Advertisment

୫ଟି ସ୍କୁଲ ଛାତ ଫଟାଇଲା ମୁଣ୍ଡ, କିରାଣୀ ଗୁରୁତର

୫ଟି ସ୍କୁଲ ଛାତରୁ ପ୍ଲାଷ୍ଟର ଖସି କିରାଣୀ ଗୁରୁତର।  ଏପରି ଘଟଣା ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ବନ ବିଦ୍ୟାଳୟରେ ଘଟିଥିବା ବେଳେ ଗୁରୁତର କିରାଣୀ ହେଉଛନ୍ତି ସୁମନ୍ତ କୁମାର ଷଡ଼ଙ୍ଗୀ ।

School

School

Advertisment

୫ଟି ସ୍କୁଲ ଛାତରୁ ପ୍ଲାଷ୍ଟର ଖସି କିରାଣୀ ଗୁରୁତର।  ଏପରି ଘଟଣା ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ବନ ବିଦ୍ୟାଳୟରେ ଘଟିଥିବା ବେଳେ ଗୁରୁତର କିରାଣୀ ହେଉଛନ୍ତି ସୁମନ୍ତ କୁମାର ଷଡ଼ଙ୍ଗୀ । 

Advertisment

ଆଜି ଶନିବାର ସକାଳୁଆ ସ୍କୁଲ ଥିବାରୁ ସ୍କୁଲ ପରିସରର ଚଳଚଞ୍ଚଳ ଥିଲା। ମାତ୍ର ସକାଳ ପ୍ରାୟ ୧୦ଟା ପରେ ସୁମନ୍ତ କୁମାର ଷଡ଼ଙ୍ଗୀ ଅଫିସ ଗୃହରେ ନିଜ କାମରେ ବ୍ୟସ୍ତ ଥିବା ବେଳେ ହଠାତ୍‌ ଛାତର ଏକ ପ୍ଲାଷ୍ଟର ଖଣ୍ଡ ଖସି ତାଙ୍କ ମୁଣ୍ଡରେ ପଡ଼ିଥିଲା। ଉକ୍ତ ସମୟରେ ଅଫିସ୍‌ ରୁମ୍‌ରେ ଆଉ କେହି ନ ଥିବା ଜଣାଯାଇଛି। 

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପିପିଲି ଡାକ୍ତରଖାନା ଓ ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଖବର ପାଇ ସ୍ଥାନୀୟ ପୁଲିସ୍‌ ଓ ସତ୍ୟବାଦୀ ବିଡିଓ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି।

Advertisment

ସୂଚନାଯୋଗ୍ୟ, ଜିଲ୍ଲା ସତ୍ୟବାଦୀ ବନ ବିଦ୍ୟାଳୟକୁ ୫ଟିରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ପ୍ରାୟ ୬ ମାସ ତଳେ ଏହାର ଉଦ୍‌ଘାଟନ ହୋଇଥିଲା। ହେଲେ କାମ ନିମ୍ନମାନର ହୋଇଥିବାରୁ ଏତେ ଅଳ୍ପ ସମୟ ବ୍ୟବଧାନରେ ସ୍କୁଲ ପ୍ଲାଷ୍ଟର ଖସିଗଲା ବୋଲି ଆଲୋଚନା ହେଉଛି।

School 5T Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe