Advertisment

ସ୍କୁଟିରେ ପଥର ବୋଝେଇ ଗାଡ଼ିକୁ ପିଛା କଲେ ଆରଆଇ, ଆକ୍ରମଣର ଶିକାର ହେଲେ

ଆରଆଇ ଅଭିଲିପ୍ସା ପାଣ୍ଡି ନିଜ ସ୍କୁଟିରେ ଟ୍ରାକ୍ଟରକୁ ପିଛା କରିଥଲେ l ଟ୍ରାକ୍ଟର ଡ଼୍ରାଇଭର ଦ୍ରୁତ ଗତିରେ ଯାଇ ଗ୍ରାମର ଏକ ମନ୍ଦିର ପିଣ୍ଡି ଓ ଖୁଣ୍ଟି ଭାଙ୍ଗି ଦେଇଥିଲେ । ପରେ ଚଳନ୍ତା ଗାଡିରୁ ଡେଇଁ ସେ ଗାଡ଼ି ଛାଡି ଦେଇଥିଲେ l

Accident

Accident

Advertisment

ଦିନକୁ ଦିନ ପଥର ତଥା ଇଟା ମାଫିଆଙ୍କ ପ୍ରାର୍ଦୁଭାବ ବଢ଼ିବାରେ ଲାଗିଛି। ସେମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି ପ୍ରଶାସନିକ ଅଧିକାରୀ। କିଛି ଦିନ ପୂର୍ବେ ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଇଟା ମାଫିଆ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଏବେ ସମଦଶା ଭୋଗିଛନ୍ତି ପୁରୀ ଜିଲ୍ଲା ପିପିଲି ବ୍ଲକର ସିଉଳା ଆରଆଇ ଅଭିଲିପ୍ସା ପାଣ୍ଡି । ଚୋରା ପଥର ମାଫିଆଙ୍କ ପିଛା କରି ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ଆରଆଇଜଣକ ।

Advertisment

ଅଭିଯୋଗରୁ ଜଣାଯାଇଛି, ସିଉଳା ରାଜସ୍ୱ ନିରୀକ୍ଷକ ଅଭିଲିପ୍ସା ପାଣ୍ଡି ଆଜି ପିପିଲି ଜଟଣୀ ରାସ୍ତାର ଅନନ୍ତପୁର ଛକ ନିକଟରେ ଡ୍ୟୁଟି କରୁଥିଲେ । ଏହି ସମୟରେ ଏକ ପଥର ବୋଝେଇ ଟ୍ରାକ୍ଟର ଗାଡିକୁ ଚେକିଂ ପାଇଁ ସେ ଅଟକାଇ ଥିଲେ। ମାତ୍ର ଟ୍ରାକ୍ଟର ଡ଼୍ରାଇଭର ଗାଡି ନ ରଖି ଖୁବ୍‌ ଜୋରରେ ଅନନ୍ତପୁର ଗାଁ ଭିତରକୁ ଗାଡି ନେଇଯାଇଥିଲେ l

ଏହାଦେଖି ଆରଆଇ ଅଭିଲିପ୍ସା ପାଣ୍ଡି ନିଜ ସ୍କୁଟିରେ ଟ୍ରାକ୍ଟରକୁ ପିଛା କରିଥଲେ l ଟ୍ରାକ୍ଟର ଡ଼୍ରାଇଭର ଦ୍ରୁତ ଗତିରେ ଯାଇ ଗ୍ରାମର ଏକ ମନ୍ଦିର ପିଣ୍ଡି ଓ ଖୁଣ୍ଟି ଭାଙ୍ଗି ଦେଇଥିଲେ । ପରେ ଚଳନ୍ତା ଗାଡିରୁ ଡେଇଁ ସେ ଗାଡ଼ି ଛାଡି ଦେଇଥିଲେ l ଫଳରେ ଭାରସାମ୍ୟ ହରାଇ ଗାଡିଟି ବିଲକୁ ଓଲଟି ପଡିଥିଲା I

Advertisment

ଏହାପରେ ଘଟଣାସ୍ଥଳରେ ଆଇରଆଇ ପହଞ୍ଚିଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି। ତେବେ କିଏ ଏହି ଆକ୍ରମଣ କଲା ତାହା ସେ ସ୍ପଷ୍ଟ ଭାବେ କହି ପାରୁ ନାହାନ୍ତି। ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି I

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe