Advertisment

ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ ଜଳିଗଲା କାର୍‌, ଛୋଟ ଛୁଆ ସମେତ ୪ ଗୁରୁତର

ପରିବାର ସହ ଜଗନ୍ନାଥ ଦର୍ଶନ ପାଇଁ ଯିବା ବେଳେ ଘଟିଲା ଅଘଟଣ । ଭାରସାମ୍ୟ ହରାଇ ଏକ କାର୍‌ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହେବାରୁ ଏକ ପରିବାରର ୩ ଜଣଙ୍କ ସମେତ ସମୁଦାୟ ୪ ଜଣ ଗୁରୁତର ହୋଇଛନ୍ତି।

undefined

Accident

Advertisment

ପରିବାର ସହ ଜଗନ୍ନାଥ ଦର୍ଶନ ପାଇଁ ଯିବା ବେଳେ ଘଟିଲା ଅଘଟଣ । ଭାରସାମ୍ୟ ହରାଇ ଏକ କାର୍‌ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହେବାରୁ ଏକ ପରିବାରର ୩ ଜଣଙ୍କ ସମେତ ସମୁଦାୟ ୪ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ଘଟିଛି। ଗୁରୁତରମାନଙ୍କ ପରିଚୟ ମିଳିପାରିନି।

Advertisment

ଏକ ୱାଗନର କାର୍‌ ଆଜି ସକାଳେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲା। ଏହି ସମୟରେ କାର୍‌ରେ ପତି, ପତ୍ନୀ ଓ ଛୋଟ ଛୁଆ ଥିବା ବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ।

ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ଗୋବିନ୍ଦପୁର ଛକରେ ଏହା ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ ଯାଇଥିଲା। ଫଳରେ ସର୍ଟ ସର୍କିଟ ହୋଇ ଗାଡ଼ିଟି ଜଳି ଯାଇଥିବା ବେଳେ ତା’ ଭିତରେ ଥିବା ୪ ଜଣ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ବହୁ କଷ୍ଟରେ ୪ ଗୁରୁତରଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ପହଞ୍ଚି କାର୍‌ ନିଆଁକୁ ଆୟତ୍ତ କରିଛନ୍ତି।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe