Advertisment

ଆଦୃତ ଶିଶୁ ସଦନରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଶାଶ୍ଵତ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ।

Deadbody

Deadbody

Advertisment

ପୁରୀ ଜିଲ୍ଲା ବାଲିଗୁହାଳି ସ୍ଥିତ ଆଦୃତ ଶିଶୁ ସଦନରୁ ଜଣେ ଜୁଭେନାଇଲ ଅନ୍ତେବାସୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଅନ୍ତେବାସୀ  ଜଣଙ୍କ ହେଉଛନ୍ତି ଶାଶ୍ଵତ ରଞ୍ଜନ ମିଶ୍ର।

Advertisment

ଗତ କିଛି ବର୍ଷ ତଳେ ଶାଶ୍ଵତ ଓ ତାଙ୍କ ବଡ଼ ଭାଇ ନିଜ ମା’କୁ ପିଟିପିଟି ହତ୍ୟା କରିଥିଲେ। ପରେ ଥାନାରେ ଦୁଇ ଭାଇ ଯାଇ ସରେଣ୍ଡର କରିଥିଲେ। ପୁଲିସ ସେମାନଙ୍କୁ ବାଲିଗୁହାଳି ସ୍ଥିତ ଆଦୃତ ଶିଶୁ ସଦନରେ ରଖିଥିଲେ। ଗତକାଲି ରାତିରେ ଶାଶ୍ଵତ ନିଜ ରହୁଥିବା ରୁମ୍‌ରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳେ ଅନ୍ତେବାସୀ ଶାଶ୍ଵତ ଆତ୍ମହତ୍ୟା କରିଥିବା ଦେଖିଥିଲେ। ଏନେଇ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ତେବେ ଶାଶ୍ଵତ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ। ଶାଶ୍ଵତ ଯେଉଁ ରୁମ୍‌ରେ ରହୁଥିଲେ ସେହି ରୁମ୍‌ରେ ଆଉ ୩ ଜଣ ଅନ୍ତେବାସୀ ରହୁଥିଲେ।

Advertisment
Odisha Police Puri Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe