେ। ଭିତର କାଠ ପାଖରେ ଠିଆ ହୋଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ସେ ମାଆ ବିମଳା ଓ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ନେଇ ଫେରିଗଲେ ବୋଲି କହିଛନ୍ତି।

Puri Jio Mukesh Ambani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe