ଶ୍ରୀମନ୍ଦିରରେ ରକ୍ତଛିଟା, ଶ୍ରୀଜିଉଙ୍କର ହେଲା ମହାସ୍ନାନ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଅଭାବନୀୟ ସ୍ଥିତି।  ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀଜିଉଙ୍କର ହୋଇଛି ମହାସ୍ନାନ।  ଶ୍ରୀଜଗନ୍ନାଥ ଟେମ୍ପୁଲ ପୁଲିର ଦୁଇ କର୍ମଚାରୀ ଗଙ୍ଗା ପ୍ରଧାନ ଓ ମନୋଜ ପାଣିଗ୍ରାହୀଙ୍କ ଭିତରେ କଥା କଟାକଟି ଓ ଥଟ୍ଟା ମଜା ବେଳେ ଏହି ଗଣ୍ଡଗୋଳ ହୋଇଥିଲା।  ମାରପିଟ୍ ବେଳେ ମନୋଜ ପାଣିଗ୍ରାହୀଙ୍କ ମୁଣ୍ଡ ଫାଟିଯିବାରୁ ଭିତରକାଠ ସମ୍ମୁଖରେ ରକ୍ତ ଛିଟା ପଡ଼ିଥିଲା । ଆଜି ମଧ୍ୟାହ୍ନ ଧୂପ ପରେ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି।  ଆହତ […]

puri-temple-1

Tapas Behera
  • Published: Sunday, 18 April 2021
  • , Updated: 18 April 2021, 10:08 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଅଭାବନୀୟ ସ୍ଥିତି।  ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀଜିଉଙ୍କର ହୋଇଛି ମହାସ୍ନାନ।  ଶ୍ରୀଜଗନ୍ନାଥ ଟେମ୍ପୁଲ ପୁଲିର ଦୁଇ କର୍ମଚାରୀ ଗଙ୍ଗା ପ୍ରଧାନ ଓ ମନୋଜ ପାଣିଗ୍ରାହୀଙ୍କ ଭିତରେ କଥା କଟାକଟି ଓ ଥଟ୍ଟା ମଜା ବେଳେ ଏହି ଗଣ୍ଡଗୋଳ ହୋଇଥିଲା।  ମାରପିଟ୍ ବେଳେ ମନୋଜ ପାଣିଗ୍ରାହୀଙ୍କ ମୁଣ୍ଡ ଫାଟିଯିବାରୁ ଭିତରକାଠ ସମ୍ମୁଖରେ ରକ୍ତ ଛିଟା ପଡ଼ିଥିଲା ।

ଆଜି ମଧ୍ୟାହ୍ନ ଧୂପ ପରେ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି।  ଆହତ ମନୋଜଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।  ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

Related story