Advertisment

ବିନା ଶ୍ରଦ୍ଧାଳୁରେ ଶେଷ ହେଲା ଚନ୍ଦ୍ରଭାଗା ବୁଡ଼

କୋଣାର୍କା(ସଞ୍ଜୟ ପତି): କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ପବିତ୍ର ମାଘ ସପ୍ତମୀରେ ଶାନ୍ତିଶୃଙ୍ଖଳା ମଧ୍ୟରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ଶେଷ ହୋଇଛି  ।  କଟକଣା ମଧ୍ୟରେ ନିର୍ଦ୍ଧାରିତ ସେବାୟତଙ୍କୁ ନେଇ ଠାକୁରଙ୍କ ରୀତିନୀତି କରାଯାଇଛି । ଗତକାଲି ରାତି ୯ଟା ସମୟରେ ମଧିପୂରର ତ୍ରିବେନିଶ୍ୱର, ସନ୍ତପୁର ଗ୍ରାମର ଐଶାନେଶ୍ୱର , କୁରୁଜଙ୍ଗ ଗ୍ରାମର ମହାପ୍ରଭୁ ଦଖିନେଶ୍ୱରଙ୍କ ବିମାନକୁ ବିଜେ କରି ପାରମ୍ପାରିକ ଶୋଭାଯାତ୍ରାରେ କୋଣାର୍କ ଏନଏସି କାର୍ଯ୍ୟାଳୟ ନିକଟକୁ ନିଆଯାଇଥିଲା। ଏହାପରେ ଭୋର ସାଢେ ୪ଟା […]

ଅଦ୍ୟତନ ହୋଇଛି
ବିନା ଶ୍ରଦ୍ଧାଳୁରେ ଶେଷ ହେଲା ଚନ୍ଦ୍ରଭାଗା ବୁଡ଼

konrak

Advertisment

କୋଣାର୍କା(ସଞ୍ଜୟ ପତି): କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ପବିତ୍ର ମାଘ ସପ୍ତମୀରେ ଶାନ୍ତିଶୃଙ୍ଖଳା ମଧ୍ୟରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ଶେଷ ହୋଇଛି  ।  କଟକଣା ମଧ୍ୟରେ ନିର୍ଦ୍ଧାରିତ ସେବାୟତଙ୍କୁ ନେଇ ଠାକୁରଙ୍କ ରୀତିନୀତି କରାଯାଇଛି ।

Advertisment

[caption id="attachment_620445" align="aligncenter" width="650"]Konark ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ବୁଡ଼ ପକାଉଛନ୍ତି।[/caption]

ଗତକାଲି ରାତି ୯ଟା ସମୟରେ ମଧିପୂରର ତ୍ରିବେନିଶ୍ୱର, ସନ୍ତପୁର ଗ୍ରାମର ଐଶାନେଶ୍ୱର , କୁରୁଜଙ୍ଗ ଗ୍ରାମର ମହାପ୍ରଭୁ ଦଖିନେଶ୍ୱରଙ୍କ ବିମାନକୁ ବିଜେ କରି ପାରମ୍ପାରିକ ଶୋଭାଯାତ୍ରାରେ କୋଣାର୍କ ଏନଏସି କାର୍ଯ୍ୟାଳୟ ନିକଟକୁ ନିଆଯାଇଥିଲା। ଏହାପରେ ଭୋର ସାଢେ ୪ଟା ସମୟରେ ମହାପ୍ରଭୁଙ୍କ ମହାସ୍ନାମ ପରେ ସାଧୁସନ୍ଥ ଓ ମହାପ୍ରଭୁଙ୍କ ସେବାୟତ ବୁଡ ପକାଇଥିଲେ । ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହେବାପରେ ଠାକୁର ବାହୁଡାଯାତ୍ରା କରିଥିଲେ ।

Advertisment

[caption id="attachment_620446" align="aligncenter" width="650"]konark ସେବାୟନମାନେ ପ୍ରଭୁଙ୍କ ବିଗ୍ରହ ସହ ବୁଡ଼ ପକାଉଛନ୍ତି।[/caption]

କୋଭିଡ ପାଇଁ କେନ୍ଦ୍ର ସରକାରଙ୍କ ଫେବୃଆରୀ ମାସ ଏସଓପି ଅନୁଯାୟୀ ପ୍ରଶାସନ ପକ୍ଷରୁ ମେଳା ପଡ଼ିଆରେ ୧୪୪ ଧାରା ଜାରି କରାଯାଇଥିଲା। ତେଣୁ ଠାକୁରଙ୍କ ନୀତିକାନ୍ତି ସହ ମାତ୍ର ୫୦୦  ସେବକ ଓ ସାଧୁସନ୍ଥଙ୍କୁ ବୁଡ ପାଇଁ ଅନୁମତି ଦିଆଯାଇଥିଲା ।

[caption id="attachment_620447" align="aligncenter" width="650"]konark ଚନ୍ଦ୍ରଭାଗା ବୁଡ଼ ପକାଇବା ପରେ ସେବାୟତମାନେ ମଙ୍ଗଳ ଆଳତୀ କରୁଛନ୍ତି।[/caption]

ସରକାରଙ୍କ ନିୟମକୁ ଆମେ ପାଳନ କଲୁ, ମାତ୍ର ମନରେ ଦୁଃଖ ରହିଗଲା। ଯେଉଁଠି ପୁରୀ, କୋଣାର୍କ ମନ୍ଦିରକୁ ଏବେ ହଜାର ହଜାର ଶ୍ରଦ୍ଧାଳୁ ପ୍ରବେଶ କରୁଛନ୍ତି, ଏଠାରେ କିନ୍ତୁ କଟକଣା ଯୋଗୁ ବହୁ ଶ୍ରଦ୍ଧାଳୁ ବୁଡ଼ ପକାଇବାରୁ ବଞ୍ଚିତ ହେଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe