Advertisment

ସଇତାନ ଭାଇ, ଦୁନିଆ ଦେଖି ପାରୁ ନ ଥିବା ଭଉଣୀ ସହ କଲା କୁକର୍ମ

ଯେଉଁ ବଡ଼ ବାପା ପୁଅ ଭାଇକୁ ପୀଡ଼ିତା ନିଜର ଭାବୁଥିଲା, ସିଏ ହିଁ ତା’ ଇଜ୍ଜତ ସହ ଖେଳିଲା। ଏପରିକି ପିଶାଚ ଭାଇ ଅସହାୟ ଭଉଣୀର ଇଜ୍ଜତ ନେଉଥିବା ବେଳେ ଏହାର ଭିଡିଓ କରୁଥିଲେ ତା’ର ୩ ସାଙ୍ଗ ।

undefined

Rape

Advertisment

ଭଉଣୀର ସୁରକ୍ଷା ପାଇଁ ଯେଉଁ ଭାଇ ଆଗକୁ ଆସିବା କଥା, ସିଏ ହିଁ ସାଜିଲା ସଇତାନ । ଦୁନିଆ ଦେଖି ପାରୁ ନ ଥିବା ଭଉଣୀ ସହ କଲା କୁକର୍ମ। ଯେଉଁ ବଡ଼ ବାପା ପୁଅ ଭାଇକୁ ସେ ନିଜର ଭାବୁଥିଲା, ସିଏ ହିଁ ତା’ ଇଜ୍ଜତ ସହ ଖେଳିଲା। ଏପରିକି ପିଶାଚ ଭାଇ ଅସହାୟ ଭଉଣୀର ଇଜ୍ଜତ ନେଉଥିବା ବେଳେ ଏହାର ଭିଡିଓ କରୁଥିଲେ ତା’ର ୩ ସାଙ୍ଗ ।

Advertisment

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ପ୍ରାୟ ଦେଢ ମାସ ତଳେ ଘଟିଥିଲା ଏପରି କଳଙ୍କିତ ଓ ଲଜ୍ଜାଜନକ ଘଟଣା। ଏହି ଅଭିଯୋଗରେ ପୁଲିସ୍‌ ଅଭିଯୁକ୍ତ ବଡ଼ବାପା ପୁଅ ଭାଇକୁ ଗିରଫ କରିଥିବା ବେଳେ ତା’ର ୩ ସାଙ୍ଗ କିନ୍ତୁ ଏବେବି ବାହାରେ ବୁଲୁଛନ୍ତି। ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ ଦାବି କରିଛି କଂଗ୍ରେସ । ନଚେତ ରାଜ୍ୟବ୍ୟାପୀ ଆନ୍ଦୋଳନ ଧମକ ଦେଇଛି।

ଦୃଷ୍ଟି ବାଧିତ ନାବାଳିକା ଝିଅଟି ଦୁନିଆର ଆଲୋକ ଦେଖି ପାରିନି। ହେଲେ ସେ ଗୀତ ଶୁଣିବାକୁ ଭଲ ପାଏ। ଗୀତ ଶୁଣିବାକୁ ସେ ସବୁଦିନ ନିଜ ବଡବାପା ଘରକୁ ଯାଏ । ସେଠାରେ ତା’ ନିଜ ବଡ଼ବାପା ପୁଅ ଭାଇ ତା’ ଉପରେ ଲୋଲୁପ ଦୃଷ୍ଟି ପକାଇଲା। ଏପରିକି ଏକୁଟିଆ ଥିବାର ସୁଯୋଗ ପାଇ ଦିନେ ତାକୁ ଏକ ଖୋଲା ଜାଗାକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର। ତେବେ ଏହି ଦୁଷ୍କର୍ମ ସମୟର ଚିତ୍ରକୁ ଉତ୍ତୋଲନ କରିଥିଲେ ମୁଖ୍ୟ ଅଭିଯୁକ୍ତଙ୍କ ୩ ସାଙ୍ଗ । ପରେ ଘଟଣା ସମ୍ପର୍କରେ ଘରେ ନ କହିବାକୁ ଧମକ ଦେଇଥିଲେ ବୋଲି ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି ।

Advertisment

 ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁବାଷକୁ ଅସ୍ତରଙ୍ଗ ପୁଲିସ ଗିରଫ କରିଥିବା ବେଳେ ଦୁଷ୍କର୍ମ ସମୟର ଦୃଶ୍ୟକୁ ମୋବାଇଲରେ ରେକର୍ଡ଼ିଂ କରି ମଜ୍ଜା ନେଉଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ କିନ୍ତୁ ଦେଢ ମାସ ପରେ ବି ଗିରଫ କରିନି। । ଅଭିଯୁକ୍ତମାନେ ବିଜେଡି ସମର୍ଥକ ଓ ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଚାପରେ ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁ ନ ଥିବା ପିସିସି ପକ୍ଷରୁ ଅଭିଯୋଗ କରାଯାଇଛି ।

ଆସନ୍ତା ୭ ଦିନ ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ରାଜ୍ୟ ବ୍ୟାପି ଆନ୍ଦୋଳନ ପାଇଁ ଧମକ ଦେଇଛି ପିସିସି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌ । ପିସିସି ଉପସଭାପତି ସିବାନନ୍ଦ ରାୟ ଓ ପୂର୍ବତନ ଡି ବଟକୃଷ୍ଣ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ସାତ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌ ପୀଡିତାଙ୍କ ପରିବାରକୁ ଭେଟିବା ସହ ଅସ୍ତରଙ୍ଗ ପୁଲିସକୁ ଭେଟି ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବି କରିଛି ।

ଏନେଇ ପୀଡ଼ିତାର ମା’ କହିଛନ୍ତି, ୪ ଜଣଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି। ତେଣୁ ତୁରନ୍ତ ଅନ୍ୟ ୩ ଜଣଙ୍କୁ ଗିରଫ କରିବାକୁ ଆମେ ଦାବି କରୁଛୁ । କାରଣ ସେମାନେ ଚାହିଁଥିଲେ ମୋ’ ଝିଅକୁ ରକ୍ଷା କରିପାରିଥାନ୍ତେ। କିନ୍ତୁ ସେମାନେ ରକ୍ଷା କରିବା ପରିବର୍ତ୍ତେ ତାହାର ଭିଡିଓ କଲେ। ତେଣୁ ସମସ୍ତ ୪ ଜଣ ଦଣ୍ଡ ପାଇବା ଦରକାର।

ଏନେଇ ପୂର୍ବତନ ଡିଆଇଜି ବଟକୃଷ୍ଣ ତ୍ରିପାଠୀ କହିଛନ୍ତି, ଏହା ଏକ ସ୍ପର୍ଶକାତର ଘଟଣା। ପୀଡ଼ିତାଜଣକ ଦୃଷ୍ଟି ବାଧିତ ହୋଇଥିବା ବେଳେ ନାବାଳିକା ଓ ଦଳିତ ଝିଅ। ଦେଢ ମାସ ପରେ ଘଟଣାର ଅଭିଯୋଗ ହୋଇଛି। ଯେଉଁମାନେ ଦୋଷୀ ସେମାନଙ୍କୁ ଘଉଡ଼ାଇବା ଉଚିତ ନୁହେଁ। ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ।

Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe