Advertisment

ପିପିଲି ଉପ ନିର୍ବାଚନ ହିଂସା : ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବିଜେଡି କର୍ମୀ

ପୁରୀ(ଓଡ଼ିଶା ରିପୋର୍ଟର): ପିପିଲିରେ ଉପନିର୍ବାଚନ ହିଂସା। ଆଜି ଡେଲାଙ୍ଗର ଜେନାପୁର ପଞ୍ଚାୟତର ବ୍ରାହ୍ମଣ ବାଡ ଗାଁରେ ବିଜେପିକର୍ମୀଙ୍କୁ ବିଜେଡି କର୍ମୀମାନେ ଗୋଡାଇ ଗୋଡାଇ ପିଟିଥିବା ଅଭିଯୋଗ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମନୋରଞ୍ଜନ ବରାଳ ନାମକ ଜଣେ ବିଜେପି କର୍ମୀ ଗୁରୁତର ହୋଇଛନ୍ତି। ନିଶ୍ୱାସ ପ୍ରଶ୍ୱାସ ନେଇପାରୁନାହିଁ। ତୁରନ୍ତ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତ ମନୋରଞ୍ଜନଙ୍କୁ ଉଦ୍ଧାର କରିଥିଲା । ତାଙ୍କୁ ସ୍ଥାନୀୟ ହସପିଟାଲ ପରେ ଏମ୍‌ସ ସ୍ଥାନାନ୍ତର କରାଯାଇଛି। ସେପଟେ ଏହି […]

ଅଦ୍ୟତନ ହୋଇଛି
ପିପିଲି ଉପ ନିର୍ବାଚନ ହିଂସା : ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବିଜେଡି କର୍ମୀ

ujkl

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ପିପିଲିରେ ଉପନିର୍ବାଚନ ହିଂସା। ଆଜି ଡେଲାଙ୍ଗର ଜେନାପୁର ପଞ୍ଚାୟତର ବ୍ରାହ୍ମଣ ବାଡ ଗାଁରେ ବିଜେପିକର୍ମୀଙ୍କୁ ବିଜେଡି କର୍ମୀମାନେ ଗୋଡାଇ ଗୋଡାଇ ପିଟିଥିବା ଅଭିଯୋଗ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମନୋରଞ୍ଜନ ବରାଳ ନାମକ ଜଣେ ବିଜେପି କର୍ମୀ ଗୁରୁତର ହୋଇଛନ୍ତି। ନିଶ୍ୱାସ ପ୍ରଶ୍ୱାସ ନେଇପାରୁନାହିଁ। ତୁରନ୍ତ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତ ମନୋରଞ୍ଜନଙ୍କୁ ଉଦ୍ଧାର କରିଥିଲା । ତାଙ୍କୁ ସ୍ଥାନୀୟ ହସପିଟାଲ ପରେ ଏମ୍‌ସ ସ୍ଥାନାନ୍ତର କରାଯାଇଛି। ସେପଟେ ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ଡେଲାଙ୍ଗରେ ଆନ୍ଦୋଳନ କରାଯାଇଛି। ଆକ୍ରମଣକାରୀଙ୍କୁ ଗିରଫ ଦାବି କରାଯାଇଛି।

Advertisment

ଏଥିରେ ଶତାଧିକ ବିଜେପି କର୍ମୀ ସାମିଲ ହୋଇଛନ୍ତି। ଡେଲାଙ୍ଗ ବଜାରରେ ବିଜେପି ପକ୍ଷରୁ ଆନ୍ଦୋଳନରେ ଭୃଗୁବକ୍ସି ପାତ୍ର, ଗୋଲକ ମହାପାତ୍ର, ପ୍ରଭଞ୍ଜନ ମହାପାତ୍ର ଓ ସ୍ମୃତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି।

ପୂର୍ବରୁ ପିପିଲି ବ୍ଲକ୍‌ ସହଜପୁର ପଞ୍ଚାୟତ ରାୟଗୁରୁପୁର ଗାଁରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ କରାଯାଇଛି।

Advertisment

ପୁଲିସର ନିଷ୍କ୍ରିୟତା ବିରୋଧରେ ବିଜେପି ଥାନା ଆଗରେ ଧାରଣା ଦେଇଥିଲା। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe