Advertisment

ଟ୍ରେନ୍‌ରେ ଦମ୍ପତିଙ୍କୁ ଚା’ ଦେଇ ଲୁଟ୍

ଟ୍ରେନ ପୁରୀରେ ପହଞ୍ଚିବା ପରେ ସେମାନେ ଖୁବ୍‌ କଷ୍ଟରେ ଲଗେଜ୍ ଧରି ଓହ୍ଲାଇଥିଲେ। ହେଲେ ନିଶା ପ୍ରଭାବରେ ଠିକ୍‌ ଭାବେ କଥା କହିପାରୁ ନ ଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
Couple on board express

Couple on board express

ଟ୍ରେନରେ ଏକ ଦମ୍ପତିଙ୍କୁ ଚା’ରେ ନିଶା ଦେଇ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଆଜି ପୁରୁଷୋତ୍ତମ ଏକ୍ସପ୍ରେସରେ ଏହି ଘଟଣା ଘଟିଛି। ଲୁଟ୍‌ର ଶିକାର ହୋଇଥିବା ଏହି ଦମ୍ପତି ହେଲେ ଜଗତସିଂହପୁର ଜିଲ୍ଲା ଜନାର୍ଦ୍ଦନପୁର ଗ୍ରାମର ହେମନ୍ତ ମଲ ଓ ତାଙ୍କ ପତ୍ନୀ କୁନି ମଲ। ସେମାନେ ଟ୍ରେନରେ ଦିଲ୍ଲୀରୁ କଟକ ଅଭିମୁଖେ ଆସୁଥିଲେ। ବାଟରେ ଦୁର୍ବୃତ୍ତମାନେ ସେମାନଙ୍କୁ ଚା’ରେ ନିଶା ଦେଇ ଲୁଟ କରିଥିବା ସନ୍ଦେହ କରାଯାଉଛି।

Advertisment

ଟ୍ରେନ ପୁରୀରେ ପହଞ୍ଚିବା ପରେ ସେମାନେ ଖୁବ୍‌ କଷ୍ଟରେ ଲଗେଜ୍ ଧରି ଓହ୍ଲାଇଥିଲେ। ସେମାନଙ୍କ ନିକଟରେ ୨ଟି ବ୍ୟାଗ ଥିଲା। ନିଶା ପ୍ରଭାବରେ ସେମାନେ ଠିକ୍‌ ଭାବେ କଥା କହିପାରୁ ନ ଥିଲେ। ପରେ ଜିଆରପି ସହାୟତାରେ ଉଭୟଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଉଭୟଙ୍କ ଅବସ୍ଥା ସ୍ୱାଭାବିକ ହୋଇ ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ହେବା ପରେ ସେମାନଙ୍କ ଠାରୁ ଦୁର୍ବୃତ୍ତମାନେ କ'ଣ ଲୁଟିଛନ୍ତି, କିପରି ଲୁଟ୍‌ ହେଲା ଓ କେଉଁଠାରେ ଲୁଟ୍‌ ହୋଇଛି ଜଣାପଡ଼ିବ।

Advertisment

ଜିଆରପି ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ ବାହିନୀପତି କହିଛନ୍ତି, ପ୍ରାଥମିକ ତଦନ୍ତରୁ ଯାତ୍ରୀଙ୍କ ଠାରୁ ଟଙ୍କା, ମୋବାଇଲ ଓ ସୁନା କାନଫୁଲ ଲୁଟ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ପହଞ୍ଚି ଥିବା ଏହି ଟ୍ରେନ୍‌ରୁ ଉଭୟ ଅସ୍ୱାଭାବିକ ଅବସ୍ଥାରେ ଓହ୍ଲାଇଥିଲେ। ମହିଳା ଜଣକ ଅଳ୍ପ କଥା କହି ପାରୁଥିବା ବେଳେ ତାଙ୍କ ସ୍ୱାମୀ ଆଦୌ କଥା କହି ପାରୁ ନ ଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟ ନିଜର ପରିଚୟ ଦେଇଥିଲେ। ଟ୍ରେନ୍‌ରେ ଜଣେ ଦୁର୍ବୃତ୍ତ ସେମାନଙ୍କୁ ଚା’ ପିଇବାକୁ ଦେଇଥିଲେ। ପରେ କ'ଣ ହେଲା ଆଉ ସେମାନେ କିଛି ଜାଣି ନାହାନ୍ତି ବୋଲି ପ୍ରକାଶ କରିଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ପଠା ଯାଇଥିବା ଶ୍ରୀ ବାହିନୀପତି କହିଛନ୍ତି।

Loot Passenger Train