Advertisment

ବ୍ରହ୍ମଗିରିରେ ୨୦ରୁ ଊର୍ଦ୍ଧ୍ୱ ବୋମାମାଡ଼

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ପୁଣି ଅଶାନ୍ତ ହେଲା ବ୍ରହ୍ମଗିରି। ବ୍ରହ୍ମଗିରି ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ବୋମାମାଡ଼ ଘଟିଛି। ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଊର୍ଦ୍ଧ୍ୱ ବୋମାମାଡ଼ କରାଯାଇଥିବା ସୂଚନା ମିଳିଛି। ଜମି ଜବରଜଖଲକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଯେଉଁ କାରଣରୁ ଏହି ବୋମାମାଡ଼ ହୋଇଥିବା ଜଣାପଡିଛି। ଗାଁରେ ସିରିଜ୍ ବୋମାମାଡ଼ ପରେ ଅଗ୍ନିକାଣ୍ଡରେ ୨୦ରୁ ଅଧିକ ଘର ଜଳି ଯାଇଛି। ଅଭିଯୋଗ ଅନୁସାରେ ସାତପଡ଼ା ନାଥପୁର ଗାଁରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବ୍ରହ୍ମଗିରିରେ ୨୦ରୁ ଊର୍ଦ୍ଧ୍ୱ ବୋମାମାଡ଼

brahmagiri

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ପୁଣି ଅଶାନ୍ତ ହେଲା ବ୍ରହ୍ମଗିରି। ବ୍ରହ୍ମଗିରି ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ବୋମାମାଡ଼ ଘଟିଛି। ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଊର୍ଦ୍ଧ୍ୱ ବୋମାମାଡ଼ କରାଯାଇଥିବା ସୂଚନା ମିଳିଛି। ଜମି ଜବରଜଖଲକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଯେଉଁ କାରଣରୁ ଏହି ବୋମାମାଡ଼ ହୋଇଥିବା ଜଣାପଡିଛି। ଗାଁରେ ସିରିଜ୍ ବୋମାମାଡ଼ ପରେ ଅଗ୍ନିକାଣ୍ଡରେ ୨୦ରୁ ଅଧିକ ଘର ଜଳି ଯାଇଛି। ଅଭିଯୋଗ ଅନୁସାରେ ସାତପଡ଼ା ନାଥପୁର ଗାଁରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ଏହି ବୋମାମାଡ଼ କରାଯାଇଛି।

Advertisment

୩୫ ମୌଜାର ଜମିକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଆଜି ୩୫ ମୌଜାର ଲୋକେ ଏନେଇ ଏକ ବୈଠକ ଡାକିଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ଉକ୍ତ ବୈଠକକୁ ଆସି ନଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଏହା ଭୟଙ୍କର ରୂପ ନେବା ସହ ବସ୍ତି ଉପରେ ଗୋଟିଏ ପକ୍ଷ ବୋମାମାଡ଼ କରିଥିଲେ। ଫଳରେ ବସ୍ତିରେ ଥିବା ଚାଳ ଘର ସବୁ ହୁତ ହୁତ ହୋଇ ଜଳି ଉଠିଥିଲା।

ଏହି ବୈଠକରେ ଯୋଗ ଦେଇଥିବା କିଛି ଲୋକଙ୍କୁ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଉଭୟ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହୋଇଥିବା ଜଣାପଡ଼ିଛି। ଉତ୍ତେଜନାକୁ ନଜରରେ ରଖି ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ୫ ପ୍ଲାଟୁନ୍  ଫୋର୍ସ ମୁତୟନ କରାଯାଇଛି। ଘଟଣା ସ୍ଥଳରେ ପୁରୀ ଅତିରିକ୍ତ ଏସପି, ଏସଡିପିଓ, ବ୍ରହ୍ମଗିରି IIC ଓ ଅତିରିକ୍ତ ତହସିଲଦାର ପହଞ୍ଚି ତନାଘନା ଚଲାଇଛନ୍ତି। ତେବେ ଏଥିରେ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି।

Advertisment