Advertisment

ସାବାସ୍ ଶ୍ରବଣ, ଯାତ୍ରୀଙ୍କୁ ଫେରାଇ ଦେଲେ ସୁନା ଗହଣା

ପୁରୀ (ଓଡ଼ିଶା ରିପୋର୍ଟର): ଆଜିର ଦିନରେ ବିନା ସ୍ୱାର୍ଥ, ଲୋଭରେ କେହି କିଛି ବି କରନ୍ତିନି। କିନ୍ତୁ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ମନରେ ନା ଅଛି ଲୋଭ, ନା ଅଛି ମୋହ ନା ମାୟା। ସେଭଳି ମଣିଷଙ୍କ ପାଇଁ ଆତ୍ମସମ୍ମାନ ଠାରୁ ବଡ଼ ଆଉ କିଛି ନାହିଁ। ଲୋଭ ମୋହ ମାୟା ଠାରୁ ଊର୍ଦ୍ଧ୍ୱରେ ଏମାନେ। ଆଉ ଏମିତି ଜଣେ ମଣିଷ ହେଉଛନ୍ତି ପର୍ଯ୍ୟଟନ ସହର କୁହାଯାଉଥିବା ପୁରୀର ଜଣେ ଅଟୋ ଚାଳକ ଶ୍ରବଣ […]

ସାବାସ୍ ଶ୍ରବଣ, ଯାତ୍ରୀଙ୍କୁ ଫେରାଇ ଦେଲେ ସୁନା ଗହଣା

puri

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ଆଜିର ଦିନରେ ବିନା ସ୍ୱାର୍ଥ, ଲୋଭରେ କେହି କିଛି ବି କରନ୍ତିନି। କିନ୍ତୁ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ମନରେ ନା ଅଛି ଲୋଭ, ନା ଅଛି ମୋହ ନା ମାୟା। ସେଭଳି ମଣିଷଙ୍କ ପାଇଁ ଆତ୍ମସମ୍ମାନ ଠାରୁ ବଡ଼ ଆଉ କିଛି ନାହିଁ। ଲୋଭ ମୋହ ମାୟା ଠାରୁ ଊର୍ଦ୍ଧ୍ୱରେ ଏମାନେ। ଆଉ ଏମିତି ଜଣେ ମଣିଷ ହେଉଛନ୍ତି ପର୍ଯ୍ୟଟନ ସହର କୁହାଯାଉଥିବା ପୁରୀର ଜଣେ ଅଟୋ ଚାଳକ ଶ୍ରବଣ କୁମାର। ଶ୍ରବଣ ଏମିତି ଏକ କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ। ପୁରୀକୁ ଆସିଥିବା ପର୍ଯ୍ୟଟକଙ୍କୁ ଆତିଥ୍ୟତାର ସ୍ୱତନ୍ତ ପରିଚୟ ଦେଇ ତାଙ୍କର ସୁନାହାର ଓ ଅନେକ ସୁନା ଗହଣାକୁ ଫେରାଇ ଦେଇଛନ୍ତି ସେ ସାଉଁଟିଛନ୍ତି ସେହ୍ନ, ଶ୍ରଦ୍ଧା ଓ ସମ୍ମାନ।

Advertisment

ପୂରା ଘଟଣା ଘଟିଥିଲା ନଭେମ୍ବର ୩୦ ତାରିଖରେ। ମଙ୍ଗଳବାର ପୁରୀସ୍ଥିତ ଚକ୍ରତୀର୍ଥ ରୋଡ୍ ଏକ ହୋଟେଲ ଆଗରୁ ଏକ ବିବାହ ନିର୍ବନ୍ଧ ପାଇଁ ଆସିଥିବା ବାଲେଶ୍ୱରର ପ୍ରମୋଦ କୁମାର ସିଂ ସାମନ୍ତଙ୍କ ବୋହୂ ଓ ପରିବାର ଲୋକଙ୍କୁ ଶ୍ରବଣ ନିଜ ଅଟୋରେ ନେଇ ଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିର ସମ୍ମୁଖରେ ଛାଡ଼ିଥିଲେ। ତରବର ହୋଇ ସେମାନେ ଓହ୍ଲାଇ ନିର୍ବନ୍ଧରେ ଯୋଗଦେବାକୁ ଚାଲିଯାଇଥିଲେ। ପରେ ସେମାନେ ଜାଣିବାକୁ ପାଇଲେ ଯେ ବ୍ୟାଗଟି ଅଟୋରେ ଛାଡ଼ି ଚାଲିଆସିଛନ୍ତି, ଯେଉଁଥିରେ ଥିଲା ସୁନା ହାର ସାଙ୍ଗକୁ ଆଉ କିଛି ଗହଣା।

ଏକଥା ପ୍ରମୋଦଙ୍କ ବୋହୂ ତାଙ୍କ ଶାଶୂଙ୍କୁ ଜଣାଇଥିଲେ। ଏପରିକି ଅନେକ ସ୍ଥାନରେ ଖୋଜିଥିଲେ ପ୍ରମୋଦ, କିନ୍ତୁ ବ୍ୟାଗ୍ ପାଇନଥିଲେ। ପରେ ହୋଟେଲକୁ ଯାଇ ଆଖ ପାଖରେ ପଚାରିବାରୁ ଜାଣିବାକୁ ପାଇଲେ ଯେ ଜଣେ ଅଟୋଚାଳକ ସୁନା ଭରା ବ୍ୟାଗ୍ ପାଇଛନ୍ତି, ଯାହାକୁ ସେ ସି ବିଚ୍ ଥାନାରେ ଡିପୋଜିଟ କରିଛନ୍ତି। ଖବର ପାଇ ପ୍ରମୋଦ ଥାନାକୁ ଯାଇଥିଲେ। ଥାନାରେ ପ୍ରମୋଦ ସମସ୍ତ ସୁନା ଫେରିପାଇବା ପରେ ଶ୍ରବଣଙ୍କୁ କୁଣ୍ଢାଇ ପକାଥିଲେ। ଏପରିକି ଶ୍ରବଣଙ୍କ ସାଧୁତା ପାଇଁ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ।

Advertisment

ଶ୍ରବଣ ନିଜ ଅଟୋରେ ବ୍ୟାଗ୍ ଥିବା ଦେଖି ତୁରନ୍ତ ପ୍ରମୋଦ ଓ ସେମାନଙ୍କ ପରିବାର ଲୋକଙ୍କୁ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କୁ ନପାଇବାରୁ ଶେଷରେ ଶ୍ରବଣ ଉକ୍ତ ବ୍ୟାଗକୁ ଥାନାକୁ ହସ୍ତାନ୍ତର କରିଥିଲେ। ପରେ ପ୍ରମୋଦ ହଜିଯାଇଥିବା ସୁନାକୁ ଫେରାଇବାରେ ସକ୍ଷମ ହୋଇଥିଲେ। ଶ୍ରବଣଙ୍କ ଏହି କାମ ପ୍ରମାଣିତ କରିଛି ଯେ ସ୍ୱାଭିମାନ ଆଗରେ ସୁନା ରୁପା କିଛି ନୁହଁ। ଏମିତି ଅନେକ ଥର ପର୍ଯ୍ୟଟକ ଜିନିଷ ଫେରାଇ ଦେଇଛନ୍ତି ବୋଲି କହିଛନ୍ତି ଶ୍ରବଣ କୁମାର। ସେପଟେ ଅତିଥିର ସହର ପୁରୀରେ ଆତିଥ୍ୟତାର ସ୍ୱତନ୍ତ ପରିଚୟ ଦେଇଛନ୍ତି ଶ୍ରବଣ କୁମାର। ତାଙ୍କୁ ତାଙ୍କର ସାଧୁତା ପାଇଁ ସମ୍ମାନିତ କରାଯିବ ଏବଂ ଶ୍ରବଣ କୁମାର ପାଇଁ ପର୍ଯ୍ୟଟନ ସହର ଗର୍ବିତ ବୋଲି କହିଛନ୍ତି ସମାଜସେବୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe