/odisha-reporter/media/post_attachments/uploads/2021/02/konrak.jpg)
konrak
କୋଣାର୍କା(ସଞ୍ଜୟ ପତି): କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ପବିତ୍ର ମାଘ ସପ୍ତମୀରେ ଶାନ୍ତିଶୃଙ୍ଖଳା ମଧ୍ୟରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ଶେଷ ହୋଇଛି । କଟକଣା ମଧ୍ୟରେ ନିର୍ଦ୍ଧାରିତ ସେବାୟତଙ୍କୁ ନେଇ ଠାକୁରଙ୍କ ରୀତିନୀତି କରାଯାଇଛି ।
[caption id="attachment_620445" align="aligncenter" width="650"]
ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ବୁଡ଼ ପକାଉଛନ୍ତି।[/caption]
ଗତକାଲି ରାତି ୯ଟା ସମୟରେ ମଧିପୂରର ତ୍ରିବେନିଶ୍ୱର, ସନ୍ତପୁର ଗ୍ରାମର ଐଶାନେଶ୍ୱର , କୁରୁଜଙ୍ଗ ଗ୍ରାମର ମହାପ୍ରଭୁ ଦଖିନେଶ୍ୱରଙ୍କ ବିମାନକୁ ବିଜେ କରି ପାରମ୍ପାରିକ ଶୋଭାଯାତ୍ରାରେ କୋଣାର୍କ ଏନଏସି କାର୍ଯ୍ୟାଳୟ ନିକଟକୁ ନିଆଯାଇଥିଲା। ଏହାପରେ ଭୋର ସାଢେ ୪ଟା ସମୟରେ ମହାପ୍ରଭୁଙ୍କ ମହାସ୍ନାମ ପରେ ସାଧୁସନ୍ଥ ଓ ମହାପ୍ରଭୁଙ୍କ ସେବାୟତ ବୁଡ ପକାଇଥିଲେ । ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହେବାପରେ ଠାକୁର ବାହୁଡାଯାତ୍ରା କରିଥିଲେ ।
[caption id="attachment_620446" align="aligncenter" width="650"]
ସେବାୟନମାନେ ପ୍ରଭୁଙ୍କ ବିଗ୍ରହ ସହ ବୁଡ଼ ପକାଉଛନ୍ତି।[/caption]
କୋଭିଡ ପାଇଁ କେନ୍ଦ୍ର ସରକାରଙ୍କ ଫେବୃଆରୀ ମାସ ଏସଓପି ଅନୁଯାୟୀ ପ୍ରଶାସନ ପକ୍ଷରୁ ମେଳା ପଡ଼ିଆରେ ୧୪୪ ଧାରା ଜାରି କରାଯାଇଥିଲା। ତେଣୁ ଠାକୁରଙ୍କ ନୀତିକାନ୍ତି ସହ ମାତ୍ର ୫୦୦ ସେବକ ଓ ସାଧୁସନ୍ଥଙ୍କୁ ବୁଡ ପାଇଁ ଅନୁମତି ଦିଆଯାଇଥିଲା ।
[caption id="attachment_620447" align="aligncenter" width="650"]
ଚନ୍ଦ୍ରଭାଗା ବୁଡ଼ ପକାଇବା ପରେ ସେବାୟତମାନେ ମଙ୍ଗଳ ଆଳତୀ କରୁଛନ୍ତି।[/caption]
ସରକାରଙ୍କ ନିୟମକୁ ଆମେ ପାଳନ କଲୁ, ମାତ୍ର ମନରେ ଦୁଃଖ ରହିଗଲା। ଯେଉଁଠି ପୁରୀ, କୋଣାର୍କ ମନ୍ଦିରକୁ ଏବେ ହଜାର ହଜାର ଶ୍ରଦ୍ଧାଳୁ ପ୍ରବେଶ କରୁଛନ୍ତି, ଏଠାରେ କିନ୍ତୁ କଟକଣା ଯୋଗୁ ବହୁ ଶ୍ରଦ୍ଧାଳୁ ବୁଡ଼ ପକାଇବାରୁ ବଞ୍ଚିତ ହେଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
