ପୁରୀ ଜିଲ୍ଲା ବାଲିଗୁହାଳି ସ୍ଥିତ ଆଦୃତ ଶିଶୁ ସଦନରୁ ଜଣେ ଜୁଭେନାଇଲ ଅନ୍ତେବାସୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଅନ୍ତେବାସୀ ଜଣଙ୍କ ହେଉଛନ୍ତି ଶାଶ୍ଵତ ରଞ୍ଜନ ମିଶ୍ର।
ଗତ କିଛି ବର୍ଷ ତଳେ ଶାଶ୍ଵତ ଓ ତାଙ୍କ ବଡ଼ ଭାଇ ନିଜ ମା’କୁ ପିଟିପିଟି ହତ୍ୟା କରିଥିଲେ। ପରେ ଥାନାରେ ଦୁଇ ଭାଇ ଯାଇ ସରେଣ୍ଡର କରିଥିଲେ। ପୁଲିସ ସେମାନଙ୍କୁ ବାଲିଗୁହାଳି ସ୍ଥିତ ଆଦୃତ ଶିଶୁ ସଦନରେ ରଖିଥିଲେ। ଗତକାଲି ରାତିରେ ଶାଶ୍ଵତ ନିଜ ରହୁଥିବା ରୁମ୍ରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳେ ଅନ୍ତେବାସୀ ଶାଶ୍ଵତ ଆତ୍ମହତ୍ୟା କରିଥିବା ଦେଖିଥିଲେ। ଏନେଇ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ତେବେ ଶାଶ୍ଵତ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ। ଶାଶ୍ଵତ ଯେଉଁ ରୁମ୍ରେ ରହୁଥିଲେ ସେହି ରୁମ୍ରେ ଆଉ ୩ ଜଣ ଅନ୍ତେବାସୀ ରହୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।